Odisha news

ଜଗନ୍ନାଥ ପ୍ରସାଦ ଓ ଛାମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ବିଜେଡି ର ଧାରଣା

0

ଜଗନ୍ନାଥ ପ୍ରସାଦ :15/2 :  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ ଯୋଜନାରେ ମିଳୁଥିବା ଅତିରିକ୍ତ ୫ କେଜି ଚାଉଳ ବନ୍ଦ କୁ କେନ୍ଦ୍ର କରି  ଆଜି ଜଗନ୍ନାଥ ପ୍ରସାଦ ବିଜେଡି କର୍ମୀ  ଜଗନ୍ନାଥ ପ୍ରସାଦ ଗ୍ରାମ ପଞ୍ଚାୟତ ଆଗରେ ଧାରଣା ଦେଇଛନ୍ତି । ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର, ଜିଲ୍ଲା ପରିଷଦ ପ୍ରତିନିଧି ବିରୁପାକ୍ଷ ସେଠି ଓ ସମିତି ସଭ୍ୟ ଯୁଧିଷ୍ଠିର ସେଠି ତତ୍ଵଅବଧାନ ରେ ଆନ୍ଦୋଳନ ଫଳପ୍ରଦ ହୋଇଥିଲା l ସମାଜ ସେବି ପ୍ରଶାନ୍ତ କୁମାର ସେଠି, ଲିଟୁ ବେହେରା ବେଣୁଧର ପଣ୍ଡା, ମାନସ ରଞ୍ଜନ ପରିଛା, ଅବସର ପ୍ରାପ୍ତ ଶିକ୍ଷକ ବେଣୁଧର ସାବତ, ପ୍ରଦୀପ୍ତ କିଶୋର ଭୂୟାଁ, ନିରଞ୍ଜନ ପ୍ରଧାନ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ଶତାଧିକ ବିଜେଡି କର୍ମୀ ଓ ଉପଭୋକ୍ତା ଉପସ୍ଥିତ ଥିଲେ l ସେହି ପରି ଛାମୁଣ୍ଡା ପଞ୍ଚାୟତ ରେ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପାତ୍ର ଓ ଜିଲ୍ଲା ପରିଷଦ ପ୍ରତିନିଧି ବସନ୍ତ କୁମାର ପ୍ରଧାନ ଙ୍କ ତତ୍ଵଅବଧାନ ରେ ଆୟୋଜିତ ଆନ୍ଦୋଳନ ରେ ଦୁର୍ଗା ପ୍ରସାଦ ରଥ, ଲକ୍ଷ୍ମୀ ନାରାୟଣ ପାତ୍ର, କାହ୍ନl ପ୍ରଧାନ, ସୁନୀଲ ସାହୁ, ପାଣୁ ପ୍ରଧାନ, ସୁଶାନ୍ତ କୁମାର ଗୌଡ଼ ଓ ଗୌରାଙ୍ଗ ପଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ l ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ ଯୋଜନା ରେ ଯେଉ ଚାଉଳ କାଟ ହୋଇଛି ତାହାକୁ ତୁରନ୍ତ ଲାଗୁ କରାଯାଉ ଓ ଅରୁଆ ଚାଉଳ ବଦଳରେ ଉଷୁନା ଚାଉଳ ପ୍ରଦାନ କରାଯାଉ ବୋଲି ଦାବି ରଖିବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦିଆଯାଇଥିଲା l

Leave A Reply