Odisha news

ବିଶ୍ୱ ପ୍ରସିଦ୍ଧ ଚଡକ ମେଳା ଉଦଯାପିତ : ୧ 0 ଲକ୍ଷରୁ ଉର୍ଦ୍ଧ ଯାତ୍ରୀଙ୍କ ସମାଗମ, ଶରୀରରେ ଲୁହାକଣ୍ଟା ଫୋଡି ଭକ୍ତଙ୍କ କୁଚ୍ଛ ସାଧନା , ଜଣେ ମହିଳାଭକ୍ତ ମୃତ                           

0

ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ଵପ୍ରସିଦ୍ଧ ଚଡକ ମେଳା ଶୁକ୍ରବାର ସମାପନ ହୋଇଛି l ଦୀର୍ଘ ୧ ୨ ଦିନ ଧରି ଚାଲିଆସୁଥିବା ଏହି ମେଳାରେ ଓଡିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବାଂଲାଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଜୀଉଙ୍କ ମନ୍ଦିରକୁ ଭକ୍ତି ଭାବନା ନେଇଁ ଆସିଥିଲାବେଳେ ଜୀଉଙ୍କ ପ୍ରସିଦ୍ଧ ପାଟ ଉତ୍ସବରେ ୧ 0 ଲକ୍ଷରୁ ଉର୍ଦ୍ଧ ଯାତ୍ରୀଙ୍କ ସମାଗମ ହୋଇଥିଲା  lଚଳିତବର୍ଷ ରେକର୍ଡ ସଂଖ୍ୟକ ଉପବିତଧାରୀ ଶୈବ ଭକ୍ତ ନିଜ ତଥା ପରିବାର ର ମନସ୍କାମନା ପୂର୍ଣ୍ଣ ନିମନ୍ତେ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତାଙ୍କ ଠାରେ ପୂଜାର୍ଚ୍ଚନା ଓ ଆରାଧନା ନିମନ୍ତେ ମନ୍ଦିରକୁ ଛୁଟିଆସିଥିଲେ  lଅପରାହ୍ନରେ ଅସଂଖ୍ୟ ଶ୍ରଦ୍ଧାଳୁ ଜୀଉଙ୍କ ପାଟ ଉତ୍ସବ ଦର୍ଶନ ଲାଗି ଭିଡ ଜମାଇଥିଲେ lମହାଦେବଙ୍କ ନୀତିକାନ୍ତି ଓ ଚଡକ ମେଳାର ବିଶେଷ ପୂଜା ପାଠ ସେବାୟତ ଓ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା  lଲକ୍ଷ ଲକ୍ଷ ଶୈବଭକ୍ତ ମନ୍ଦିର ଚାରି ପାଖରେ ମହାଦେବଙ୍କୁ ଆରାଧନା କରି ମନ୍ଦିର ପରିକ୍ରମା, ଦଣ୍ଡ ମାରିବା, ନେତ୍ରନାଳରେ ଜଳାଭିଷେକ କରିଥିଲେ                 ଅପରାହ୍ନରେ ମହାଦେବଙ୍କ ଠାରୁ ଆଜ୍ଞାମାଳ ନେଇଁ ଜୀଉଙ୍କ ମୁଖ୍ୟ ସେବାୟତ ତଥା ମୌରସୀ ତପନ କୁମାର ପଣ୍ଡା ଏବଂ ଉପ ମୌରସୀ ବୁଦ୍ଧଦେବ ପଣ୍ଡା ଜୀଉଙ୍କ ଆଜ୍ଞାମାଳ ନେଇଁ ସେବାୟତ, ପଣ୍ଡା, ପାଟଭକ୍ତ, ଦେଉଳିଆ,ଶ୍ରୀବେକିଡ଼ି, ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ ଓ ଶ୍ରଦ୍ଧାଳୁ ମାନେ ଚନ୍ଦନେଶ୍ୱର ନିକଟସ୍ଥ ବାଡ଼ସରିସା ଗ୍ରାମ ଜୀଉଙ୍କ ହାକାଣ୍ଡ ପୋଖରୀରେ ସମବେତ ହୋଇଥିଲେ lସକାଳଠୁ ରାତି ୮ ଟା ପର୍ଯ୍ୟନ୍ତ ହାକାଣ୍ଡ ପୋଖରୀରେ ସମସ୍ତ ଶୈବ ଭକ୍ତ ମାନେ ପରସ୍ପର ମଧ୍ୟରେ ଫୁଲ, ଚନ୍ଦନ ଦେଇ ଓଡ଼ିଆ ଓ ପଶ୍ଚିମବଙ୍ଗର ନବବର୍ଷ ଭାଇଚାରାର ସନ୍ଦେଶ ଅତୁଟ ରହୁ ବୋଲି ଭଗବାନଙ୍କ ଠାରେ ପ୍ରାର୍ଥନା କରିଥୁଲେ l ହାକାଣ୍ଡ ପୋଖରୀରୁ ସେବାୟତ, ପଣ୍ଡା, ଟ୍ରଷ୍ଟବୋର୍ଡ଼ ର ସଦସ୍ୟ, ଜୀଉଙ୍କ ୧ ୩ ଜଣ ଶ୍ରେଷ୍ଠ ଭକ୍ତ, ଦଶନଖି ମିଳିତ ହୋଇ  ଶ୍ରୀଶ୍ରୀ ଜୀଉଙ୍କ ଯାତ୍ରାଙ୍ଗୀ ଶିବ – ଦୁର୍ଗା ଘଟକୁ ପୁଷ୍ପମାଲ୍ୟ ଓ ଚନ୍ଦନ ରେ ଭୂଷିତ କରାଯାଇଥିଲା l  ମନ୍ଦିର ବିଜେବେଳେ ଜୀଉଙ୍କ ଘଟ ଦ୍ୱୟ କୁ  ଢାକ ଢୋଲ, ସାହାନାଇ ବାଦ୍ୟ, ରୋଷଣୀ, ଚନ୍ଦନେଶ୍ୱର ନାମରେ ହରିବୋଲ ଧ୍ୱନୀ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ  ୧ କିମି ରାସ୍ତା ଉଭୟପାର୍ଶ୍ୱ ଉଛୁଳି ପଡିଥିଲା l ସହସ୍ରାଧିକ ମାନସିକ ଶୈବଭକ୍ତ ନିଜ ଜିହ୍ୱା ଓ ଶରୀରରେ ସହସ୍ରାଧିକ ଲୁହା କଣ୍ଟା ଫୋଡି ଭୋଳାନାଥଙ୍କ ଠାରେ କୁଚ୍ଛ ସାଧନା କରିଥିଲେ ଜୀଉଙ୍କ ଠାରେ ବହୁ ମାନସିକ ମହିଳା ଶୈବଭକ୍ତ ଭୋଳାନାଥଙ୍କ ସ୍ୱପ୍ନାଦେଶ ସିଦ୍ଧି ଲାଭ କରି ଖୁସି ମନରେ ମହାଦେବଙ୍କୁ ପୂଜାର୍ଚ୍ଚନାକରି ଘର ବାହୁଡା଼ ହୋଇଥିଲେ l ସମସ୍ତ ଉପବିତଧାରୀ ଶୈବଭକ୍ତ ମାନେ ମହାଦେବଙ୍କ ଅର୍ଘ୍ୟ ପିଣ୍ଡରେ ଶେଷ ଅର୍ଘ୍ୟ ପ୍ରଦାନ କରି ବ୍ରତ ଶେଷ କରିଥିଲେ lପ୍ରସିଦ୍ଧ ପାଟ ଉତ୍ସବରେ ଜିଲା ଯୋଜନାବୋର୍ଡ଼ ର ଅଧକ୍ଷ ତଥା ବିଧାୟକ ଅନନ୍ତ ଦାସ, , ଜିଲା ଆରକ୍ଷୀ ଅଧୀକ୍ଷକ ସାଗରୀକା ନାଥ ସହ ବହୁ ପୋଲିସ ଉଚ୍ଚ ପଦାଧିକାରୀ,ସାମାଜିକ କର୍ମୀ ଅଭିଜିତ ଦାସ, ଗୌତମ ବୁଦ୍ଧ ଦାସ, ସତ୍ୟଶିବ ଦାସ ପ୍ରମୁଖ ଉପସ୍ଥିତ ଥିଲେ lପ୍ରସିଦ୍ଧ ଚଡକ ମେଳାରେ ପଶ୍ଚିମବଙ୍ଗ ଖଡ଼ଗପୁର ଥାନା ଗୁଣ୍ଡିଆପୁର  ଗ୍ରାମର ତୁଳସୀ ମିର୍ଦ୍ଧା ନାମକ (୫ ୮ )  ବର୍ଷୀୟା ଉପବିତଧାରୀ ମହିଳାଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଥିଲା lସେହିପରି ଅନୁରୂପ ଭାବେ ସୁବର୍ଣ୍ଣରେଖା ନଦୀ କୂଳରେ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ଓ କୁମ୍ଭାରମୁଳି ଗ୍ରାମରେ ବାବା ଧବଳେଶ୍ୱର ମହାଦେବଙ୍କ ଠାରେ ଚିତାକର୍ଷକ ଅତାଶବାଜୀ ରେ ପାଟ ଉତ୍ସବ ଉଦଯାପିତ ହୋଇଥିଲା l

Govt
Leave A Reply