ଭୁବନେଶ୍ୱର,ତା.୦୫/୯: ଛତିଶଗଡ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଗଂଜାମ ଜିଲ୍ଲାରୁ ଗୁଜୁରାଟ ଯାଉଥିବା ୭ ଜଣ ଶ୍ରମିକଙ୍କ ଜୀବନ ହାନି ହୋଇଛି । ଏଥି ସହ ଦୁର୍ଘଟଣାରେ ବହୁ ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକାଂଶ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏହି ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ଓଡିଆ ଶ୍ରମିକଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଶ୍ରୀ ମହାନ୍ତି ଏବଂ ଶ୍ରୀ ନାୟକ ଆହତ ଶ୍ରମିକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆହତମାନଙ୍କୁ ରାଜ୍ୟ ସରକାର ମାଗଣା ଚିକିତ୍ସାର ସୁବନେ୍ଦାବସ୍ତ ଓ ମୃତକ ପରିବାରଙ୍କୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ପାଇଁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here