Odisha news

ବୋରିଗୁମ୍ମା : ବିନା ଶିଷ୍ୟରେ ପାଳନ ହେଲା ଗୁରୁ ଦିବସ

0
ବୋରିଗୁମ୍ମା (କେ.ସାକିଲି ଦୋରା) : ଆଜି ହେଉଛି ପବିତ୍ର ଗୁରୁ ଦିବସ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର। ଗୁରୁ ହେଉଛନ୍ତି ସାକ୍ଷାତ ଇଶ୍ୱର।ଆଜି ହେଉଛି ସର୍ବପଲ୍ଲୀ ରାଧାକ୍ରିଶନ ଙ୍କ ଜନ୍ମ ଦିନ। ତାଙ୍କ ଜନ୍ମ ଦିନକୁ ଆମ ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଏ। କୋବିଡ଼ କଟକଣା ରେ ପାଳନ ହେଲା ଗୁରୁ ଦିବସ। ବିନା ଶିଷ୍ୟରେ ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ହୋଇଛି। ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରରେ ବିନା ଛାତ୍ର ଛାତ୍ରୀ ଉପସ୍ଥିତ ରେ ଗୁରୁ ଦିବସ ପାଳନ ହୋଇଥିଲା। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମମତା ମହାପାତ୍ର ଙ୍କ ପ୍ରତକ୍ଷ ତତ୍ୱବାଧାନରେ ସମସ୍ତ ଗୁରୁମା ଗୁରୁଜୀ ଯୋଗ ଦେଇଥିଲେ। ସେହିଭଳି ସରକାରୀ ଏମ ଇ ସ୍କୁଲରେ ଗୁରୁ ଦିବସ ପାଳନ ହୋଇଥିଲା। ଏହି ଅବସରରେ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ବ୍ଲକରେ ର ବିଭିନ୍ନ ବିଦ୍ୟାଳୟରେ ନିରାଡ଼ମ୍ବର ଭାବରେ ଗୁରୁ ଦିବସ ପାଳନ କରାଯାଇଛି।
Leave A Reply