Odisha news

ମାଲକାନଗିରି ଜିଲ୍ଲାରେ ଆଜି କରୋନା ପଜିଟିଭ ୨୮ , ଜିଲ୍ଲାରେ କରୋନା ରୋଗୀ ସଂଖ୍ଯା ୨ ହଜାର ୯୩୫ ପାର

0
ମାଲକାନଗିର  : ମାଲକାନଗିରି ଜିଲ୍ଲାରେ ଆଜି କରୋନା ପଜିଟିଭ୍ ୨୮ ଜଣଙ୍କୁ ଚିହ୍ନଟ କରାଯାଇଛି !ଏହି ସଂଖ୍ଯକୁ ମିଶାଇ ଜିଲ୍ଲାରେ କରୋନା ରୋଗୀ ୨ ହଜାର ୯୩୫ରେ ପହଞ୍ଚିଛି !ଆଜି ପର୍ଯ୍ଯବ୍ତ ମାଲକାନଗିରି ଜିଲ୍ଲାରେ ୨୫୯୫ ରୋଗୀ ସୁସ୍ଥ ହେୀଇ ଘରକୁ ଫେରିଛନ୍ତି !ବର୍ତ୍ତମାନ କୋଭିଡ ହସପିଟାଲରେ ୩୩୧ ଜଣ ଚିକିତ୍ସିତ ରହିଥିବା ବେଳେ ଜିଲ୍ଲାରେ ୮ ଜଣଙ୍କ କରୋନାରେ ଜୀବନ ହାନି ଘଟିଛି !
ମାଲକାନଗିରି ପୌରାଞ୍ଚଳରେ ଆଜି ୧୦ ଜଣ ବ୍ଯକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି !ତନ୍ମଧ୍ଯରୁ ୱାର୍ଡ ନଂ-୫ ଦୁର୍ଗା ଗୁଡି ସାହିରେ ଜଣେ,ୱାର୍ଡ ନଂ -୭ ବସଷ୍ଟାଣ୍ଡ ନିକଟରେ ଜଣେ,ୱାର୍ଡ ନଂ-୮ ସମବାୟ ଗୁଡାରେ ୨ ଜଣ,ୱାର୍ଡ ନଂ-୧୧ ଏନଏସି କଲୋନୀରେ ଜଣେ,ୱାର୍ଡ ନଂ-୧୨ ଭାଟିଶାଳ ଗୁଡା ଓ ମୁଖ୍ଯ ରାସ୍ତାରେ ଜଣେ ଲେଖାଏଁ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣା ପଡିଛି !ୱାର୍ଡ ନଂ ୧୫ ରିକ୍ଲାମେସନ କଲୋନୀରେ ଜଣେ ଏବଂ ୱାର୍ଡ ନଂ-୧୯ ଏମଭି -୪୨ ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି !
ସେହିପରି ବାଲିମେଳା ଏନଏସିରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣା ପଡିଛି !ସେଥି ମଧ୍ଯରୁ ୱାର୍ଡ ନଂ-୨ ଫରେଷ୍ଟ କଲୋନୀରେ ଜଣେ,ୱାର୍ଡ ନଂ-୫ ଏସବିଆଇ କଲୋନୀ ଓ ଡେଲି ମାର୍କେଟରେ ଜଣେ ଲେଖାଏଁ ସଂକ୍ରମିତ,ୱାର୍ଡ ନଂ:୮ ସନ୍ତୋଷୀ ମାଆ ମନ୍ଦିର ନିକଟରେ ଜଣେ,ୱାର୍ଡ ନଂ-୯ ଧାନପୁରିଆ ସାହିରେ ଜଣେ ବ୍ଯକ୍ତି କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି!
ଅନ୍ଯପକ୍ଷରେ ମାଥିଲି ବ୍ଲକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଟେମୁର ପାଲ୍ଲୀ ଜିପିରେ ୨ ଜଣ ଏବଂ ଚେଡେଙ୍ଗା ଜିପିରେ ଜଣେ ସଂକ୍ରମିତ ହୋଇଛନ୍ତି !ମାଲକାନଗିରି ବ୍ଲକରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୋରାଖୁଣ୍ଟା ଏବଂ ତଣ୍ଡା ପଲ୍ଲୀ ଜିପିରେ ଜଣେ ଲେଖାଏଁ ବ୍ଯକ୍ତି କରୋନା ଦ୍ବାର ସଂକ୍ରମିତ ହୋଇଛନ୍ତି !
କୋରୁକୋଣ୍ଡ ବ୍ଲକରେ ୩ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ କରାଯାଇଥିବା ବେଳେ ସୋମନାଥ ପୁର ଜିପିରେ ୨ ଜଣ ଏବଂ ତର୍ଲାକୋଟା ଜିପିରେ ଜଣେ କରୋନା ରୋଗୀ ଚିହ୍ନଟ କରାଯାଇଛି !କାଲିମେଳା ବ୍ଲକରେ ୪ ଜଣ କରୋନା ପଜିଟିଭ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇଛି!ତନ୍ମଧ୍ଯରୁ ବଦିଲି ଏବଂ ଲୁଗେଲ ଜିପିରେ ଜଣେ ଲେଖାଏଁ ଏବଂ କାଲିମେଳା ଜିପିରେ ୨ ଜଣ କରୋନା ସଂକ୍ରମିତ ବ୍ଯକ୍ତିଙ୍କୁ ଚିହ୍ନଟ କରାଯାଇଛି !୨୮ ଜଣଙ୍କ ମଧ୍ଯରେ ଜ୍ବର କାଶ ଲକ୍ଷଣ ପ୍ରକାଶ ପାଇଥିଲା ବେଳେ ଜଣେ କରୋନା ଯୋଦ୍ଧା ସଂକ୍ରମିତ ରହିଥିବା ସୂଚନା ମିଳିଛି !ସମସ୍ତ ରୋଗୀମାନଙ୍କୁ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ଜଣାପଡିଛି !
Nalco
Leave A Reply