Odisha news

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ସାଇବର ଥାନାରେ ଏତଲା

ମିଥ୍ୟା ଭିଡିଓ ଦେଖାଇ ନିର୍ବାଚନ ସଭାରେ ଭାଷଣ ଦେଇଥିବା ପ୍ରଦୀପ ମାଝୀ ଓ ଭିକେ ପାଣ୍ଡିଆନଙ୍କୁ ଗିରଫ କରାଯାଉ: ସମୀର ମହାନ୍ତି

0

 ବିଜେଡି ସରଳ, ଦଳିତ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି
 ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓକୁ ଅପପ୍ରଚାର କରୁଛନ୍ତି
ଭୁବନେଶ୍ୱର, ତା.୩୦/୦୪: ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ଓ ବିଜେଡି ସରକାର ପଛକୁ ଘୂଚିଂଥିଲା । ଏବେ ପୁଣି ନିର୍ବାଚନ ସମୟରେ ବିଜେଡି ସରଳ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି । ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି । ଏହା କେବଳ ଆଚରଣ ବିଧିର ଘୋର ଉଲଘଂନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା । ଜାତୀୟ ସ୍ତରରେ କଂଗ୍ରେସ ଦଳ ଓ ଓଡ଼ିଶାରେ ବିଜେଡି ବର୍ତମାନ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି । ଯେଉଁମାନେ ଏଭଳି ଶସ୍ତା ଏବଂ ମନ୍ଦ ଉପାୟରେ ରାଜନୀତି କରିବାକୁ ଯାଇ ଦେଶର ବାତାବରଣ ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ସେମାନଙ୍କୁ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି ।
ଭୋଟ ବେଳେ ବିଜେଡି ସର୍ବଦା ନୂଆ ନୂଆ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ କରିଆସୁଛି । ବିଜେଡି ନିର୍ବାଚନ ହାରିବା ଭୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଦନାମ କରିବାକୁ ପଛାଇନାହିଁ । ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମିଥ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହି ମିଥ୍ୟା ଭିଡିଓକୁ ଆଶ୍ରା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ନିଦେ୍ର୍ଦଶରେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ କହିଛନ୍ତି, ଅମିତ ଶାହ ଗର୍ଜନ କରି କହୁଛନ୍ତି ରାଜ୍ୟରେ ଯେଉଁ ସଂରକ୍ଷଣ(କୋଟା) ଅଛି ତାହାକୁ କୁଆଡେ ଉଠାଇଦେବେ । ଅମିତ ଶାହଙ୍କ ଏହି ଫେକ୍ ଭିଡିଓ କଂଗ୍ରେସ ତିଆରି କରିଥିଲା ଯାହାକୁ କଂଗ୍ରେସରୁ ଯାଇ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ ପ୍ରଚାର ବେଳେ ବ୍ୟବହାର କରିଛନ୍ତି । ନିଜକୁ ଆଦିବାସୀଙ୍କ ପୁଅ କହୁଥିବା ପ୍ରଦୀପ ମାଝୀ କ’ଣ ଫେକ୍ ଭିଡିଓ ଦେଖାଇ ରାଜ୍ୟରେ ହିଂସା କରିବାକୁ ଚାହୁଁଛନ୍ତି କି? ଯେତେବେଳେ ରାଜ୍ୟ ସରକାର ଆଦିବାସୀମାନଙ୍କ ଜମିକୁ ପୁଞ୍ଜୀପତିମାନଙ୍କ ହାତରେ ବିକ୍ରି କରିଦେବା ପାଇଁ କାନୁନ ଆଣିଥିଲେ ସେତେବେଳେ ବିଜେଡିର ସାଂସଦ ପ୍ରାଦୀପ ମାଝୀ କୁଆଡେ ଯାଇଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ଆଇନଜୀବୀ ପ୍ରଦୀପ ପଟ୍ଟନାୟକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply