ବିଜେପି ନେତୃତ୍ୱ ରେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ ର ବୁଧବାର ଦିନ ବୈଠକ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ସାକ୍ଷାତ କରିଥିଲେ, ଏବଂ ସରକାର ଗଢିବା ପାଇଁ ସମର୍ଥନ ରାଷ୍ଟ୍ରପତି ମୁର୍ମୁ ଙ୍କୁ ଅର୍ପଣ କରିଥିଲେ l ମିଳିଥିବା ଉଛନ ଅନୁସାରେ ଶୁକ୍ରବାର ଜୁନ ୭ତାରିଖ ଦିନ ସଂସଦ ଭବନ ରେ ଦ୍ବିପ୍ରହର ୨ଟା ୩୦ ମିନିଟ ରେ ହେବ l ଏହି ମିଟିଂ ରେ NDA ଶାସିତ ରାଜ୍ୟ ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ପାର୍ଟି ର ଅଧ୍ୟକ୍ଷ ଉପସ୍ଥିତ ରହିବେ l ଏହାର ପରଦିନ ଅର୍ଥାତ ଜୁନ ୮ତାରିଖ ଦିନ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦବୀ ର ଶପଥ ନେବେ l ଶପଥ ଗ୍ରହଣ ସମାରୋହ ସନ୍ଧ୍ୟା ୭ଟା ରୁ ୮ଟା ମଧ୍ୟରେ ହେବ l
ନୂଆ ସରକାର କିପରି ହେବେ ?
ବିଭିନ୍ନ ରାଜନୈତିକ ଦଳରୁ ବର୍ତମାନ ଶୁଣିବାକୁ ମିଳୁଛି ଯେ ଚଳିତ ଥର ର ନୂଆ ସରକାର କିଛି ମାତ୍ରା ରେ ପରିବର୍ତନ ହୋଇପାରେ l କାହିଁକି ନା ବିଜେପି ପ୍ରଥମ ଥର ପାଇଁ ୨୦୧୪ ପରେ ପ୍ରଥମ ଥର ପାଇଁ ବହୁମତ ର ମ୍ୟାଜିକ ଚଳାଇପାରି ନାହିଁ l ତେଣୁ ବିଜେପି ଚଳିତ ଥର ଏନଡିଏ ରେ ଶାମିଲ ହୋଇଥିବା ଅନ୍ୟ ଦଳଙ୍କ ଉପରେ ନିର୍ଭର କରିବ l
କାହାକୁ ମିଳିବ କେତେ ସିଟ ?
ବିଜେପି ବର୍ତମାନ ୨୪୦ ସିଟ ରେ ବିଜୟ ଲାଭ କରିଛି l ତେଲୁଗୁ ଦେଶମ ପାର୍ଟି ୧୬ ଟି ସିଟ ରେ ବିଜୟ ଲାଭ କରିଛି, ଜେଡିୟୁ କୁ ମିଳିଛି ୧୨ ଟି ସିଟ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଙ୍କ ଦଳ ୭ଟି ସିଟ, ଚିରାଗ ପାଶୱାନ ୫ଟି ସିଟ ରେ ବିଜୟ ଲାଭ କରିଛନ୍ତି l ସରକାର ଗଠନ ରେ ଏହି ଦଳ ମାନଙ୍କର ରହିବ ମୁଖ୍ୟ ଭୂମିକା l ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶ ର ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କ ସହିତ କଂଗ୍ରେସ ଯୋଗାଯୋଗ କରିଥିଲା କିନ୍ତୁ ଉଭୟ ରାଜ୍ୟ ର ନେତା କହିଥିଲେ ଯେ 𝙽𝙳𝙰 ସହିତ ରହିବେ l