Odisha news

ବିଜେପିରେ ସାମିଲ ହେଲେ ଭଦ୍ରକ, କଟକ, କେନ୍ଦ୍ରାପଡା, କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ଓ ଛାତ୍ରନେତା

0

 ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ ବିଜେପିରେ ହେଲେ ସାମିଲ
 ବିଜେବି କଲେଜ ଛାତ୍ରସଂସଦ ତଥା ଏନଏସୟୁଆଇ ପୂର୍ବତନ ରାଜ୍ୟ ସମ୍ପାଦକ ସୁପ୍ରିମକୋର୍ଟ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ଯୁବ ଆଇନଜୀବୀ ସଞ୍ଜୀବ ଯୋଶୀ, ଜନ୍ମେଜୟ ରାୟ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ ପ୍ରତାପ ରାଉତ ବିଜେପିରେ ହେଲେ ସାମିଲ
 ରାଜ୍ୟ ସଭାପତି ମନମୋହନ ସାମଲ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ କଲେ ସ୍ୱାଗତ

ଭୁବନେଶ୍ୱର,ତା.୧୧/୦୯: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ, କଟକ ସଦର ନିର୍ବାଚନ ମଣ୍ଡଳୀ, ଆଳୀ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ସମାଜସେବୀଙ୍କ ଓ ଆଇନଜୀବୀ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।
ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ମନୋଜ କୁମାର ନାୟକ, କଟକ ସଦର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ପ୍ରକାଶ କୁମାର ସେଠୀ, ବିଜେବି କଲେଜ ଛାତ୍ରସଂସଦ ତଥା ଏନଏସୟୁଆଇ ପୂର୍ବତନ ରାଜ୍ୟ ସମ୍ପାଦକ ସୁପ୍ରିମକୋର୍ଟ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ବାସିନ୍ଦା ତଥା ଯୁବ ଆଇନଜୀବୀ ସଞ୍ଜୀବ ଯୋଶୀ, ଜନ୍ମେଜୟ ରାୟ, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିଦେ୍ର୍ଦଶକ ପ୍ରତାପ ରାଉତ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ ହେଉଛି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ଉପରେ ଭରସା କରି ଯୋଗଦାନ ଦେଉଛନ୍ତି । ଓଡ଼ିଶାର ବିକାଶ ଦୁଇଦଶନ୍ଧୀ ପଛକୁ ପଳାଇ ଯାଇଛି । ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ଓ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯାତ୍ରାକୁ ଓଡ଼ିଶାରେ ଆଗେଇ ନେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସାଧାରଣ ସଂପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ଅଭିମନୁ୍ୟ ସେଠୀ, ସରୋଜ କର, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

 

Leave A Reply