‘ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ’ ଆନୁକୁଲ୍ୟରେ ରାଜ୍ୟରେ ୩୦ଟି ଜିଲ୍ଲା ସଦର ମହକୁମାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ: ୧0 ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ, ପ୍ରଥମଦିନରେ ସର୍ବାଧିକ ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାଠାରେ ସପ୍ତାହ ବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଛି।ଏହି ରକ୍ତଦାନ ଶିବିର ଅଭିଯାନ ଅଗଷ୍ଟ୯ତାରିଖ କ୍ରାନ୍ତିଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ୧୫ତାରିଖ ସ୍ୱାଧୀନତା ଦିବାସ ପର୍ଯ୍ୟନ୍ତ ଚାଲିବ।୧0 ହଜାର ୟୁନିଟ୍ ରକ୍ତସଂଗ୍ରହ କରିବା ଏହି ଅଭିଯାନର ଲକ୍ଷ୍ୟ।
ଭୁବନେଶ୍ୱର ସ୍ଥିତ ବିଜୁଜନତାଦଳ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଉଦ୍ଘାଟନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଓଡ଼ିଶାମୋପରିବାର-ଜୀବନ ବିନ୍ଦୁ ମୁଖ୍ୟ ସଂଯୋଜକ ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ମୁଖ୍ୟ ସହ-ସଂଯୋଜକ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟ ସଭା ସାଂସଦ ଶ୍ରୀସୁଜିତ କୁମାର,ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।
ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାଠାରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଏବଂସହ-ସଂଯୋଜକଙ୍କ ଉପସ୍ଥିତିରେ ଏହି କାର୍ଯକ୍ରମର ଶୁଭାରମ୍ଭ ହୋଇଛି।ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି ରକ୍ତ ଦାନ ଶିବିରର ପ୍ରଥମଦିନରେ ୨୯ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏବଂ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ତେବେ ଏହି ରକ୍ତ ଦାନ ଶିବିର ଗୁଡିକରେ ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଂଜୟ କୁମାର ଦାସ ବର୍ମା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଡଃ. ଅରୁଣ କୁମାର ସାହୁ, ଶ୍ରୀ ପ୍ରତାପ ଜେନା, ଶ୍ରୀ ସୁଶାନ୍ତ ସିଂହ, ଶ୍ରୀ ଚନ୍ଦ୍ର ଶେଖର ସାହୁ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀମଂଜୁଲତାମଣ୍ଡଳ, ଶ୍ରୀନିରଂଜନପୂଜାରୀ, ଶ୍ରୀରୋହିତପୂଜାରୀ, ଶ୍ରୀବିକ୍ରମପଣ୍ଡା, ଶ୍ରୀମତୀଲତିକାପ୍ରଧାନ, ଶ୍ରୀରବିନ୍ଦ୍ରଜେନା, ଶ୍ରୀମହେଶ୍ୱରମହାନ୍ତି, ଶ୍ରୀସଂଜୀବମଲ୍ଲିକ, ଶ୍ରୀମନୋହରରନ୍ଧାରୀ, ଶ୍ରୀଦେବେଶଆଚାର୍ଯ୍ୟ, ଶ୍ରୀପ୍ରଭାତବିଶ୍ୱାଳ, ଶ୍ରୀମତୀଚନ୍ଦ୍ରାଣୀମୂର୍ମୁ, ଶ୍ରୀବଦ୍ରିନାରାୟଣପାତ୍ର, ଶ୍ରୀନଳିନୀପ୍ରଧାନ, ଡଃ. ରାସେଶ୍ୱରୀପାଣିଗ୍ରାହୀ, ଶ୍ରୀସିଦ୍ଧାର୍ଥଦାସ, ଶ୍ରୀପ୍ରକାଶମାଝୀ, ଶ୍ରୀରମେଶମାଝୀ, ଶ୍ରୀଜଗନ୍ନାଥସାରକା, ଶ୍ରୀମତୀମିନାକ୍ଷୀମହାନ୍ତି, ଶ୍ରୀଗୌରହରିମିଶ୍ର, ଶ୍ରୀରଘୁରାମପୋଡ଼ାଲ, ଶ୍ରୀଈଶ୍ୱରପାଣିଗ୍ରାହୀ, ଶ୍ରୀପ୍ରେମାନନ୍ଦନାୟକ, ଶ୍ରୀମତୀସ୍ନେହାଙ୍ଗିନୀଛୁରିଆ, ଶ୍ରୀମତୀସୁନିତାବିଶ୍ୱାଳପ୍ରମୁଖଉପସ୍ଥିତରହିକରୋନାମହାମାରୀରଲକ୍ଡାଉନ୍ପରିସ୍ଥିତିରେସ୍ୱେଚ୍ଛାକୃତଭାବେରକ୍ତଦାନକରିଥିବାସମସ୍ତରକ୍ତଦାତାଙ୍କୁଉତ୍ସାହିତକରିଥିଲେ |
