Odisha news

ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ କରିବାକୁ ଆଇନଜୀବୀ ପ୍ରକୋଷ୍ଠ ସଂଗୋଷ୍ଠୀ ତରଫରୁ ନିଆଗଲା ସଂକଳ୍ପ : ବିଜେପି

ଆଇନଜୀବୀ ପ୍ରକୋଷ୍ଠ ସଂଗୋଷ୍ଠୀ ତରଫରୁ ସଂକଳ୍ପ ପତ୍ର- ଅଭିମତ ସଂଗ୍ରହ ଅଭିଯାନ

0

ଭୁବନେଶ୍ୱର, ତା.୨୪/୦୩: ରାଷ୍ଟ୍ରର ବିକାଶରେ ଆଇନଜୀବିଙ୍କ ଭୁମିକା ଅତ୍ୟନ୍ତ ଗୁରୁୁତ୍ୱପୂର୍ଣ୍ଣ । ଅନ୍ୟ ପକ୍ଷରେ ଦେଶର ଆଇନକାନୁନ ତାଙ୍କର ବୋଲି ସାଧାରଣ ନାଗରିକ ନିଜେ ଅନୁଭବ କରିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଦେଶର ଶାସନ ବ୍ୟବସ୍ଥାରେ ବଳିଷ୍ଠ ଆଇନ କାନୁନର କାର୍ଯ୍ୟକାରିତା ନିହାତି ଆବଶ୍ୟକ । ସାଧାରଣ ଲୋକଙ୍କୁ ସହଜ, ସୁଲଭ ଓ ସମୟବଦ୍ଧ ନ୍ୟାୟ ପହଂଚାଇବା ପାଇଁ ବିଜେପି ସଂକଳ୍ପବଦ୍ଧ ଅଟେ । ବିଗତ ଦିନରେ ଅନେକ ପୁରଣା ଆଇନର ଉଚ୍ଛେଦ କରାଯିବା ସହିତ ଆଇପିସି, ସିଆରପିସି, କୋଡ ଅଫ୍ କ୍ରିମିନାଲ ପ୍ରୋସେଜିଓର, ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ଭଳି ପୁରୁଣା ଆଇନକୁ ସଂଶୋଧନ କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ଆଇନଶୃଙ୍ଖଳା ସ୍ଥିତିରେ ଅନେକ ସୁଧାର ଆସିଛି । ୨୦୪୭ ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । “ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଂଟି” । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି । ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆଇନଜୀବୀ ପ୍ରକୋଷ୍ଠ ସଂଗୋଷ୍ଠୀ ତରଫରୁ ‘ସଂକଳ୍ପ ପତ୍ର-ଅଭିମତ ସଂଗ୍ରହ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି । ବିଜେପି ଆଇନଜୀବି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ତଥା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶ୍ରୀ ସୈାରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିମତ ସଂଗ୍ରହ ଅଭିଯାନ ରାଜ୍ୟ କମିଟି ସଦସ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଆଇନଜୀବି ରବିଶଂକର ପଟ୍ଟନାୟକ, କାଳିପ୍ରସନ୍ନ ମିଶ୍ର, ମୁରଲୀ ମନୋହର ମହାପାତ୍ର ପ୍ରମୁଖଙ୍କ ସମେତ ଅନେକ ସଂଖ୍ୟାରେ ଅଧିବକ୍ତାମାନେ ଯୋଗ ଦେଇଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି । ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ କରିବାକୁ ଉପସ୍ଥିତ ଅଧିବକ୍ତାମାନେ ସଂକଳ୍ପ ନେଇଛନ୍ତି । ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ଉକ୍ତ ପ୍ରଚାର ଗାଡି ନିକଟକୁ ଆସି ନିଜର ସୁଚିନ୍ତିତ ମତାମତ ସହିତ ନିଜର ନାମ, ଠିକଣା ଓ ଫୋନ ନମ୍ବର ପ୍ରଦାନ କରନ୍ତୁ ତାହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ଏହା ସହ ୯୦୯୦୯୦୨୦୨୪ନମ୍ବରକୁ ମିସ୍ କଲ୍ ଏବଂ ନରେନ୍ଦ୍ର ମୋଦି ଆପ୍ରେ ନିଜର ଅଭିମତ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପ୍ରେରଣ କରିପାରିବେ ବୋଲି ରାଜ୍ୟ ସଂଯୋଜକ ଶ୍ରୀ ମହାପାତ୍ର କହିଛନ୍ତି ।

 

Leave A Reply