ଡୁବୁରୀ ରେ ବିଜେପି ର ମହିଳା ସମାବେଶ , ଓଡିଶାର ବିକାଶ ପାଇଁ ଉଦ୍ୟମ ଜାରି ରହିବ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦାନଗଦି, ତା ୩୦/୮ : ଡୁବୁରୀ ଠାରେ ଆଜି ସୁକିନ୍ଦା ବିଜେପି ପକ୍ଷରୁ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଯାଇଛି। ଏହି ସମାବେଶ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶା ର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ୟମ କୁ ଯେତେ ପ୍ରଶଂସା କଲେ ବି କମ ହେବ l ଗତ ୯ବର୍ଷ ମଧ୍ଯରେ ମୋଦୀ ଓଡିଶା କୁ ୧୮ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି l ଯାହାକି ସର୍ବକାଳୀନ ରେକର୍ଡ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଡୁବୁରୀ ସରାଂଶ ପଡିଆ ଠାରେ ଆୟୋଜିତ ସୁରକ୍ଷା ବନ୍ଧନ ଉତ୍ସବ ମହିଳା ସମାବେଶରେ କହିଛନ୍ତି l
କେନ୍ଦ୍ର ର ମୋଦୀ ସରକାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁଦାନ ପ୍ରଦାନ କରିଛନ୍ତି l ମାତ୍ର ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର ଆଦୌ ତତ୍ପର ହେଉନାହାନ୍ତି ଲ ବର୍ଷ ପରେ ବର୍ଷ ଧରି ଏହି ପ୍ରକଳ୍ପ ଲୋକଙ୍କ ହିତରେ ଲାଗି ପାରୁନାହିଁ l
ଦେଶର ୨ କୋଟି ମା ଓ ଭଉଣୀ ମାନଙ୍କୁ ଏକ ଯୋଜନା ରେ ଲକ୍ଷପତି ଘରଣୀ ଭାବେ ଘୋଷଣା କରାଯିବ ବୋଲି ମନ୍ତ୍ରୀ ସଭାରେ ସୂଚନା ଦେଇଥିଲେ l ରାକ୍ଷୀ ଉପହାର ଭାବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଯାଜପୁର ଜିଲ୍ଲାରେ ୨,୨୮,୬୬୭ ଘରେ ମା ମାନଙ୍କୁ ରନ୍ଧନ ଗ୍ଯାସ ସଂଯୋଗ ଦିଆଯାଇଛି l ଜିଲା ରେ ୯୧, ୧୬୪ ଜଣଙ୍କୁ କେନ୍ଦ୍ର ସରକାର ପକ୍କା ଘର ଯୋଜନାରେ ସାମିଲ କରିଛନ୍ତି l ଲୋକ ମାନଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଓଡିଶା ସରକାର ସେ ସବୁ କୁ ନିଜର ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି l
ଅନ୍ୟପକ୍ଷରେ ଖଣିଜ ସମ୍ପଦ ରେ ଭରପୁର ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଖଣି ଓ କାରଖାନା ମାଳ ମାଳ l ମାତ୍ର ଏଠାରୁ ୫ ହଜାର ରୁ ଅଧିକ ଯୁବକ ଯୁବତୀ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯିବା ନିହାତି ଦୁର୍ଭାଗ୍ଯଜନକ ଓ ଏହା ନେତା ଙ୍କ ଅପାରଗତା ବୋଲି ସୁକିନ୍ଦା ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ନିଜ ଭାଷଣ ରେ କହିଥିଲେ l
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ଶତପଥୀ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ, ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ଐଶ୍ୱରା ବିଶ୍ଵାଳ, ରାଜ୍ୟ ଉପ ସଭା ନେତ୍ରୀ ଲେଖାଶ୍ରି ସାମନ୍ତ ସିଂହାର, ଅନିତା ଶୁଭଦର୍ଶୀନି, ସିପ୍ରା ବାଜପେୟୀ, ପିଙ୍କି ପ୍ରଧାନ, କସ୍ତୁରୀ ମିଶ୍ର, ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ବବିତା ମଲ୍ଲିକ, ଅମର ନାୟକ, ଉମେଶ ଜେନା, ସ୍ମୃତି ରେଖା ପହି, ସୁଧାଂଶୁ ଭଞ୍ଜ, ପ୍ରଶାନ୍ତ ରାୟ, ଅମଳେନ୍ଦୁ ବେହୁରା, ପ୍ରତାପ ଧିର, ପବିତ୍ର ମହାପାତ୍ର, ପୁଷ୍ପକ ମହାପାତ୍ର, ମନ୍ଦାକିନୀ ସେଠୀ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ରବୀନ୍ଦ୍ର ପୁହାଣ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ବେହୁରା, ସନ୍ତୋଷ ମୁଦୁଲି, ବିନୋଦ ହେମ୍ବ୍ରମ, ଚିରଞ୍ଜିବି ବେହୁରା, ଇତିଶ୍ରୀ ପଟ୍ଟନାୟକ, ଶର୍ମିଷ୍ଠା ବରାଳ, ରେବତୀ ମହାନ୍ତ, ମାମିଶ୍ରି ତିଉ, ତପଶ୍ୱନି ମହାନ୍ତ ଓ ଟିକିଲି ଖଟୁଆ ପ୍ରମୂଖ ଉପସ୍ଥିତ ରହିଥିଲେ l ଜିଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ ଙ୍କ ନେତୃତ୍ଵରେ ଶହସ୍ରାଧିକ ମଟର ସାଇକଲ ଶୋଭାଯାତ୍ରା ରେ ମନ୍ତ୍ରୀ ଙ୍କୁ ଦାନଗଦି ର ମିଲିଟାରୀ ଛକ ଠାରୁ ଡୁବୁରୀ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଏହି ସମାବେଶ ରେ ୮ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦେଇଥିଲେ। (ଫଟୋ)
