Odisha news

‘ମିଛ, ପ୍ରତାରଣା, ଧୋକା ଓ ଧମକର ସରକାର’ – “ବିଜେଡି ସରକାର”: ଡ.ମୁକେଶ ମହାଲିଙ୍ଗ

0

 ଆନେ୍ଦାନରତ ଅଗି୍ନଶମ ବିଭାଗ ଓ ଏଏସଓ କର୍ମଚାରୀଙ୍କୁ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ ରାଜ୍ୟ ସରକାର ଧମକ ଦେଇ ଆନେ୍ଦାଳନକୁ ଚପାଇ ଦେବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ
 ଓଡିଶାବାସିଙ୍କ ଆକ୍ରୋଶକୁ ସାମ୍ନା କରିବାର ସାହସ ହରାଇଥିବା ବିଜେଡି ସରକାର କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପି ଦେବାର ହୀନ ପ୍ରୟାସ କରୁଛି
 ଅପାରଗ, ଭ୍ରଷ୍ଟାଚାରୀ, ଅହଂକାରୀ, ସ୍ଥାଣୁ ବିଜେଡି ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଓଡିଶାବାସୀ ମନସ୍ତ କରିସାରିଲେଣି
 ନିର୍ବାଚନ ହାରିବା ଭୟରେ ନିଜ ହିତାହତ ଭୁଲିଯାଇଛି ବିଜେଡି ସରକାର
 କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରିବାର ରାଜ୍ୟ ସରକାରଙ୍କ ଘୋଷଣା, ‘ଚାଷୀକୁଳକୁ ତାତ୍ସଲ୍ୟ’
ଭୁବନେଶ୍ୱର,ତା.୨୩/୦୨: ରାଜ୍ୟ ସରକାର ସାଧାରଣ ଜନତା ତ ଦୂରର କଥା ନିଜର କର୍ମଚାରୀଙ୍କୁ ବି ପ୍ରତାରିତ କରିବାରୁ ପଛଘୂଂଚା ଦେଉନାହାନ୍ତି । ଯେଉଁ କର୍ମଚାରୀମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଆନେ୍ଦାଳନ କରୁଛନ୍ତି ବା ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାର ଓଲଟା ଉଦେ୍ଦଶ୍ୟମୂଳକ ଭାବେ “ଏସ୍ମା” ଲାଗୁ କରିବାର ଧମକ ଦେବା ସହ ଚାକିରୀରୁ ଛଟେଇ କରିବାକୁ ଧମକ ଦେଉଛନ୍ତି । ନିଜ ଦାବୀ ପ୍ରସଙ୍ଗରେ ଆନେ୍ଦାନରତ ଅଗି୍ନଶମ ବିଭାଗ ଓ ଏଏସଓ କର୍ମଚାରୀଙ୍କୁ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ ରାଜ୍ୟ ସରକାର ଧମକ ଦେଇ ଆନେ୍ଦାଳନକୁ ଚପାଇ ଦେବାର ପ୍ରୟାସ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାବାସିଙ୍କ ଆକ୍ରୋଶକୁ ସାମ୍ନା କରିବାର ସାହସ ହରାଇଛନ୍ତି ଏବଂ କ୍ଷମତା ବଳରେ ଜନତାଙ୍କ ସ୍ୱରକୁ ଚାପି ଦେବାର ହୀନ ପ୍ରୟାସ କରୁଛି ବିଜେଡି ସରକାର । ଯିଏ ବିଜେଡି ସରକାର ବିରୋଧରେ ସ୍ୱର ଉଠାଇବ ତାକୁ ଆମେ ହତ୍ୟା କରିଦେବୁ ବୋଲି ବିଜେଡି ଗୁଣ୍ଡାମାନେ ଧମକ ଦେଉଛନ୍ତି । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ରାଜ୍ୟ ସରକାର ହାରିଯିବା ଭୟରେ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ କଣ୍ଠରୋଧ କରିବାକୁ ଚେଷ୍ଟା କରୁଛି ବୋଲି ବିଧାୟକ ତଥା ରାଜ୍ୟ ମୁଖପାତ୍ର ଡ.ମୁକେଶ ମହାଲିଙ୍ଗ କହିଛନ୍ତି ।
ଅପାରଗ, ଭ୍ରଷ୍ଟାଚାରୀ, ଅହଂକାରୀ, ସ୍ଥାଣୁ ବିଜେଡି ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଓଡିଶାବାସୀ ମନସ୍ତ କରିସାରିଲେଣି । ଦୀର୍ଘ ୨୪ ବର୍ଷର ଶାସନ ପରେ ବି ଓଡିଶା ତଥା ଓଡିଶାବାସୀଙ୍କ ସାମୁହିକ ବିକାଶ କରିବାରେ ବିଫଳ ବିଜେଡି ସରକାର । ନିର୍ବାଚନ ହାରିବା ଭୟରେ ବିଜେଡି ଏବେ ନିଜ ହିତାହତ ଭୁଲି ଯାଇଛି । ସମାଜର ସବୁ ବର୍ଗର ଲୋକଙ୍କୁ ସର୍ବଦା ଅବହେଳା କରିଆସିଥିବା ବିଜେଡି ସରକାର ବର୍ତମାନ ସହାୟତା ଆଳରେ ସିଧାସଳଖ ଲାଂଚ ଦେଉଛି । ଦୀର୍ଘ ୨୪ ବର୍ଷ ଧରି ଶୋଷଣ କରି ଓଡିଶାବାସିଙ୍କୁ ପ୍ରତାରଣ କରିଆସୁଥିବା ବିଜେଡି ସରକାର ନିର୍ବାଚନ ପରିପ୍ରେକ୍ଷୀରେ ଗୋଟିଏ ପରେ ଗୋଟିଏ କ୍ୟାବିନେଟ ମୋହର ଲାଗିନଥିବା ନୂତନ ଯୋଜନାର ଘୋଷଣା କରିବା ସହିତ ୫୦୦ ଟଙ୍କାର ଲାଂଚ ମଧ୍ୟ ଦେବାକୁ ପଛାଉନାହାନ୍ତି । ଗତ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଘୋଷଣା କରି ଚାଷୀଙ୍କୁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରିବେ ବୋଲି କହିଥିଲେ ବିଜେଡି ସରକାର । ମାତ୍ର ନିର୍ବାଚନ ଜିତିବା ପରେ ନିଜ ପ୍ରତିଶୃତିକୁ ଭୁଲି ଯାଇଥିଲେ । ଚାଷୀ ତାଲିକା ବା ଟଙ୍କା ପରିମାଣକୁ ସାର୍ବଜନୀନ କରିଲେ ନାହିଁ । ବର୍ତମାନ କାଳିଆ ଯୋଜନାର ଅବଧିକୁ ୩ ବର୍ଷ ବୃଦ୍ଧି କରବାର ଘୋଷଣା କରି ଚାଷୀକୁଳକୁ ତାତ୍ସଲ୍ୟ କରିବାକୁ ପଛାଇନାହିଁ ବିଜେଡି ସରକାର । ବାସ୍ତବରେ “ମିଛ, ପ୍ରତାରଣା, ଧୋକା ଓ ଧମକର ସରକାର – ବିଜେଡି ସରକାର” ବୋଲି ଡ.ମହାଲିଙ୍ଗ କହିଛନ୍ତି ।

Leave A Reply