Odisha news

ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେପି:ପୃଥ୍ୱୀରାଜ ହରିଚନ୍ଦନ

0

 ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି
 ରାଜ୍ୟସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 କୌଣସି ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମରେ ଲୋଗୋ ବା ନୋମେନ କ୍ଲଚରକୁ ପରିବର୍ତନ କରାଯାଇପାରିବନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି
 ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ରାଜ୍ୟସରକାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି
 କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ପୃଥକ ଭାବେ ନାମିତ କରାଯାଉ
 ହିତାଧିକାରୀଙ୍କ ପାଖକୁ ପଠାଉଥିବା ପ୍ରବଚଂନା ପୂର୍ଣ୍ଣ ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରନ୍ତୁ
 ଫେବୃଆରୀ ମାସରେ ବିଭିନ୍ନ ଆବେଦନ ପତ୍ର ଆଜି ବ୍ଲକ ମାନଙ୍କରେ ପଡିଛି ତାକୁ ତୁରନ୍ତ ରାଜ୍ୟସରକାର ଏକାଠି କରି ଆବାସ ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ ଅପଲୋଡ କରନ୍ତୁ
 ସରକାର ବାରମ୍ବାର ତାଙ୍କ ନିଷ୍ପତି ବଦଳାଇ ରାଜକୋଷକୁ କ୍ଷତି ପହଁଚାଉଛନ୍ତି
 ବିଜୁ ପକ୍କା ଘରର ବଡ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଛି
 ଅଯଥାରେ ଖର୍ଚ୍ଚ ହୋଇଥିବା ୧୦ କୋଟି ଟଙ୍କା କାହାଠାରୁ ଭରଣା କରାଯିବ ସେ ନେଇ ଉତର ରଖନ୍ତୁ ରାଜ୍ୟସରକାର
 ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ଛାଡି କିପରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳିବ ସେ ଦିଗରେ କାର୍ଯ୍ୟ କରନ୍ତୁ
ଭୁବନେଶ୍ୱର,ତା.୩୦/୧୨: ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରିବା ଏବଂ ତଳେ ବିଜୁ ବାବୁଙ୍କ ବଡ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରିଚାଲିଥିଲେ ।

କେବଳ ସେତିକି ନୁହେଁ ଏହି ଘର ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ ପତ୍ର ହିତାଧିକାରୀଙ୍କୁ ଦେଇ ସମସ୍ତ ଶ୍ରେୟ ନିଜେ ନେଉଥିଲେ । ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଉ ହେବା ଏବଂ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦେବା ପରେ ରାଜ୍ୟସରକାର ନୂଆ ଷ୍ଟିକର ବାହର କରିଛନ୍ତି । ସରକାର କିଛି ନିଷ୍ପତି ନେବା ପୂର୍ବରୁ ସେ ଦିଗରେ ତର୍ଜମା କରିବା ଦରକାର । କିନ୍ତୁ ରାଜ୍ୟସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

କୌଣସି ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମରେ ଲୋଗୋ ବା ନୋମେନ କ୍ଲଚରକୁ ପରିବର୍ତନ କରାଯାଇପାରିବନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି । ଏହା ସତ୍ୱେ ରାଜ୍ୟସରକାର ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରିଥିଲେ । ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ରାଜ୍ୟସରକାର ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ ।

କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ନାମିତ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ମିଥ୍ୟା ସମ୍ବଳିତ ଚିଠି ହିତାଧିକାରୀଙ୍କୁ ପଠାଉଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ନାହିଁ । ସେଥିରେ ସେ କେବଳ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା । ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ରାଜ୍ୟସରକାର ଘର ଦେବା କଥା କହିବା ସମ୍ପୂର୍ଣ୍ଣ ମିଥ୍ୟା । ଏହି ପ୍ରବଚଂନା ପୂର୍ଣ୍ଣ ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

ଯେଉଁଭଳି ଭାବରେ ଫେବୃଆରୀ ମାସରେ ବିଭିନ୍ନ ଆବେଦନ ପତ୍ର ବ୍ଲକ ମାନଙ୍କରେ ପଡିଛି ତାକୁ ତୁରନ୍ତ ରାଜ୍ୟସରକାର ଏକାଠି କରି ଆବାସ ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କୁ ଅପଲୋଡ କରନ୍ତୁ । ସରକାର ବାରମ୍ବାର ତାଙ୍କ ନିଷ୍ପତି ବଦଳାଇ ରାଜକୋଷକୁ କ୍ଷତି ପହଁଚାଉଛନ୍ତି । ବିଜୁ ପକ୍କା ଘରର ବଡ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ରାଜକୋଷରୁ ଅଯଥାରେ ଯେଉଁ ୧୦କୋଟି ଖର୍ଚ୍ଚ ହୋଇଛି ସେ ଅର୍ଥ କାହାଠାରୁ ଭରଣା କରାଯିବ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହି ଅନୁଯାୟୀ ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ଛାଡି କିପରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳିବ ସେ ଦିଗରେ କାର୍ଯ୍ୟ କରନ୍ତୁ । ଓଡିଶାର ଶେଷ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବା ପାଇଁ ପର୍ଯ୍ୟନ୍ତ ଏହି ଆନେ୍ଦାଳନ ବିଜେପି ଜାରି ରଖିବବୋଲି ଶ୍ରୀ ହରିଚନ୍ଦନ ଚେତାବାନୀ ଦେଇଛନ୍ତି ।

Leave A Reply