Odisha news

ତିର୍ତୋଲ ବିଧାନ ସଭା ଉପନିର୍ବାଚନ : ଅରଣା ପଂଚାୟତରେ ବିଜେପି କର୍ମୀ ସମିଳନୀ

0

ବିରିଡି, ତା ୨୪ା୧୦; ତିର୍ତୋଲ ବିଧାନ ସଭା ଉପନିର୍ବାଚନ ପରିପ୍ରେକ୍ଷିରେ ବିରିଡି ବ୍ଲକର ଅରଣା ଗ୍ରାମପଂଚାୟତ ଅନ୍ତର୍ଗତ କୋଶଳ ଠାରେ ଭାରତିୟ ଜନତାପାର୍ଟି ପକ୍ଷରୁ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଦଳିୟ ପ୍ରାର୍ଥୀ ହୋଇଥିବା ରାଜକିଶୋର ବେହେରାଙ୍କ ପାଇଁ ପଂଚାୟତରେ କିପରି ଅଧିକରୁ ଅଧିକ ଭୋଟ ମିଳିପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ବିଜେଡିର ଗଡକୁ କିଭଳି ଭାଙ୍ଗି ବିଜେପିର ଗଡ କରିବା ପ୍ରୟାସରେ ଏହି ପଂଚାୟତରେ ପ୍ରଭାରୀ ତୁସାରକାନ୍ତ ଚକ୍ରବର୍ତୀଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବ୍ଲକ ପର୍ଯ୍ୟବେକ୍ଷକ ଚିତରଂଜନ କଂସ, ହାଜିପୁର ମଣ୍ଡଳ ସଭାପତି ସୁଦର୍ଶନ ପଣ୍ଡା, ମଣ୍ଡଳ ସଂଯୋଜକ ଆଲୋକ ପଣ୍ଡା, ପଂଚାୟତ ସହ ପ୍ରଭାରୀ ଭୁପତି ଭୁଷଣ ପାଣି ଯୋଗ ଦେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକ ଜନହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ଆଗାମି ଦିନରେ କିଭଳି ଦଳିୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜିତାଇବେ ସେ ସମ୍ପର୍କରେ ଆହ୍ୱାନ ଦେଇଥିଲେ ।

ଗ୍ରାମପଂଚାୟତର ବିଜେପି କର୍ମୀ ଯୁଧିଷ୍ଠିର ମହାପାତ୍ର, ବିସ୍ୱଜିତ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥରବା ବେଳେ ଏଥିରେ ପଂଚାୟତର ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Leave A Reply