ଖାଦ୍ୟ ସୁରକ୍ଷାରେ ସାମିଲ ହୋଇନଥିବା ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଲାଭ ଉଠାଇ ପାରିବେ
ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ
ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି
ଲୋକମାନଙ୍କୁ କିପରି ସୁଚାରୁରୂପେ ଡାଲି ଯୋଗାଇ ଦେବେ ସେନେଇ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ
ଭୁବନେଶ୍ୱର,ତା.୦୨/୦୭: ଗରିବ, କୃଷକ ଏବଂ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁଯାୟୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଏ ପ୍ରତି ପରିବାରକୁ ୧ କିଲୋ ଡାଲି ଆଗାମୀ ୫ ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥି ପାଇଁ ୯୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି ।
ଏହା ଦ୍ୱାରା ଓଡିଶାର ଜନତା ଅଧିକ ଉପକୃତ ହେବେ । ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨ ଲକ୍ଷ ୯୮ ହଜାର ୫ ଶହ ୮୨ ପରିବାରର ୩ କୋଟି ୨୪ ଲକ୍ଷ ୭୩ ହଜାର ୩ଶହ ୭୦ ଜଣ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାଁନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଭଳି ଘଢିସନ୍ଧି ମୁହୁର୍ତରେ ଗରିବ ଲୋକମାନେ କଷ୍ଟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବକଲ୍ୟାଣ ଯୋଜନା ସଂଜିବନୀ ସଦୃଶ୍ୟ । ପ୍ରଧାନମନ୍ତ୍ରୀଙ୍କ ଏଭଳି ଏକ ମହତ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଜନଧନ ଯୋଜନାରେ ୧୬,୦୭,୭୭୫ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ୬,୩୨୬.୮୮ କୋଟି ଟଙ୍କା ଡିପୋଜିଟ କରାଯାଇଛି ଓ ୧୨,୯୫.୯୦୯ ରୁପେ କାର୍ଡ ଇସୁ୍ୟ କରାଯାଇଛି । ଗତ ୩ ମାସ ଭତିରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ସେମାନଙ୍କୁ ନିଜ ଗ୍ରାମରେ ଭିନ୍ନ ଭିନ୍ନ ୨୫ ଟି କାମରେ ରୋଜଗାର ଯୋଗାଇ ଦିଆଯିବ । ଏହା ଦ୍ୱାରା ଓଡିିଶା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ଉଠାଇ ପାରିବେ ।
ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ବସବାସ କରୁଥିବା ଗରିବ ଖଟଖିଆ ଲୋକଙ୍କୁ ନଭେମ୍ବର ମାସ ପର୍ଯ୍ୟନ୍ତ ଖାଦ୍ୟ ମିଳିବ । କେହି ବି ଯେପରି ଭୋକରେ ନରହିବେ ତାହା ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା । ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଗରିବ କଲ୍ୟାଣ ପ୍ରତି ମୋଦି ସରକାରଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି ।
ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରାଯାଇଛି । ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସରକାର ଲୋକମାନଙ୍କୁ କିପରି ସୁଚାରୁରୂପେ ଡାଲି ଯୋଗାଇ ଦେବେ ସେନେଇ ବ୍ୟବସ୍ଥା କରିବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।