ଦଶପଲ୍ଲା୧୨/୪ : ଶେଷ ହୋଇଛି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଏଥିରେ ନିଜ ନିଜ ଅଞ୍ଚଳ ର ବିଧାୟକ ମାନେ ଯୋଗ ଦେଇ ଛେନାପୋଡ଼ ଉପରେ ବକ୍ତବ୍ୟ ରଖିଥିବା ବେଳେ ଛେନାପୋଡ଼ ଉଦଦ୍ଭାବକ କିଏ ତାକୁ ନେଇ ଉଦଦ୍ଭାବକ ଙ୍କ ପରିବାର ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ଗୋଟିଏ ପଟେ ବିଦ୍ୟାଧର ସାହୁ ଛେନାପୋଡ଼ ର ଉଦଦ୍ଭାବକ ବୋଲି ଗୋଟିଏ ପରିବାର ପକ୍ଷରୁ କୁହା ଯାଉଥିବା ବେଳେ ବିଦ୍ୟାଧର ଙ୍କ ପୁଅ ସୁଦର୍ଶନ ସାହୁ ଛେନାପୋଡ଼ ର ଉଦଦ୍ଭାବକ ବୋଲି ଗୋଟିଏ ପରିବାର ଦାବି କରୁଛି । ଏ ପରିକି ପରିବାର ଲୋକଙ୍କ ଭିନ୍ନ ଭିନ୍ନ ମତ ଗଣମାଧ୍ୟମ ରେ ପ୍ରକାଶ କରାଯାଇଛି । ଏହାକୁ ନେଇ ସଭା ସମିତି ରେ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି । ସୁଦର୍ଶନ ସାହୁ ଙ୍କ ଜନ୍ମ ତିଥିକୁ ବା ଏପ୍ରିଲ ୧୧ ତାରିଖ କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାକୁ ବିରୋଧ କରି ଦଶପଲ୍ଲା ବିକାଶ ପରିଷଦ ପକ୍ଷରୁ ବିଦ୍ୟାଧର ସାହୁ ଙ୍କ ଅବଦାନ ପାଇଁ ତାଙ୍କର ତିରୋଧାନ ଦିବସ ଡିସେମ୍ବର ୩୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯିବା ପାଇଁ ଦାବି କରାଯାଇଛି । ଏ ନେଇ ଦଶପଲ୍ଲା ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଦଶପଲ୍ଲା ତହସିଲଦାର ଓ ନୟାଗଡ଼ ଜିଲ୍ଲାପାଳ ଙ୍କ ନିକଟକୁ ପତ୍ର ବିନିମୟ କରାଯାଇଛି । ମାତ୍ର ଛେନାପୋଡ଼ କୁ ଜି ଆଇ ଟ୍ୟାଗ ରେ ସାମିଲ କରିବା ପାଇଁ ପରିବାର ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନଥିଲା । ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ପ୍ରମୋଦ କୁମାର ପଟନାୟକ ଗଣ ମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ, ରସଗୋଲା କୁ ଜି ଆଇ ଟ୍ୟାଗ ମିଳିବା ପରେ ନୟାଗଡ଼ ଜିଲ୍ଲା ର ଛେନାପୋଡ଼ ପ୍ରସିଦ୍ଧ ହୋଇଥିବାରୁ ଛେନାପୋଡ଼ କୁ ଜି ଆଇ ଟ୍ୟାଗ ପାଇଁ ଦାବି କରାଯାଇଥିଲା । ୨୦୧୭ ମସିହାରେ ଶାନ୍ତି ଚ୍ୟାରିଟେବଲ ଟ୍ରଷ୍ଟ ମାଧ୍ୟମ ରେ ରାଜ୍ୟ ସରକାର ଙ୍କ ଉଦ୍ଧେଶ୍ୟରେ ନୟାଗଡ଼ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାକାଇଥିବା ବେଳେ ୨୦୧୯ ମସିହାରେ ଓରମାସ ପକ୍ଷରୁ ମଧ୍ୟ ଏହାର ମାନ୍ୟତା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୧ ମସିହା ରେ ଛେନାପୋଡ଼ କୁ ଜି ଆଇ ଟ୍ୟାଗ ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ଏକ କମିଟି ଗଠନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏପରିକି ବିଦ୍ୟାଧର ସାହୁ ଏହି ଛେନାପୋଡ଼ ର ଜନକ ହୋଇଥିବା ବେଳେ ତାଙ୍କର ତିନିପୁତ୍ର ଏହି ଛେନାପୋଡ଼ ବ୍ୟବସାୟ କରୁଥିଲେ । ସେମାନଙ୍କ ମଧ୍ୟରୁ ସୁଦର୍ଶନ ସାହୁ ନୟାଗଡ଼ ରେ ଛେନାପୋଡ଼ ବିକ୍ରି କରି ଲୋକଙ୍କ ପାଖରେ ବେଶ ଆଦୃତ ହୋଇପାରିଥିଲେ । ଏଣୁ ଛେନାପୋଡ଼ ର ସ୍ରଷ୍ଟା ସୁଦର୍ଶନ ସାହୁ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ସୁଦର୍ଶନ ସାହୁ ଙ୍କ ବାପା ବିଦ୍ୟାଧର ସାହୁ ଏହାର ପ୍ରକୃତ ଶ୍ରଷ୍ଠା । ଶ୍ରଷ୍ଠା ଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ଭୁଲ ତଥ୍ୟ ଦିଆନଯାଇ ଛେନାପୋଡ଼ କୁ ଜି ଆଇ ଟ୍ୟାଗ ମିଳିବା ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ଓ ଜିଲ୍ଲା ପ୍ରଶାସନ ଜି ଆଇ ଟ୍ୟାଗ ପାଇଁ ସଠିକ ତଥ୍ୟ ଉପସ୍ଥାପନା କରିବା ଉଚିତ । ଫଳରେ ଛେନାପୋଡ଼ କୁ ଜି ଆଇ ଟ୍ୟାଗ ମିଳିପାରିବ ବୋଲି ବହୁ ବୁଦ୍ଧିଜୀବି ମତ ଦେଇଛନ୍ତି ।