ମାଲକାନଗିରି (ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପଲ୍ଲୀ ଗାଁ ଲୋକମାନେ ନିକଟସ୍ଥ ଶାବେରୀ ନଦୀରୁ ଏକ କୁମ୍ଭୀରକୁ ଧରି ଆଣି ତା ମାଂସ ଖାଇ ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯlଇଛି l
ଘଟଣାରୁ ପ୍ରକାଶ ଯେ ପଡିଆ ବ୍ଲକ ନିକଟସ୍ଥ କାଲଦାପଲ୍ଲୀ ଠାରୁ ଏକ କିମି ଦୂରରେ ପ୍ରବାହିତ ହେଉଥିବାବଶାବେରୀ ନଦୀକୁ ଗତ ମଙ୍ଗଳ ବାର ଦିନ କିଛି ଲୋକ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ୧୦ ଫୁଟର କୁମ୍ଭୀର ନଦୀ ପୀଠରେ ଶୋଇଥିବା ଦେଖିବାକୁ ପାଇଥିଲେ l ନଦୀରେ କମ ପାଣି ପ୍ରବାହିତ ହେଉଥିବାରୁ କୁମ୍ଭୀରଟି ଯାତାୟତ କରି ନ ପାରି କୌଣସି କାରଣରୁ ମରି ପଡିଥିଲା l
ଏହି ମଲା କୁମ୍ଭୀରଟିକୁ ଲୋକମାନେ ଗାଁକୁ ଆଣିଥିଲେ l ଗାଁ ମୁଣ୍ଡରେ ଥିବା ଏକ ତେନ୍ତୁଳି ଗଛ ଶାଖାରେ କୁମ୍ଭରକୁ ବାନ୍ଧି ତା ମାଂସକୁ ଭାଗ ବାଣ୍ଟି ଖାଇ ଗଲେ l ଏହି କୁମ୍ଭୀରକୁ ମାରି ତେନ୍ତୁଳି ଗଛରେ ଓହଳାଇବା ଫଟୋ ମୋବାଇଲରେ ସେଲଫି ଓଠାଇ ଭାଇରାଲ କିଛି ଯୁବକ ଭାଇରାଲ କରିଥିଲେ l କାଲଦା ପଲ୍ଲୀ ଏକ ଆଦିବାସୀ ଗ୍ରାମ ହୋଇଥିବା ବେଳେ କୁମ୍ଭୀର ମାଂସ ଖାଇବା ମାଲକାନଗିରି ଜିଲ୍ଲା ପାଇଁ ଏହା ପ୍ରଥମ ଘଟଣା ବୋଲି କାଲିମେଳା ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡକାମୀ ପ୍ରକାଶ କରିଛନ୍ତି l
ଘଟଣାରେ ସତ୍ଯତା ରହିଛି ବୋଲି ସେ ସ୍ବୀକାର କରିଛନ୍ତି l ତେବେ କୁମ୍ଭୀରଟି ୧୦ ଫୁଟ ଲମ୍ବ କୁହାଯାଇଥିଲେ ମଧ୍ଯ ଏହା ଜୀବନ୍ତ ନଥିବା ବନାଞ୍ଚଳ ଅଧିକାରୀ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛନ୍ତି l ଜୀବନ୍ତ କୁମ୍ଭୀର ଧରିବା ଏତେ ସହଜ ନୁହଁ ବୋଲି ସେ ମତବ୍ଯକ୍ତ କରିଛନ୍ତି l ତେବେ କେଉଁମାନେ ନଦୀରୁ କୁମ୍ଭୀରକୁ ନେଇ ଆସିଥିଲେ ଏବଂ କିଏ କିଏ ଏହାର ମାଂସ ଖାଇଲେ ,କୁମ୍ଭୀର ଚମଡା କାହା ପାଖରେ ଅଛି,କୁମ୍ଭୀରର ହାଡ କେଉଁଠି ଲୁଚା ଯାଇଛି ବନ କର୍ମଚାରୀମାନେ ଅନୁସନ୍ଧାନ ଚଲାଇଥିବା କୁହାଯାଇଛି l ଅନୁସନ୍ଧାନ ପରେ ଦୋଶୀଂକ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ମାଲକାନଗିରି ଡିଏଫଓ ପ୍ରଦୀପ ଦେବଦାସୀ ମିରାସେ ପ୍ରକାଶ କରିଛନ୍ତି
ଅନ୍ଯପକ୍ଷରେ ଗତ ଶନିବାର ଦିନ ଚିତ୍ରକୋଣ୍ଡା ନଦୀବନ୍ଧ ନିକଟରେ ଏକ ନଈରେ ଗାଧୋଉଥିବା ବେଳେ କୈଳାସ ମାଝୀ ନାମକ ଏକ (୯)ବର୍ଷର ବାଳକକୁ କୁମ୍ଭୀର ଆକ୍ରମଣ କରି ମାରି ଦେଇଥିଲା l
ତେଣୁ ମୃତକଂକ ପରିବାରଂକୁ ମଧ୍ୟ ୪ ଲକ୍ଷ ଟଂକାର ସହାୟତା ରାଶି ଓଡିଶ ବନ ବିଭାଗ ଯୋଗାଇବାର ନିୟମ ଥିଲେ ମଧ୍ଯ ମୃତ ବାଳକର ବାପା ଅର୍ଜ୍ଜୁନ ମାଝୀ ମାଲକାନଗିରି ବନ ବିଭାଗରେ ଦରଖାସ୍ତ ଦେଇନଥିବା ଡିଏଫଓ ପ୍ରଦୀପ ଦେବଦାସୀ ମିରାସେ ପ୍ରକାଶ କରିଛନ୍ତି l