Odisha news

ନିଆରା ଢଙ୍ଗରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ନଖରା  ଗ୍ରାମ ରେ  ଫୋର୍ଡ଼ ତରଫରୁ ଫୋର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ  ବୃକ୍ଷ କୁ ରକ୍ଷା  ବନ୍ଧନ  ଉତ୍ସବ ପାଳନ କରାଯାଇଥିଲା । ମୂଖ୍ୟ ଅତିଥିଭାବେ ବେଣୁଧର ଦାସ ରକ୍ଷା ବନ୍ଧନ  ଉତ୍ସବର  ଉଦ୍ଦେଶ୍ୟ  ଉପରେ  ଆଲୋକପାତ  କରିଥିଲେ। ବୃକ୍ଷକୁ ଭାଇ  ବୋଲି ଭାବି  ଯୁବକ/ଯୁବତୀ ,ଛାତ୍ର/ଛାତ୍ରୀ ମାନେ ବୃକ୍ଷକୁ ପୂଜା କରି ବନ୍ଦାପନା କରିବା ସହ ବୃକ୍ଷକୁ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ବିଜ୍ଞାନ ଯୁଗ ର  ରାସ୍ତା ଶିଳ୍ପ ଓ ଗୃହ ନିର୍ମାଣ ପାଇଁ ଯେଉଁ ଭଳି ଭାବରେ  ଅବାଧରେ  ଗଛ କଟା ଯାଉଛି । ଯାହା ଫଳରେ ପରିବେଶ  ବିଗିଡ଼ିବା ସହିତ ଜୀବଜଗତ  ପାଇଁ  ବିପଦର କାରଣ ହେଉଅଛି ।  ପରିବାର ସଦସ୍ୟଙ୍କର ଜନ୍ମ  ବିବାହ, ସୁଧିକ୍ରିୟା ଓ ବିଭିନ୍ନ ପାର୍ବପର୍ବାଣି କୁ ସ୍ମରଣୀୟ ରଖିବା ପାଁଇ ଗୋଟିଏ  ଗୋଟିଏ  ଗଛ ଲଗାଇବା ଉଚିତ  ବୋଲି ଫୋର୍ଡ଼ ର ସମ୍ପାଦକ ସନ୍ତୋଷ  କୁମାର ଖଣ୍ଡା ଯୁବସମାଜ କୁ ଆହ୍ୱାନ ଦେଇଥିଲେ  । ଗ୍ରାମରେ ଥିବା ଭାଗବତ ଟୁଙ୍ଗି ପଡିଆ ରେ ବୟୋଜ୍ୟେଷ୍ଠ  ବ୍ୟକ୍ତି ଦୁଃଶାସନ  ମହାଳିକଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା  । ସର୍ବ ଶେଷରେ ଛାତ୍ର ପଙ୍କଜ ପାଳ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ।
Ad2
Leave A Reply