ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତଙ୍କ ‘ମିଳିତ ପ୍ରଚେଷ୍ଟା ଓ ବେଷ୍ଟ ଏଫର୍ଟ’ ରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି : ମନମୋହନ ସାମଲ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି
ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କ ଧର୍ଯ୍ୟ ଓ ସାହାସ ଅତ୍ୟନ୍ତ ପ୍ରେରଣାଦାୟୀ
ବିଶ୍ୱର ଶ୍ରେଷ୍ଠ ବୈଷୟିକ ଜ୍ଞାନର ସହାୟତା ଏହି ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଥିଲା
ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସେନା, ଏନଡିଆରଏଫ, ଏସଡିଆରଏଫ, ବିଆରଓ, ରେଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଟେଲିକମ୍ ବିଭାଗ, ଡିଆରଡିଓ ସମତେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ, ଉତରାଖଣ୍ଡ ରାଜ୍ୟ ସରକାର, ସ୍ଥାନୀୟ ପୋଲିସ ଓ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର,ତା.୨୮/୧୧: ସଂକଟ ଯେତେ ବଡ ହେଉ ନା କାହିଁକି, ଏହାର ସାମ୍ନା କରିଲେ ଯାଇ ସମାଧାନର ବାଟ ବାହାରିବ ଏବଂ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବରେ ପରିଣତ ହୋଇପାରିବ । ଏହା ପ୍ରମାଣିତ ହୋଇଛି ଉତରାଖଣ୍ଡ ଉତରକାଶୀର ସିଲକ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣଧିନ ଏକ ସୁଡଙ୍ଗରୁ ଦୀର୍ଘ ୧୭ ଦିନ ଧରି ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପ୍ରସଙ୍ଗରେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଗତ ୧୨ତାରିଖ ଦିନ ଉତରାଖଣ୍ଡ ଉତରକାଶୀର ସିଲକ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣଧୀନ ଏକ ସୁଡଙ୍ଗରେ ଭୁସ୍କଳନ କାରଣରୁ ୪୧ଜଣ ଶ୍ରମିକ ଫସି ରହିଥିଲେ ଏବଂ ଏଥି ମଧ୍ୟରୁ ୫ ଜଣ ଓଡିଆ ଶ୍ରମିକ ସାମିଲ ଥିଲେ । ସେମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରାଜୁ ନାୟକ, ବିଶେଶ୍ୱର ନାୟକ ଓ ଧୀରେନ ନାୟକ, ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁର ଜିଲ୍ଲାର ଭଗବାନ ଭତ୍ରା । ଦୀର୍ଘ ୧୭ ଦିନ ଧରି ଜୀବନ ସହ ସଂଗ୍ରାମ କରି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କ ଧର୍ଯ୍ୟ ଓ ସାହାସ ଅତ୍ୟନ୍ତ ପ୍ରେରଣାଦାୟୀ । ଏଥି ସହ ଏହି ଉଦ୍ଧାର କାର୍ଯ୍ୟରେ ଦିନ ରାତି ଏକାଠି କରି ଏବଂ ନିଜ ଜୀବନକୁ ଖାତିର ନକରି ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସାମଲ ।
ଏହି ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ବିଶ୍ୱର ଶ୍ରେଷ୍ଠ ବୈଷୟିକ ଜ୍ଞାନର ସହାୟତା ଏହି ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସେନା, ଏନଡିଆରଏଫ, ଏସଡିଆରଏଫ, ବିଆରଓ, ରେଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଟେଲିକମ୍ ବିଭାଗ, ଡିଆରଡିଓ ସମତେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ, ଉତରାଖଣ୍ଡ ରାଜ୍ୟ ସରକାର, ସ୍ଥାନୀୟ ପୋଲିସ ଓ ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଅନୁଷ୍ଠାନକୁ ଶ୍ରୀ ସାମଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସମସ୍ତଙ୍କ ‘ମିଳିତ ପ୍ରଚେଷ୍ଟା ଓ ବେଷ୍ଟ ଏଫର୍ଟ’ ରେ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଉଦ୍ଧାର କାର୍ଯ୍ୟର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ଓଡିଶାବାସୀଙ୍କ ତରଫରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।