Odisha news

ମହିଳା ମୋର୍ଚ୍ଚା ତରଫରୁ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ୨୪ତମ ପୁଣ୍ୟତିଥି ପାଳନ

ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍ଥାନ ପାଇଁ ରାଜମାତା ଲଢେଇ କରିଥିଲେ : ବିଜେପି

0

 ରାଜମାତାଙ୍କ ବିଚାରଧାରାକୁ ଆଦର୍ଶ ଭାବେ ଗ୍ରହଣ କରିଛି ବିଜେପିି
 ମହିଳାଙ୍କୁ ସହଭାଗିତା ଓ ସଶକ୍ତିକରଣକୁ ବୃଦ୍ଧି କରିବାରେ ସହାୟକ ଥିଲେ ରାଜମାତା

ଭୁବନେଶ୍ୱର, ତା.୨୫/୦୧: ରାଜମାତା ସିନ୍ଧିଆ ଅନୁଶାସନ ଓ ବିଚାରଧାରାର ସଂସ୍କାର ଆଣିଥିଲେ । ଭାରତୀୟ ଜନତା ପାର୍ଟିର ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱରେ ଆଣିଥିବା ଓ ସମାଜରେ ମହିଳାଙ୍କୁ ପର୍ଦ୍ଦାରୁ ବାହାର କରି ମୁଖ୍ୟସ୍ରୋତରେ ଯୋଡି ସଶକ୍ତିକରଣ କରିବା ରାଜମାତାଙ୍କ ଅବଦାନ ଅତୁଳନୀୟ । ଯାହା ମହିଳାଙ୍କୁ ନେଇ ତାଙ୍କର ସ୍ୱପ୍ନ ଥିଲା, ପରବର୍ତୀ ସମୟରେ ବାଜପେୟୀଙ୍କ ସରକାରରେ ମହିଳା ସଶକ୍ତିକରଣ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ତାହା ସାକାର ହେଲା । ମହିଳାମାନେ ରାଜନୈତିକ, ଆର୍ଥôକ, ସାମାଜିକ କ୍ଷେତ୍ରରେ କିପରି ସ୍ୱାବଲମ୍ବୀ ହେବେ ସେନେଇ ରାଜମାତା ସଦାସର୍ବଦା ଚେଷ୍ଟା କରୁଥିଲେ । ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍ଥାନ ପାଇଁ ରାଜମାତା ଲଢେଇ କରିଥିଲେ । ତୃଣମୂଳସ୍ତରରେ ବିଶେଷ କରି ମହିଳାଙ୍କ ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତିରେ ସେ କଂଗ୍ରେସର କଳା ଆଇନକୁ ବିରୋଦ୍ଧ କରିଥିଲେ ରାଜମାତା । ନିସ୍ୱାର୍ଥପରତା, ତ୍ୟାଗ ଓ ବଳୀଦାନ ଚିରସ୍ମରଣୀୟ ହୋଇ ରହିବ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜମାତା ସ୍ୱର୍ଗତଃ ବିଜୟା ରାଜେ ସିନ୍ଧିଆଙ୍କର ପୁଣ୍ୟତିଥି ପାଳନ କରାଯାଇଛି । ରାଜମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ରାଜମାତା ସ୍ୱାଭାବରେ ଥିଲେ ଅତି ସରଳ । ରାଜମାତା ରାଜନୀତିରେ ଏକ ନୂଆ କିର୍ତୀମାନ ସ୍ଥାପନା କରିଥିଲେ । ଭାରତୀୟ ଜନତାପାର୍ଟିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଆଜି ୨୪ତମ ପୁଣ୍ୟତିଥି । ରାଜମାତା ମଧ୍ୟପ୍ରଦେଶଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ ଓ ୨୫ ଜାନୁୟାରୀ ୨୦୦୧ ମସିହାରେ ନୂଆଦିଲ୍ଲୀ ଠାରେ ତାଙ୍କର ଦେହାନ୍ତ ଘଟିଥିଲା । ଶ୍ରୀମତୀ ସିନ୍ଧିଆ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ଥିଲେ । ରାଜମାତାଙ୍କ ବିଚାରଧାରାକୁ ଆଦର୍ଶ ଭାବେ ଗ୍ରହଣ କରି କାର୍ଯ୍ୟ କରାଯାଉଛି ।
ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତି ସିମନ୍ତିନୀ ଜେନା, ଉପସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ପ୍ରୀତି ପ୍ରତିଭା ଭୋଳ, ମହିଳା ମୋର୍ଚ୍ଚାର ରାଜ୍ୟ ସଂପାଦିକା କଳ୍ପନା ପଟ୍ଟନାୟକ, କାର୍ଯ୍ୟାଳୟ ସଂପାଦିକା ଶଶୀପ୍ରଭା ରଥ, ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଚିଶ୍ମିତା ପାତ୍ର, ଉନ୍ନତି ପରିଡା, ସଂଗୀତା ମାଝୀ, ଭୁବନେଶ୍ୱର ଜିଲ୍ଲା ସାଧାରଣ ସଂପାଦିକା ଲିପା ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ରାଜମାତା ସିନ୍ଧିଆଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ ।

 

IEC 2 years
Leave A Reply