Odisha news

୨୦୧୯ ବିଧାନସଭା ନିର୍ବାଚନରେ ୩୫% ଓବିସିଙ୍କୁ ପ୍ରାର୍ଥୀ କରିଥିଲା ବିଜେପି, ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ନଦେଇ ବିଭ୍ରାନ୍ତ କରୁଛି ବିଜେଡି: ସୁରଥ ବିଶ୍ୱାଳ

 ବିଜୁ ଜନତା ଦଳର କିଛି ମଙ୍ଗୁଆଳ ଜାଣି ଜାଣି ସଂରକ୍ଷଣ ପ୍ରସଙ୍ଗକୁ ଏଡାଇ ଚାଲିଛନ୍ତି
 ବିଜେଡ଼ିର ଏହି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯାଇପାରିବ ନାହିଁ
 ୫୪ ପ୍ରତିଶତ ବହୁସଂଖ୍ୟକ ପଛୁଆ ବର୍ଗର ଲୋକମାନେ ନିଜ ଅଧିକାର ପାଇଁ ସ୍ୱର ଉଠାଇବେ ଏବଂ ବିଜେପି ତାହାର ନେତୃତ୍ୱ ନେବ
 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ୩ ଥର ଚିଠି ଲେଖି ସଂରକ୍ଷଣ ଦାବୀ କରିବା ପରେ ଫଳ ଶୂନ
 ଫାଇନାନ୍ସ ଡେଭଲପମେଂଟ୍ କର୍ପୋରେସନରେ ୨୦୦୮ରୁ କାହିଁକି ଆଜି ପର୍ଯ୍ୟନ୍ତ ଗୋଟିଏ ଲୋକଙ୍କୁ ବି ଋଣ ଦେଇନାହାନ୍ତି ରାଜ୍ୟ ସରକାର
 ଦୀର୍ଘ ଦିନ ହେବ କୋଣଠେସା ହୋଇଥିବା ଏବଂ ଗୋଟେ ସମୟରେ ଓବିସି ମାନଙ୍କ ପ୍ରବକ୍ତା ସାଜିଥିବା ରାଜା ସ୍ୱାଇଁ ବିଜେପିର ଚାପ ଫଳରେ ଆଜି ପ୍ରେସମିଟରେ ତାଙ୍କୁ ବସା ଯାଇଥିଲା

ଭୁବନେଶ୍ୱର, ତା.୧୩/୦୮: ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ୧୪୭ ବିଧାୟକ ପ୍ରାର୍ଥୀରୁ ଓବିସି ବର୍ଗରୁ ୫୧ ଜଣ ଅର୍ଥାତ୍ ୩୫ ପ୍ରତିଶତରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରାର୍ଥୀ କରାଇଥିଲା । ରାଜ୍ୟରେ ଓବିସି ବର୍ଗର ସଂଖ୍ୟା ୫୪ ପ୍ରତିଶତରୁ ଅଧିକ ଥିବାବେଳେ ସେମାନଙ୍କ ବିନା ପ୍ରାର୍ଥୀତ୍ୱରେ ଓଡ଼ିଶାରେ ନିର୍ବାଚନ ଅସମ୍ଭବ । ତେବେ ବିଜେଡ଼ି ଆସନ୍ତା ପଂଚାୟତ ଓ ପରବର୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବାର ଘୋଷଣା କରି ବିଜେଡ଼ି ଏହି ବର୍ଗର ଲୋକଙ୍କୁ ବିଭ୍ରାନ୍ତ କରିବାରୁ କ୍ଷାନ୍ତ ରହୁ ବୋଲି ବିଜେପି ରାଜ୍ୟ ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଆଜି ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଓବିସି ବର୍ଗର ଲୋକଙ୍କୁ ବିଜେଡ଼ି ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବରେ ୨୭ ପ୍ରତିଶତ ଦେବ ବୋଲି ଘୋଷଣା କରିଛି । ଏହି ଘୋଷଣା ରାଜ୍ୟ ପଛୁଆ ବର୍ଗଙ୍କ ଉପରେ କୌଣସି ପ୍ରକାର ଲାଭ ଦେବ ନାହିଁ । ପଛୁଆ ବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ଦୀର୍ଘ ଦିନ ଧରି ବଂଚିତ କରିଥିବା ରାଜ୍ୟ ସରକାର ସ୍ପଷ୍ଟ କରିବା ଦରକାର ଶିକ୍ଷା ଓ ଚାକିରି କ୍ଷେତ୍ରରେ ସବୁ ରାଜ୍ୟରେ ଓବିସି ମାନଙ୍କ ପାଇଁ ୨୭ପ୍ରତିଶତ ସଂରକ୍ଷଣ ଥିବା ବେଳେ କାହିଁକି ନାହିଁ । ଚାକିରି କ୍ଷେତ୍ରରେ ମଧ୍ୟ ୧୧.