Odisha news

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୂର୍ବତନ ମନ୍ତ୍ରୀ କମଳାଦାସଙ୍କ ଶେଷକୃତ୍ୟ, ଗାଁ ମାଟିରେ ବିଲୀନ ହେଲା ପାଞ୍ଚଭୂତ ଶରୀର       

0
ଭୋଗରାଇ :  ଓଡ଼ିଶାର ପୂର୍ବତନମନ୍ତ୍ରୀ ଡା କମଳା ଦାସ କଟକ ଅଶ୍ୱନୀ ହସ୍ପିଟାଲରେ ଫୁସଫୁସ ଜନିତ ରୋଗରେ ଚିକତ୍ସାରତ ହେଉଥିବା ବେଳେ ୭ ୯ ରେ  ଗୁରୁବାର ରାତି ୧ ୨ ଟା ୧ ୫ ରେ ଶେଷନିଶ୍ୱାସ ଛାଡିଛନ୍ତି lତାଙ୍କର ଦେହାନ୍ତ ଖବର ପ୍ରଚାରପରେ ଓଡ଼ିଶାର ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି l ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ବାରବାଟିଆ ଗ୍ରାମରେ ଜନ୍ମିତ କମଳାଦାସ ଜଣେ ମେଧାବୀ ଛାତ୍ରୀଭାବେ ସମ୍ମାନିତ ହେବା ପରେ କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜରେ ଜଣେ ସୁନାମଧନ୍ୟ ଫ୍ରଫେସର ଭାବେ ଅଧ୍ୟାପିକା ଭାବେ ଖ୍ୟାତି ଅର୍ଜନ କରିଥିଲେ l  ୧ ୯ ୯ 0 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଆହ୍ୱାନକ୍ରମେ ଚାକିରିରୁ ଇଚ୍ଛାଧୀନ ଅବସରଗ୍ରହଣକରି ରାଜନୀତିରେ ସକ୍ରିୟ ଯୋଗ ଦେବାପରେ ସେ ପଛକୁ ଫେରିନଥିଲେ lଭୋଗରାଇ ନିର୍ବାଚନ ମଣ୍ଡଳୀରୁ ୧ ୯ ୯ 0 ମସିହାରୁ ୨ 00୪  ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ୩ ଥର ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ ୪ଥର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀମଣ୍ଡଳ ପଦପଦବୀ ରେ ଅଧିଷ୍ଠିତ ଥାଇ ରାଜ୍ୟରେ ଚର୍ଚ୍ଚିତ ମହିଳା ଏବଂ ଭୋଗରାଇର ପ୍ରଥମ ମନ୍ତ୍ରୀ ଭାବେ ଖ୍ୟାତି ଅର୍ଜନ କରିଥିଲେ l ପରବର୍ତ୍ତୀ ରାଜନୈତିକ ଚକ୍ରବ୍ୟୁହ ରେ ଶିକାର ହୋଇ ଦଳତ୍ୟାଗ କରି କଂଗ୍ରେସରେ ଯୋଗଦାନକରି ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ lଡା କମଳାଦାସ ଙ୍କ ସହିତ ଶଙ୍ଖାରି ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଡ଼ଃ କାଳିକୁମାର ଦାସଙ୍କ ଧର୍ମପତ୍ନୀ ଏବଂ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଐତିହାସିକ ଡ଼ଃ ମନ୍ମଥ ନାଥ ଦାସ ଓ ବିଶ୍ୱ ସୃଜନଶୀଳ  ସାରସ୍ୱତ ଜଗତର କଥାକାର ମନୋଜ ଦାସଙ୍କ ଭାଇବହୂ ଭାବେ ପରିଚିତ ଥିଲେ l ଡା କମଳାଦାସଙ୍କ ନିର୍ଭିକତା ଓ ଦୃଢ଼ମନା ଯୋଗୁଁ ସେ ଭୋଗରାଇ ସମେତ ରାଜ୍ୟରେ ବିଶେଷ ଭାବେ ଜଣାଶୁଣାଥିଲେ lତାଙ୍କ ମରାଶରୀରକୁ କଟକରୁ ଭୁବନେଶ୍ୱର ନିଜସ୍ୱ ଗୃହକୁ ନିଆଯିବାପରେ ସେଠାରୁ ଗାଁ ମାଟି ଶଙ୍ଖାରି ଶ୍ୱଶୁର ଘରକୁ ଅଣାଯାଇଥିଲା l ସେଠାରେ ହଜାର ହଜାର ଶୁଭେଛୁ ଉପସ୍ଥିତ ହୋଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶେଷ ଦର୍ଶନ କରିଥିଲେ  lପୋଲିସ ପକ୍ଷରୁ ୩ ଥର  ତୋପ ସଲାମୀ ଦିଆଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା l ଡା ଦାସଙ୍କ ବାସ ଭବନ ପରିସରରେ ଯେଉଁଠି ତାଙ୍କ ସ୍ୱାମୀ ସ୍ବର୍ଗତ କାଳି କୁମାର ଦାସଙ୍କ ଚିତା ଜାଳିଥିଲା ସେହିସ୍ଥାନରେ କାମଳା ଦାସଙ୍କ ଚିତା ଜଳିଥିଲା lକମଳାଦାସଙ୍କ ଝିଅ ଲିଜାଦାସ ଏବଂ ତାଙ୍କ ୨ ପୁଅ ସୋମ ଓ ଓ଼ମ ପୁତୁରା ଚନ୍ଦନ,ଦାସ, ଅରବିନ୍ଦ ଦାସ, ଅଶ୍ୱନୀ ଦାସ ମୁଖାଗ୍ନି ଦେଇଥିଲେ ଡା କମଳାଦାସଙ୍କ ମର ଶରୀରରେ ଜିଲା ଯୋଜନାବୋର୍ଡ଼ ର ଅଧକ୍ଷ ତଥା ବିଧାୟକ ଅନନ୍ତ ଦାସ, ତହସିଲଦାର ସୁଧାଂଶୁ ଶେଖର ଗିରି, କଂଗ୍ରେସ ନେତା ସତ୍ୟଶିବ ଦାସ, ବ୍ଲକ ଚେୟାରମ୍ୟାନ ପ୍ରବୀର କୁମାର ଗିରି ସାମାଜିକ କର୍ମୀ ଅଭିଜିତ ଦାସ, ଗୌତମବୁଦ୍ଧ ଦାସ ସହ ବହୁ ସସାମାଜିକ କର୍ମୀ ଓ ରାଜନୈତିକ ଦଳର ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଶୁଭେଛୁ ମାନେ ଉପସ୍ଥିତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l
Govt
Leave A Reply