ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ
ନିର୍ବାଚନୀ ବୈତରଣୀ ପାର ପାଇଁ ସରକାର ହାତବାରିସୀ କରିଛନ୍ତି ମିଶନ ଶକ୍ତି ବିଭାଗକୁ: ଗୋଲକ ମହାପାତ୍ର
ଓଡ଼ିଶାର ମହିଳାମାନେ ଆର୍ଥôକ ଭାବେ ସଶକ୍ତ ହେବା ପାଇଁ ମିଶନ ଶକ୍ତି ଆରମ୍ଭ ହୋଇଥିଲା କିନ୍ତୁ ସେମାନଙ୍କୁ ନେଇ “ଭିଡିଓ ମୁଖ୍ୟମନ୍ତ୍ରୀ”ଙ୍କ ପାଇଁ ଭୋଟ ପ୍ରଚାର କାର୍ଯ୍ୟରେ ଲଗାଯାଉଛି
ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ଗିରଫ କରାଯାଉ
ଭୁବନେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ସୁର ରାଉତରାୟ ଭୋଟରଙ୍କ ଧର୍ମୀୟ ଭାବନାକୁ ଆଘାତ କରି ଭୋଟରଙ୍କୁ ପ୍ରବର୍ତାଉଥିବାରୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଭୁବନେଶ୍ୱର, ତା.୩୦/୦୪: ନିର୍ବାଚନ ଆସିଲେ ନିଜ ବିପକ୍ଷରେ ଥିବା ଆରୋପକୁ ଘୋଡାଇବା ପାଇଁ ବିଜେଡି ସମସ୍ତ ପ୍ରକାର କସରତ କରେ । ବିଜେଡି ଭଲ ଭାବେ ଜାଣିଛି ୨୪ବର୍ଷର ସ୍ୱଚ୍ଛ ଶାସନର ଆଢ଼ୁଆଳରେ ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅସ୍ମିତାକୁ କିଭଳି ଭାବେ ଦଳୀଚକଟି ଖିନଭିନ କରିଛି । ଆଜି ପ୍ରତିଟି ଓଡ଼ିଆ ନିଜର ଅସ୍ମିତାକୁ ନେଇ ଚିନ୍ତାରେ । ନିଜର ବିଷମ ପରିସ୍ଥିତି ସମ୍ବର୍ଦ୍ଧରେ ଅବଗତ ଥିବା ବିଜେଡି ନିର୍ବାଚନ ହାରିଯିବା ଭୟରେ ଖୋଲମ ଖୋଲା ଆଦର୍ଶ ଆଚରଣ ବିଧି ଉଲଘଂନ କରିବାରେ ଲାଗି ପଡିଛନ୍ତି । ଏହି ନିର୍ବାଚନର ବୈତରଣୀ ପାର ହେବା ପାଇଁ ଭୋଟରଙ୍କୁ କେତେବେଳେ ଶପଥ କରାଉଛନ୍ତି ତ କେତେବେଳେ ମହିଳାମାନଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି । ବିଜେଡିର ଏଭଳି ହୀନକାର୍ଯ୍ୟକୁ ବିଜେପି ବାରମ୍ବାର ବିରୋଧ କରିବା ସତ୍ୱେ ମଧ୍ୟ ବିଜେଡି ସେଥିରୁ ନିବୃତ ନରହିବା ଦୁର୍ଭାଗ୍ୟର ବିଷୟ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଶାସକ ବିଜେଡିର ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ତଥ୍ୟ ଓ ପ୍ରମାଣ ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ତଦନ୍ତ କରି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଓଡ଼ିଶାର ମହିଳାମାନେ ଆର୍ଥôକ ଭାବେ ସଶକ୍ତ ହେବା ପାଇଁ ମିଶନ ଶକ୍ତି ଆରମ୍ଭ ହୋଇଥିଲା କିନ୍ତୁ ବିଜେଡି ସେହି ମହିଳାଙ୍କୁ ନେଇ “ଭିଡିଓ ମୁଖ୍ୟମନ୍ତ୍ରୀ”ଙ୍କ ପାଇଁ ଭୋଟ ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି । ସରକାରୀ ଅର୍ଥ ଖର୍ଚ୍ଚ କରାଇ ରାଜ୍ୟ ମିଶନ ଶକ୍ତି ଅଧ୍ୟକ୍ଷା ସୁଜାତା କାର୍ତିକେୟନ ମିଶନ ଶକ୍ତିର ବିଏଲଏଫ ଓ ଡିଏଲଏଫ ମହିଳା ମା’ମାନଙ୍କୁ ବିଜେଡିର ପ୍ରଚାର କାର୍ଯ୍ୟରେ ପୂର୍ଣ୍ଣ ନିଯୁକ୍ତ କରୁଛନ୍ତି । ମିଶନ ଶକ୍ତି ବିଭାଗର କମିଶନର ସୁଜାତା କାର୍ତିକେୟନଙ୍କ ନିଦେ୍ର୍ଦଶରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ନିଜ ଅଂଚଳର ବିଏଲଏଫ ଓ ଡିଏଲଏଫ ମାନଙ୍କର ସମସ୍ତ ଯାନବାହନ ଖର୍ଚ୍ଚ ବହନ କରୁଛନ୍ତି । ବିଏଲଏଫ, ଡିଏଲଏଫ ଓ ଜିପିଏଲଏଫ ମାନଙ୍କର ଏହି କାର୍ଯ୍ୟକଳାପ ୧୯୫୧, ଆର୍.ପି ଆକ୍ଟର ଧାରା ୧୨୩କୁ ଖୋଲାଖୋଲି ଉଲଘଂନ କରୁଛି । ସ୍ୱଚ୍ଛ ନିର୍ବାଚନ ପରିଚାଳନା ନିମନ୍ତେ ସୁଜାତା କାର୍ତିକେୟନଙ୍କ ନିଦେ୍ର୍ଦଶରେ ଚାଲିଥିବା ଏହି ଅନୈତିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ସହିତ ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷା ବିଷ୍ଣୁପ୍ରିୟା ଦାସଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ତାଙ୍କୁ ଗିରଫ କରି ପାଇଁ ବିଜେପି ଦାବି କରିଛି ।
ଓଡ଼ିଶାର ମିଶନ ଶକ୍ତି ବିଭାଗ ୨.୧୧.୨୦୨୩ରେ ଏକ ଚିଠି କରିଥିଲା ଯେ, ଯେତେ ବିଏଲଏଫ ଓ ଡିଏଲଏଫ ଅଛନ୍ତି ସମସ୍ତେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଚାର କରିବେ । ବିଏଲଏଫ ଓ ଡିଏଲଏଫ କହୁଛନ୍ତି ଆମେ ସରକାରୀ କର୍ମଚାରୀ ନୁହଁ, ଆମକୁ ନିଦେ୍ର୍ଦଶ ଅଛି ବିଜେଡିର ପ୍ରଚାର ପ୍ରସାର କରିବୁ । ଯାହାର ଭିଡିଓ ସିଇଓକୁ ବିଜେପି ହସ୍ତାନ୍ତର କରିଛି । ଯେଉଁମାନେ ମିଶନ ଶକ୍ତି ବିଭାଗର ନିଦେ୍ର୍ଦଶରେ ଗାଡି ନେଇ ବୁଲୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ଗିରଫ କରାଯାଉ ଓ ତାଙ୍କ ଠାରୁ ସ୍କୁଟିକୁ ଜବତ କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ସେହିପରି ଭୁବନେଶ୍ୱରର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ସୁର ରାଉତରାୟ ଭୋଟରଙ୍କ ଧର୍ମୀୟ ଭାବନାକୁ ଆଘାତ କରି ଭୋଟ ପାଇଁ ପ୍ରବର୍ତାଇବା ସଂପୂର୍ଣ୍ଣ ଭାବେ ଧାରା ୧୨୩ର ଉଲଘଂନ । ସେହିପରି ବିଜେଡିକୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜଗନ୍ନାଥଙ୍କ ଧଣ୍ଡା ଓ ଲିଙ୍ଗରାଜଙ୍କ ପାଦୁକ ଧରାଇ ଭୋଟରଙ୍କୁ ଶପଥ କରାଉଛନ୍ତି, ଯାହା ନିର୍ବାଚନ ବିଧିର ଉଲଘଂନ । ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ସୁଚରିତା ଜେନାମଣି , ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।