Odisha news

ମୟୂରଭଞ୍ଜ ରାଜନୀତିରେ ହଟଚମଟ, ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ରଣହୁଙ୍କାର

0
ବେତନଟୀ/ବୈଶିଙ୍ଗା  :  ନିକଟରେ ମୟୂରଭଞ୍ଜ ମାଟିର ଝିଅ ମହାମହିମ ପଦ ଅଳଙ୍କୃତ କରିବା ପରେ ବିଜେପି କର୍ମୀଙ୍କ ମହଲରେ ଯେତିକି ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି ତାଠାରୁ ଅଧିକ ପ୍ରତିଫଳିତ ହୋଇଛି ବିଜେଡି କର୍ମୀଙ୍କ ମହଲରେ। କାରଣ ବିଜେଡି ସୁପ୍ରିମୋ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ସମର୍ଥନରେ ମହାମହିମଙ୍କ ବିଜୟ ହେଲା ବୋଲି କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଉତ୍ସାହକୁ ଦ୍ଵିଗୁଣିତ କଲା। କେନ୍ଦ୍ର ସରକାରଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କର ମୟୂରଭଞ୍ଜ ଜିଲ୍ଲା ଗସ୍ତ ଚୂଡାନ୍ତ ହୋଇଥିବାରୁ ଜିଲ୍ଲାର ବିଧାୟକ , ମନ୍ତ୍ରୀ, ନେତା ମଧ୍ୟରେ ତତ୍ପରତା ବୃଦ୍ଧି ପାଇବା ସହିତ ରାଜ୍ୟ ବିଜେପି ମହଲରେ ତା ଠାରୁ ଅଧିକ ତତ୍ପରତା ପ୍ରକାଶ ପାଇଛି । ସେହିଭଳି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଚଳିତ ମାସ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଚୂଡାନ୍ତ ହୋଇଥିବାରୁ ପଞ୍ଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ନେତା ଓ କର୍ମୀଙ୍କ ମହଲରେ ସାଙ୍ଗଠନିକ ତତ୍ପରତା ଦେଖା ଦେଇଛି । ଜିଲ୍ଲା ର ବିଧାୟକ, ପୂର୍ବତନ ବିଧାୟକ , ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଓ ସାଙ୍ଗଠନିକ କର୍ମକର୍ତ୍ତା ମୂଖ୍ୟ ମନ୍ତ୍ରୀଙ୍କ ଗସ୍ତକୁ ସଫଳ ରୂପାୟନ ଦେବାପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି । ଆମ୍ଭ ବଡ଼ସାହି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର ଏଥିପାଇଁ ୪୨ଟି ପଞ୍ଚାୟତର ସାଙ୍ଗଠନିକ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ରଖିଥିବା ଦେଖିବାକୁ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ମଲ୍ଲିକ, ଲଲାଟେନ୍ଦୁ ବେହେରା , ଅଭିନ୍ନ ପାତ୍ର, ଅର୍ଜୁନ ଦଳେଇ , ବୃନ୍ଦାବନ ଦାସ, ଯାମିନୀ ନାୟକ ପ୍ରମୂଖ ଦଳୀୟ କର୍ମୀ ମାନଙ୍କ ସହିତ ଘନଘନ ବୈଠକ କରି ମୂଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଜାରି ରଖିଛନ୍ତି। ମାତ୍ର  ବିଗତ ପଞ୍ଚାୟତ ନିର୍ବାଚନ ଏବଂ ପୂର୍ବ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ରାଜନୈତିକ ପଟ୍ଟ ପରିବର୍ତ୍ତନ
Leave A Reply