Odisha news

ଏଆର ପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦଳୀୟ ନେତାଙ୍କ ସହ ସମ୍ବର୍ଦ୍ଧିତ କରୁଛନ୍ତି

କ୍ବାଡ ଦେଶ ସମ୍ମିଳନୀ ଓ ମିଳିତ ଜାତିସଂଘ ସାଧାରଣ ପରିଷଦରେ ଭାରତର ସଫଳ ପ୍ରତିନିଧିତ୍ବ କରି ଆଜି ସକାଳେ ନିଜ ଦେଶକୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳୀୟ ନେତାଙ୍କ ସହ ସମ୍ବର୍ଦ୍ଧିତ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଆଜି ପୂର୍ବାହ୍ନରେ ଦିଲ୍ଲୀ ବିମାନ ବନ୍ଦରଠାରେ ପ୍ରଧାନମନ୍ତ୍ରୀ ମୋଦି ପହଁଚିବା ପରେ   ଦିଲ୍ଲୀ ବିଜେପି ପ୍ରଦେଶ ତରଫରୁ  ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଆୟୋଜନ ଦଳ ର ଅଧ୍ୟକ୍ଷ ନଡ୍ଡାଜୀ ଓ ଶ୍ରୀଯୁକ୍ତ ପଣ୍ଡାଙ୍କ ତଦାରଖରେ ହୋଇଥିଲା । କାର୍ଯ୍ୟକ୍ରମରେ ଦିଲ୍ଲୀର ସାଧାରଣ ଜନତା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ  ଜଣାଇଥିଲେ
Shares