Odisha news

ତିହିଡି ବ୍ଲକସ୍ତରୀୟ ଲୋକ କଳା ପ୍ରତିଯୋଗିତା

ତିହିଡ଼ି,୨୬ା୦୯: ତିହିଡି ବ୍ଲକସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ପ୍ରତିଯୋଗିତା ସ୍ଥାନୀୟ ଦୀନଦୟାଲ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସତ୍ୟବ୍ରତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ସଂଘ ସଦସ୍ୟ ଚିତ୍ରଶିଳ୍ପୀ ଜୟନ୍ତ ନାୟକଙ୍କ ସଂଯୋଜନାରେ ଏକ ସଭା ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ତଥା ବିଡିଓ ବସନ୍ତ କୁମାର ସାହାଣୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଜିପିଓ ତରଣୀସେନ ବାରିକ, ପ୍ରାକ୍ତନ ସାମାଜିକ ସୁରକ୍ଷା ଅଧିକାରୀ ତଥା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ଅଞ୍ଚଳର କଳାକାର ମାନେ ପାଲା, ଦାସକାଠିଆ, ସଂକୀର୍ତ୍ତନ, ସମ୍ବଲପୁରୀ ନୃତ୍ୟ, ଘଣ୍ଟ ବାଦ୍ୟ, ଲୋକ ଗୀତ ଆଦି ପରିବେଷଣ କରିଥିଲେ । ପ୍ରାରମ୍ଭରେ ମା’ ଶାରଦା ମୁ୍ୟଜିକ ସେଣ୍ଟରର କଳାକାର ଦେବାଶ୍ରିତା ନାୟକ, ମଧୁସ୍ମିତା ବଳ, ଅର୍ଚ୍ଚିତା ପତି ଓ ଦେବସ୍ମିତା ପତି ପ୍ରମୁଖ ‘ବନେ୍ଦ ଉକ୍ରଳ ଜନନୀ’ ସଙ୍ଗୀତ ପରିବେଷଣ କରିଥିଲେ ।

Ad2

Comments are closed.