ରାଜନଗର : ୨୮/୧୦ରାଜନଗର ବ୍ଲକ ଜରୀମୂଳ ଠାରେ ରାବଣ ପୋଡ଼ି ଉତ୍ସବ ପାଳନ ଦିନ ଅଫୁଟା ବାଣ ଫୁଟି ରଞ୍ଜନରାଉତ ଙ୍କ ୧୨ବର୍ଷ ର ପୁଅ ଶିବଶଙ୍କର ରାଉତ ଗୁରୁତର ହୋଇଥିଲେ। ପ୍ରଥମେ ରାଜନଗର ମେଡିକାଲ ରେ ଚିକିତ୍ସିତ ହେବା ପରେ ଅଧିକ ଚିକିତ୍ସା ନିମନ୍ତେ କଟକ ନିଆଯାଇଥିଲା। କଟକ ଦୋଳମୁଣ୍ଡାଇ ର ଶ୍ରଧାସବୁରି କ୍ଲିନିକ୍ ରେ ଚିକିତ୍ସିତ ହେଉଥିବା ଶିବଶଙ୍କର କୁ ଭେଟି ଆସୁଆରୋଗ୍ୟ କାମନା କରିଥିଲେ ରାଜନଗର ଅଞ୍ଚଳର ଓଏସ୍ଏଫ ଟ୍ରଷ୍ଟ ର ସଭାପତି ସମୀର କୁମାର ବାଇ। ଟ୍ରଷ୍ଟ ର ସଭାପତି ସମୀର କୁମାର ବାଇ ପରିବାର କୁ ଭେଟି ନଗଦ ଅର୍ଥ ୫ହଜାର ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ରାବଣ ପୋଡ଼ିସମୟରେ ଅଫୁଟା ବାଣ କୁ ନେଇ ଧରିଥିବା ସମୟରେ ବାଣଫୁଟିଥିଲା। ଯାହା ଫଳରେ ଶିବଶଙ୍କର ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ନିବେଦନ କରିଥିଲେ। ଯେଉଁଥି ପାଇଁ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
