Odisha news

୧୬ ତାରିଖରୁ ସେସୁର ବିଜୁଳିକାଟ ପ୍ରସଙ୍ଗ ଝିଂଟିକା ମାରିକି ବଣି ପୋଷିବା ନିତିରେ ରାଜ୍ୟସରକାର ଗରିବ ଖଟିକିଆଙ୍କ ପେଟକୁ ଲାତ ମାରୁଛନ୍ତି

0

 ଗ୍ରିଡ୍କୋର ବକେୟା ୭,୬୫୭କୋଟି ଟଙ୍କା କେଉଁ କମ୍ପାନୀ ପାଖରେ କେତେ ବକେୟା ଅଛି ରାଜ୍ୟ ସରକାର ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ
 ବଡ ବଡ କମ୍ପାନୀ ମନଙ୍କଠୁ ବକେୟା ଟଙ୍କା ଆଦାୟ ନକରି ଗାଁ ଗହଳିର ଗରିବ ଖଟିକିଆ ମଜୁରୀଆଙ୍କୁ ବିଜୁଳି କାଟର ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ, ଅଗଣତାନ୍ତ୍ରିକ ଏବଂ ଜନହିତରେ ନୁହେଁ
 ୨୪ଘଂଟିଆ କମ ଦରରେ ସ୍ଥିର ବିଜୁଳି ଯୋଗେଇ ଦେବା ହେଉଛି ରାଜ୍ୟସରକାରଙ୍କର ଦାୟିତ୍ୱ ହେଲେ ପାୱାର ସରପ୍ଲସ୍ର ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳର ସରକାର ଏହା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି
 ଆଗକୁ ଓଡିଶାରେ ମ୍ୟାଟ୍ରିକୁଲେସନ୍ ଏବଂ +୨ ପରୀକ୍ଷା ଆସୁଛି ଏବଂ ଗାଁ ଗହଳିରେ ଘରେ ଘରେ ଛାତ୍ରଛାତ୍ରୀ ପଢାପଢିରେ ଲାଗି ପଡିଛନ୍ତି । ଏହି ସମୟରେ ଆସନ୍ତା ୧୬ତାରିଖରୁ ସେସୁ ଓଡିଶାର ୧୧୫୦୦ଗାଁକୁ ବିଜୁଳିକାଟ କରିବାର ଧମକ ବିଦ୍ୟାର୍ଥୀ ମାନଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦୋବର ଚକ୍ରାନ୍ତ
ଭୁବନେଶ୍ୱର,ତା.୧୪/୦୧: ଝିଂଟିକା ମାରିକି ବଣି ପୋଷିବାର ନିତିରେ ରାଜ୍ୟସରକାର ରାଜ୍ୟର ଶାସନ ଚଲାଇଛନ୍ତି । ଖୋଦ୍ ରାଜ୍ୟସରକାର ବିଧାନସଭାରେ ମାନିଛନ୍ତି ଯେ, ଗ୍ରିଡକୋର ୭,୬୫୭କୋଟି ଟଙ୍କା ବିଭିନ୍ନ କଂପାନୀ ଏବଂ ବ୍ୟବସାୟ ଅନୁଷ୍ଠାନ ପାଖରେ ବକେୟା ପଡିଛି । ଏହି ଅର୍ଥକୁ ରାଜ୍ୟସରକାର ଆଦାୟ ନକରି ଗରିବ ଲୋକଙ୍କ ପାଖରେ ବାକିଥିବା ଅର୍ଥକୁ ଅସୁଲି କରିବା ପାଇଁ ଲାଗିପଡିଛନ୍ତି । ସାଧାରଣ ଲୋକଙ୍କ ପାଖରେ ବାକି ପଡିଥିବା ୧୯୫୦ କୋଟି ଟଙ୍କା ଆଦାୟ କରିବା ପାଇଁ ଓଡିଶାରେ ୧୧୦୦୦ରୁ ଉଦ୍ଧ୍ୱର୍ ଗାଁ କୁ ଅନ୍ଧକାରକୁ ଠେଲି ଦେବା ନିଷ୍ପତି କେତେ ଦୂର ଯୁକ୍ତିଯୁକ୍ତ ? ବିଜୁଳି ବକେୟା ଦେୟ ଆଦାୟ କରିବା ନିହାତି ଦରକାର କିନ୍ତୁ ବଡ ବଡ କମ୍ପାନୀ, ବ୍ୟବସାୟିକ ଅନୁଷ୍ଠାନ ମାନଙ୍କରେ ଥିବା ବକେୟା ରାଶିକୁ ଆଦାୟ ନକରି ଗରିବ ଲୋକଙ୍କ ପେଟକୁ ଲାତ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗ୍ରୀଡକୋର ବକେୟା ରାଶି କେଉଁ କମ୍ପାନୀ ପାଖରେ କେତେ ବକେୟା ଅଛି ରାଜ୍ୟ ସରକାର ଶ୍ୱେତପତ୍ର ମାଧ୍ୟମରେ ପ୍ରକାଶ କରନ୍ତୁ ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।
ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜୁଳି ହେଉଛି ଅତି ଆବଶ୍ୟକୀୟ ସେବା । ରାଜ୍ୟସରକାରଙ୍କ ମୂଳ ଦାୟିତ୍ୱ ହେଉଛି ରାଜ୍ୟବାସୀଙ୍କୁ ସ୍ଥିର ବିଜୁଳି ଯୋଗେଇବା । ପାୱାର ସରପ୍ଲସ୍ର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଏହା ଯୋଗାଇ

ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ରାଜ୍ୟସରକାର ଏଠି ଏହା ନକରି ବକେୟା ବିଦୁ୍ୟତ ଦେୟ ଆଦାୟରେ ପାତରଅନ୍ତର ନୀତି ଆପଣାଇଛନ୍ତି । ରାଜ୍ୟସରକାର କେଉଁ ଆଇନ ଅନୁସାରେ ସେସୁକୁ ଘରୋଇକରଣ କରିଛନ୍ତି ଏବଂ ବକେୟା ରଖିଥିବା କଂପାନୀମାନଙ୍କଠାରୁ ବକେୟା ଆଦାୟ କରିବା ପାଇଁ କଣ ଉପାୟ ଆପଣାଇଛନ୍ତି ତାହା ସ୍ୁଷ୍ଟ କରନ୍ତୁ । ଓଡିଶାର ଗ୍ରାହକ କମ ପଇସାରେ କିଭଳି ଭଲ ବିଜୁଳି ପାଇପାରିବ ଏହା ରାଜ୍ୟସରକାରଙ୍କ ମାପଦଣ୍ଡ ହେବା କଥା ।
ରାଜ୍ୟ ସରକାର ରାଜ୍ୟ ବିଦୁ୍ୟତ ନିୟନ୍ତ୍ରଣ ଆଯେଗ ଗଠନ କରି କହିଥିଲେ ଯେ, ବିଦୁ୍ୟତ ସଂସ୍କାର ଆଣିବାରେ ଓଡ଼ିଶା ପ୍ରଥମ । ତାହେଲେ ବିଦୁ୍ୟତ ବିଲ ବକେୟା ହେଲା କେମିତି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ରାଜ୍ୟସରକାର ଆଗାମୀ ୧୬ ତାରିଖରୁ ବିଜୁଳି କାଟିବା ପାଇଁ ଘୋଷଣା କରିଛନ୍ତି । ଆଗାମୀ ଦିନରେ ମେଟ୍ରିକ ଏବଂ ଯୁକ୍ତ ୨ ପରୀକ୍ଷା ହେବାକୁ ଯାଉଛି । ବକେୟା ଆଦାୟ ନାଁରେ ବିଦୁ୍ୟତ କାଟି ଗାଁ ଗହଳିରେ ଥିବା ଗରିବ ଘର ପିଲାମାନଙ୍କର ଭବିଷ୍ୟତକୁ ରାଜ୍ୟସରକାର ଅନ୍ଧାର କରିଦେବାକୁ କାହିଁକି ବାହାରିଛନ୍ତି ? ୨୦ ବର୍ଷ କାଳ ଏହି ସରକାର ଚାଲିଆସୁଥିଲା ଆଗରୁ କେବେ ଏହି ସମସ୍ୟା ହୋଇନଥିଲା କି? ଚଳିତ ବର୍ଷ କଣ ପାଇଁ ରାଜ୍ୟସରକାର ୧୧ହଜାରରୁ ଉଦ୍ଧ୍ୱର୍ ଗାଁରେ ବିଜୁଳି କାଟିବା ପାଇଁ ନିଷ୍ପତି ନେଲେ? ସେସୁ ଘରୋଇକରଣ ହେବା ଲୋକମାନଙ୍କ ଘରକୁ ଅତ୍ୟଧିକ ଏରିୟର ବିଲ ଆସୁଛି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି । ଯଦି ଏତେ ଏରିୟର ଥିଲା ତେବେ ପ୍ରତି ମାସରେ ବିଲ ଆଦାୟ କରାଗଲାନି କାହିଁକି ? ଯେଉଁଠି ରାଜ୍ୟସରକାର କାଳିଆ ଯୋଜନାରେ ୫ହଜାର ଟଙ୍କା ପଠାଉଛନ୍ତି, ସେଠି ୪୦,୦୦୦ ଟଙ୍କାର ବିଲ ପଠାଇଲେ ସେ କିପରି ଭରଣା କରିବ ? ଏହା ସେହି ରାଜ୍ୟ ଯେଉଁଠି ଚାଷୀ ଆତ୍ମହତ୍ୟା କରୁଛନ୍ତି । ଗରିବ ଲୋକ ବକେୟା ନଦେଇ ପାରି ଆତ୍ମହତ୍ୟା କରିବ ପାଇଁ ସରକାର କଣ ଆଉ ଏକ ଉପାୟ ବାହାର କରୁଛନ୍ତି କି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଆମେ ରାଜ୍ୟସରକାରଙ୍କୁ ଚେତାବନୀ ଦେଉଛୁ ଏଭଳି ଦାୟିତ୍ୱହୀନ ପଦକ୍ଷେପରୁ ନିବୃତ ରୁହନ୍ତୁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଗ୍ରାହକ ମାନଙ୍କ ସାଙ୍ଗେ ଆଲୋଚନା କରି ବିଦୁ୍ୟତ ବକେୟା ଆଦାୟ କରିବାର ସରଳ ଉପାୟ ବାହାର କରନ୍ତୁ ନଚେତ୍ ଓଡିଶାବାସୀ ବିଜେଡି ସରକାରଙ୍କୁ ଉଚିତ୍ ଜବାବ ଦେବେ ବୋଲି ଡ.ସାମନ୍ତିସଂହାର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

Leave A Reply