Odisha news

ବାଲିପଡା ବଜାର ପଡିଆ ଠାରେ ନର୍ଲା ବ୍ଲକ୍ ସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି

ନର୍ଲା, ସକାଳ ଖବର (ଦିପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ରୁପ୍ରା ମଣ୍ଡଳ ଅଧିନ ବାଲିପଡା ସାପ୍ତାହିକ ବଜାର ପଡିଆ ଠାରେ ରବିବାର ଦିନ ନର୍ଲାବ୍ଲକ ବିଜେପି କର୍ମୀ ସମ୍ମିଳନୀ ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ପ୍ରଶାନ୍ତ ସାହୁ ଓ ବଦ୍ରି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନୂଆପଡା ଜିଲ୍ଲା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀକାନ୍ତ ହୋତା, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ତଥା ନର୍ଲା ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ, ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟା ସୁଶ୍ରୀ ରୀନା ଭୋଇ, ରୁପ୍ରା ମଣ୍ଡଳ ସଭାପତି କିର୍ତ୍ତିଚନ୍ଦ୍ର ମାହାର, ସରିଆଁ ମଣ୍ଡଳ ସଭାପତି ସଞ୍ଜୟ ମାଝୀ, ନର୍ଲା ବ୍ଲକ୍ କୋର୍ଡିନେଟର ସୁରେଶ ଭୋଇ, ନର୍ଲା ମଣ୍ଡଳ ପ୍ରଭାରୀ ଦୟାନିଧି ସାହୁ, ରୁପ୍ରା ପ୍ରଭାରୀ ସରୋଜ ବୁଦ୍ଧିଆ, ସରିଆଁ ପ୍ରଭାରୀ ବିଷ୍ଣୁଚରଣ ବଡପଣ୍ଡା, ନର୍ଲାବ୍ଲକ ପୂର୍ବ ସଭାପତି ପର୍ଶୁରାମ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସେଠ୍, ବରିଷ୍ଠ କର୍ମୀ ଦିବାକର ବାଗ, ହିରୋ ମହଲା, ଧନୁର୍ଜୟ ବାରିକ, ତପନ ପଧାନ, ପଦ୍ମରାମ ବାଗ, ବଳରାମ ଭୋଇ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତାଞ୍ଜଳୀ ପୁଟେଲ ଓ ବାସନ୍ତୀ ସାହୁ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଲୋଚନ ମିଶ୍ର ଯୋଗଦାନ କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ‘ଭାରତ ମାତା’ଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ସାମୁହିକ ‘ବନ୍ଦେ ମାତରମ’ ଗାନ କରାଯାଇ ଥିଲା । ମଞ୍ଚାସୀନ ସମସ୍ତ ଅତିଥି ଗଣଙ୍କୁ ଫୁଲତୋଡା ଓ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା ।
ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ଓ କୋଭିଡ୍ ମହାମାରୀ ରେ ଜୀବନ ହରାଇଥିବା ଦଳୀୟ କର୍ମୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ସରକାରଙ୍କ ବିଭିନ୍ନ ଦୁର୍ନୀତି ବାବଦ ଓ ସଦ୍ୟ ଘଟିଥିବା ମହାଲିଙ୍ଗ୍ ପବ୍ଲିକ୍ ସ୍କୁଲ୍ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ମୁଖ୍ୟ ପ୍ରସଙ୍ଗ ହେବ ଓ ତତ୍ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ବାବଦରେ ତୃଣମୁଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତ ଦଳୀୟ କର୍ମୀ ଭୋଟରଙ୍କୁ ଅବଗତ କରେଇବା ବାବଦରେ ମଞ୍ଚାସୀନ ଅତିଥି ଗଣ ଗୁରୁମନ୍ତ୍ର ଦେଇଥିଲେ । ମହାଲିଙ୍ଗ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତାଙ୍କ ଘଟଣାକୁ ନେଇ ଘନଶ୍ୟାମ ଗହିର ଏକ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୁପ୍ରା ମଣ୍ଡଳ ସାଧାରଣ ସମ୍ପାଦକ ନବିନ ପଧାନ ଓ ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ ମଞ୍ଚ ପରିଚାଳନା କରିଥିବା ବେଳେ ସୁରେଶ ଭୋଇ ଧନ୍ୟବାଦ ଦେଇଥିଲେ ।

Comments are closed.