Odisha news

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରବିନ୍ଦ୍ର ନାଥ ପ୍ରତିହାରିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

0

 ରାଜ୍ୟ ସଭାପତି, ବିରୋଧୀ ଦଳ ନେତାଙ୍କ ସମେତ ପାର୍ଟୀର ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ଗଭୀର ଶୋକବ୍ୟକ୍ତ

ଭୁବନେଶ୍ୱର,ତା.୧୭/୦୯: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବାୟତ ଶ୍ରୀ ରବିନ୍ଦ୍ର ନାଥ ପ୍ରତିହାରୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ୱର୍ଗତଃ ପ୍ରତିହାରୀ ରାଜ୍ୟ ବିଜେପିର ଅନ୍ୟତମ ମାର୍ଗଦର୍ଶକ ମଧ୍ୟ ଥିଲେ । ଏଥି ସହ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବତନ କ୍ଷେତ୍ରୀୟ କାର୍ଯ୍ୟବାହ, ଉକ୍ରଳ ବିପନ୍ନ ସହାୟତା ସମିତିର ସଂରକ୍ଷକ ଦାୟୀତ୍ୱ ନିର୍ବାହ କରିଥିଲେ । ରାଷ୍ଟ୍ରବାଦୀ ବିଚାର ପରିବାରର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତା ଓ ପୃଷ୍ଠପୋଷକ ଭାବେ ସ୍ୱର୍ଗତଃ ପ୍ରତିହାରୀଙ୍କ ବଡ ଯୋଗଦାନ ରହିଛି । ସ୍ୱର୍ଗତଃ ପ୍ରତିହାରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଦସ୍ୟ ସହ ଶ୍ରୀ ଜଗନ୍ନାଥ ସଚେତନା ଗବେଷଣା ପ୍ରତିଷ୍ଠାନର ସାଧାରଣ ସଂପାଦକ ଦାୟୀତ୍ୱ ତୁଲାଇଛନ୍ତି ।

ଭୂବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସ୍ୱର୍ଗତଃ ପ୍ରତିହାରୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସତ୍ୟନଗର ଶ୍ମସାନଠାରେ ତାଙ୍କର ଶେଷକୃତ ସଂପନ୍ନ ହୋଇଛି । ଶେଷ ସମୟରେ ତାଙ୍କର ପରିବାରସଦସ୍ୟଗଣ ଉପସ୍ଥିତ ଥିଲେ ।

ଏହା ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ପ୍ରତିହାରୀଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି ।  ସ୍ୱର୍ଗତଃ ପ୍ରତିହାରୀଙ୍କ ବିୟୋଗରେ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଶୋକବ୍ୟକ୍ତ କରିଛନ୍ତି ।

Leave A Reply