ମାଟିକୁ ନମନ୍,ବୀରଙ୍କୁ ବନ୍ଦନ୍ – ମୋ ମାଟି,ମୋ ଦେଶ କାର୍ଯ୍ୟକ୍ରମ ସଂଗୃହୀତ ମାଟି କଳସ ଭୁବନେଶ୍ୱରରେ ପହଂଚିବା ପରେ ଶହୀଦ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ତଥା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ ପ୍ରମୁଖ ଉପସ୍ଥିତ ରହି ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦ ପରିବାରଙ୍କ ସଦସ୍ୟଙ୍କୁ ଉପଢୈାକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କଲେ
ଆସନ୍ତା କାଲି ୨୮ ତାରିଖ ସକାଳ ୮ଟାରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯବାନଙ୍କ ଘରୁ ସଂଗୃହିତ ମାଟି କଳସକୁ ନେଇ ୬୧୧ଜଣ ବିଜେପି କାର୍ଯ୍ୟକର୍ତା ଦିଲ୍ଲୀ ଯିବେ
ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉଦ୍ଧ୍ୱର୍ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ‘ଅମୃତ ବାଟିକା’ର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ତା.୨୭/୧୦: ‘ମାଟିକୁ ନମନ୍–ବୀରଙ୍କୁ ବନ୍ଦନ୍’ ପରିପ୍ରେକ୍ଷୀରେ ଗତ ଅଗଷ୍ଟ ୯ତାରିଖରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଶହୀଦ ବୀର ଓ ଯବାନ”ମାନଙ୍କୁ ସମ୍ମାନ ଜଣାଇ “ମୋ ମାଟି, ମୋ ଦେଶ” ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଅଛି । ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହୋଇଛି । ଆସନ୍ତା ୩୧ତାରିଖରେ ଦେଶର ପ୍ରାୟ ୭୫୦୦ରୁ ଉଦ୍ଧ୍ୱର୍ ସ୍ଥାନରୁ ସଂଗୃହୀତ ହୋଇ ଆସିଥିବା କଳସରୁ ମାଟିକୁ ଏକାଠି କରାଯାଇ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟରେ ଅମୃତ ବାଟିକାର ସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଦଶର ଅଖଣ୍ଡତା, ଏକତା, ରାଷ୍ଟ୍ରୀୟ ଭାବନା, ଚେତନା, ରାଷ୍ଟ୍ରଭକ୍ତି, ଜାତୀୟତାବାଦକୁ ଆହୁରି ଉଜିବିତ୍ କରିବା ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ପାଲଟିବା ପାଇଁ ସହିଦ ସ୍ମୃତି ପାଖରେ “ଅମୃତ ବାଟିକା” ଭବ୍ୟଢଙ୍ଗରେ ନିର୍ମାଣ କରାଯିବ । ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରାଯାଇ ଆଜି ଭୁବନେଶ୍ୱରକୁ ଅଣାଯାଇଥିଲା । ରାଜ୍ୟର ୩୧୪ ବ୍ଲକ ଅନ୍ତର୍ଗତ ୨୭୨୦ପଂଚାୟତର ୧୩, ୧୨୮ଗାଁରୁ ମାଠି ସଂଗ୍ରହ କରାଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ତଥା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୀମାଂଚଳ ଖଟେଇ ପ୍ରମୁଖ ଉପସ୍ଥିତ ରହି ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦ ପରିବାରଙ୍କ ସଦସ୍ୟଙ୍କୁ ଉପଢୈାକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।