୨୫ ପ୍ରତିଶତର ସଂରକ୍ଷଣ କେଉଁ ସ୍ଥାନରେ ସୁନିଶ୍ଚିତ କରାଯାଇଛି । ରାଜ୍ୟର ମୋଟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ଓବିସି ଓ ଏସଇବିସି ବର୍ଗ । ତେବେ ଏହି ବର୍ଗର ଲୋକମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସୁଯୋଗରୁ ବଂଚିତ ହୋଇଛନ୍ତି । ଯେଉଁ କାରଣରୁ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇପାରିନାହିଁ ।
ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ଜାତିଙ୍କ ପାଇଁ ଅଧିକ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ୍ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ପ୍ରକାଶ କରିଥିଲେ । ଦେଶର ୮୦ ପ୍ରତିଶତ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଉଛି । ଏ ସବୁ ଜାଣିବା ପରେ ମଧ୍ୟ ବିଜୁ ଜନତା ଦଳର କିଛି ମଙ୍ଗୁଆଳ ଜାଣି ଜାଣି ସଂରକ୍ଷଣ ପ୍ରସଙ୍ଗକୁ ଏଡାଇ ଚାଲିଛନ୍ତି, ବିଜେଡ଼ିର ଏହି ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯାଇପାରିବ ନାହି । ୫୪ ପ୍ରତିଶତ ବହୁସଂଖ୍ୟକ ପଛୁଆ ବର୍ଗର ଲୋକମାନେ ସେମାନଙ୍କ ଅଧିକାର ପାଇବା ପାଇଁ ସ୍ୱର ଉଠାଇବେ ଏବଂ ବିଜେପି ତାହାର ନେତୃତ୍ୱ ନେବ ଏବଂ ସେମାନଙ୍କ ହକ୍ ସେମାନଙ୍କ ପାଖରେ ପହଁଚାôଇବା ପାଇଁ ସରକାରଙ୍କୁ ବାଧ୍ୟ କରିବ ବୋଲି ସେ କହିଛନ୍ତି ।
ଓବିସି କମିଶନର ଅଧ୍ୟକ୍ଷ ପଦବୀ ଖାଲି ପଡ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ୩ ଥର ଚିଠି ଲେଖିବା, ପରେ କେନ୍ଦ୍ର କମିଶନ ଓଡ଼ିଶା ଗସ୍ତ କରିବା ଏବଂ ଏହି ପ୍ରସଙ୍ଗରେ ବିଜେପିର ବାରମ୍ବାର ଦାବୀ ହେବା ପରେ ରାଜ୍ୟ ସରକାର ବାଧ୍ୟ ବାଧକତାରେ କମିଶନର ଅଧ୍ୟକ୍ଷ ନିଯୁକ୍ତି କଲେ । ତେବେ ସେହି କମିଶନ କଣ ସୁପାରିଶ କଲା ଏବଂ କମିଶନର ସୁପାରିଶ ଅନୁସାରେ ରାଜ୍ୟ କେଉଁ ସବୁ କାର୍ଯ୍ୟ କ୍ରିୟାନ୍ୱୟନ କଲେ, ଏହା ବିଷୟରେ ଉତର ରଖିବା ଦରକାର । ଆତ୍ମନିଯୁକ୍ତ କ୍ଷେତ୍ରରେ ଓବିସି ଡେଭଲପମେଂଟ୍ ଫାଇନାନ୍ସ କର୍ପୋରେସନ ଓଡ଼ିଶାରେ ଅଛି । ଏହି କର୍ପୋରେସନକୁ କେନ୍ଦ୍ର ପଇସା ଦେବ ଏବଂ ସେହି କର୍ପୋରେସନ ରାଜ୍ୟରେ ବଛା ବଛା ଓବିସି ହିତାଧିକାରୀଙ୍କୁ ଡାକି ଚୟନ କରି ସେମାନଙ୍କୁ ଋଣ ପ୍ରଦାନ କରିବ । ଏହି ସଂସ୍ଥା ଏଭଳି କିଛି କାର୍ଯ୍ୟ କରୁଅଛି କି? ଏ ସମସ୍ତ ପ୍ରଶ୍ନର ଉତର ବିଜେଡ଼ି ନୁହେଁ ବରଂ ରାଜ୍ୟ ସରକାର ଦେବା ଦରକାର । କାରଣ ନବୀନ ପଟ୍ଟନାୟକ କେବଳ ବିଜେଡ଼ିର ସଭାପତି ନୁହଁନ୍ତି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ।
