Odisha news

ସ୍ୱଚ୍ଛ ଭାରତ ଅଭିଯାନରେ ଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ

ତିହିଡ଼ି,୨୬ା୦୯: ତିହିଡି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନରେ ହୋଇଥିବା ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ରବିବାର ତିହିଡି ଦୀନଦୟାଲ ଭବନରେ ବିଜେପି ପକ୍ଷରୁ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମାନେ ଏହି ଅଭିଯୋଗ କରିବା ସହିତ ଏହାର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ପାଇଖାନନା ଅର୍ଥ ମିଳି ନଥିବା ବେଳେ ଦଳୀୟ ଆଧାରରେ ଗୋଟିଏ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ତଥା ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା ଟଙ୍କା ଉଠାଯାଇଛି । ପଞ୍ଚାୟତର ଖୋଦ ସରପଞ୍ଚ ନିଜ ର ଓ ନିଜ ସଂପର୍କୀୟ(ଯିଏକି ମୃତ)ଙ୍କ ନାଁରେ ମଧ୍ୟ ପାଇଖାନା ଟଙଙ୍କା ଉଠାଯାଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ ଏହି ସତ୍ୟ ସାମ୍ନାକୁ ଆସିିଥିବା ବିଜେପି ନେତା ମାନେ ପ୍ରକାଶ କରିଛନ୍ତି । ପଞ୍ଚାୟତର ମୋଟ ୮୨୩ ଜଣଙ୍କ ନାଁ ପାଇଖାନା ତାଲିକାରେ ଥିବା ବେଳେ ପ୍ରକୃତପକ୍ଷେ ଆହୁରି ଅଧିକ ଲୋକଙ୍କ ନାଁରେ ବିଲ କରାଯାଇଛି ବୋଲି ସେମାନେ ଅଭିଯୋଗ କରିବା ସହ ସତ୍ୟ ଧରାପଡିବା ଭୟରେ ସୂଚନା ଅଧିକାର ଆଇନ ବଳରେ ଭୁଲ ତଥ୍ୟ ପ୍ରଦାନ କରାଯାଇଛି ବୋଲି ସେମାନେ ଦର୍ଶାଇଛନ୍ତି । ଏହି ଦୁର୍ନୀତିରେ ପଞ୍ଚାୟତର ଜନ ପ୍ରତିନିଧିଙ୍କ ଠାରୁ ବିଭାଗୀୟ ବ୍ଳକ ପ୍ରଶାସନିକ ଅଧିକାରୀ ମାନେ ସଂପୃକ୍ତ ଥିବା ଜଣାପଡିବା ପରେ ବିଜେପି ପକ୍ଷରରୁ ବିଡିଓ ଓ ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରାଯାଇଥିଲା । ତେବେ ରାଜନୈତିକ ଚାପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ ତଦନ୍ତ କରାଯାଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଛି ବୋଲି ବିଜେପି ନେତାମାନେ କହିବା ସହ ଏହି ଦୁର୍ନୀତି ପ୍ରତିବାଦରେ ବିଜେପି ଆଗାମୀ ଦିନରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ସମ୍ମିଳନୀରେ ବରିଷ୍ଠ ବିଜେପି ନେତା ଦୁର୍ଗାଚରଣ ନାୟକ, ରଘୁନାଥ ପାତ୍ର, ଯୁବନେତା ସୂର୍ଯ୍ୟବଂଶୀ ସୂରଜ, ପ୍ରମୋଦ ଦାସ, ପ୍ରତାପ ଜେନା, ଶରତ ଦାସ, ସମିତିସଭ୍ୟ ଯଶୋବନ୍ତ ଦାସ, ସୁରେନ୍ଦ୍ର ନାୟକ, ଯୁବନେତା ପ୍ରଦୀପ ବଳ ଓ ସାଇଶରଣ ବେହେରା ପ୍ରମୁଖଙ୍କ ସମେତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ

Shares