କାହିଁକି ଫାଇନାନ୍ସ ଡେଭଲପମେଂଟ୍ କର୍ପୋରେସନ ୨୦୦୮ରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଲୋକଙ୍କୁ ବି ଋଣ ଦେଇନାହିଁ । ଏହାର ଉତର ନଦେଇ କେନ୍ଦ୍ର ସରକାର ଯେତେବେଳେ ବିଲ୍ ପାସ୍ କଲେ ସଂସଦରେ ବିଜେଡ଼ି କେନ୍ଦ୍ର ଉପରେ ଦୋଷ ଲଦୁଥିଲା । ଏବେ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି କେଉଁ ଜାତିର ଲୋକ ଓବିସି ତାଲିକାରେ ରହିବେ, ଏହା ରାଜ୍ୟ ସରକାର ନିଷ୍ପତି ନେବେ । ସେହିପରି ମୋଦି ସରକାରଙ୍କ କହିବାନୁସାରେ ବ୍ରାହ୍ମଣ, କରଣ ହେଲେ ମଧ୍ୟ ସେହି ଲୋକ ଯଦି ଗରିବ ହୋଇଥିବ ଅଥବା ଆର୍ଥôକ ଅନଗ୍ରସର ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣର କଥା କହିଲେ । ତେବେ ରାଜ୍ୟ ସରକାରଙ୍କ ଅନୁସାରେ ତାଙ୍କ ପାଖରେ ଓବିସି ତାଲିକା, ଚାଷୀ ତାଲିକା ଏବଂ ଗରିବଙ୍କ ତାଲିକା ନାହିଁ କହୁଥିବା କହୁଛନ୍ତି । ତେବେ କେଉଁ ତାଲିକା ରାଜ୍ୟ ସରକାରଙ୍କ ପାଖରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଆଜି ବିଜେଡ଼ିର ସାମ୍ବାଦିକ ସମ୍ମିଳନୀରେ ଦୀର୍ଘ ଦିନ ହେବ କୋଣଠେସା ହୋଇଥିବା ଏବଂ ଗୋଟେ ସମୟରେ ଓବିସି ମାନଙ୍କ ପ୍ରବକ୍ତା ସାଜିଥିବା ରାଜା ସ୍ୱାଇଁ ଆଜି ବିଜେପିର ଚାପ ଫଳରେ ଆଜି ପ୍ରେସମିଟରେ ତାଙ୍କୁ ବସା ଯାଇଥିଲା । ରାଜା ସ୍ୱାଇଁଙ୍କୁ ସଠିକ୍ ଭାବରେ ଜଣା ଅଛି ଏ ସରକାରଙ୍କର ଓବିସି ପ୍ରତି କିଛି ଆନ୍ତରିକତା ଅଛି ନା ନାହିଁ । କିନ୍ତୁ ମୁଖପାତ୍ର ଭାବେ ବସାଇ ଥିବାରୁ ସରକାରଙ୍କ ମୁଖପାତ୍ର ଭଳି ସେ ଆଜି ସୁରକ୍ଷା ଦେବା ଭଳି କିଛି କଥା ରଖିଲେ । ସବୁ ରାଜ୍ୟକୁ ସଂରକ୍ଷଣ ଦେବାରେ କୌଣସି ଅସୁବିଧା ନଥିବା ବେଳେ ବିଜେଡିକୁ କାହିଁକି ଅସୁବିଧା ହେଉଛି ।
ଶ୍ରୀ ବିଶ୍ୱାଳ କହିଛନ୍ତି ବିଜେଡ଼ି କେବଳ ମାନ୍ୟବର ସୁପ୍ରିମକୋର୍ଟଙ୍କ ପାଖକୁ ଯାଇ ସଂରକ୍ଷଣ ଦିଆଯିବାର ଔପଚାରିକତା କଲେ ହେବ ନାହିଁ ସୁପ୍ରିମକୋର୍ଟକୁ ବୁଝାଇବାକୁ ହେବ, ରାଜ୍ୟରେ ଓବିସି ଓ ଏସଇବିସିଙ୍କ ବର୍ଗ ୫୪ ପ୍ରତିଶତ । ଅଧିକ ସଂଖ୍ୟାରେ ସେମାନଙ୍କୁ ସଂରକ୍ଷଣ ଦେବାର ଆବଶ୍ୟକତା ରହିଛି । ୫୦ ପ୍ରତିଶତରୁ ଅଧିକ ହେଲେ ବି ସେମାନଙ୍କୁ ସଂରକ୍ଷଣ ଦିଆଯାଉ ।

Comments are closed.