ଢେଙ୍କାନାଳ ,୨୭ ।୧୨ : ଢେଙ୍କାନାଳ ସଦର ମହକୁମାର ଗୋପବନ୍ଧୁ ଟାଉନ୍ ହଲ ଠାରେ ଆଜି ଜିଲ୍ଲା ସ୍ତରୀୟ ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ତଥା ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ ନାୟକ, ସାଂସଦ ମହେଶ ସାହୁ, ହିନେ୍ଦାଳ ବିଧାୟୀକା ଶ୍ରୀମତୀ ସୀମାରାଣୀ ନାଏକ,ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁ,ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ବରିଷ୍ଠ ନେତା ବସନ୍ତ ତ୍ରିପାଠୀ, ରାଜ୍ୟ କେନ୍ଦୁପତ୍ର ସଭାପତି ଯୋଗେନ୍ଦ୍ରନାଥ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନତୀ ନାଏକ,ଉପସଭାପତି ଲକ୍ଷ୍ମୀଧର ସାହୁ,ରାଜ୍ୟ ସାଧାରଣ ସମ୍ପାଦିକା ସାଗରିକା ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହର୍ଷବର୍ଦ୍ଧନ ସିଂହଦେଓ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ନରୋତମ ସାହୁ,ଜିଲ୍ଲା ସଂଖ୍ୟଲଘୁ ସେଲ ସଭାପତି ଆସରଫ ଅଲ୍ଲୀଖାଁ, ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା, ଜିଲ୍ଲା ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ବିଜୁ ଜନତା ଦଳର ଟାଉନ ସଭାପତି ଇନ୍ଦ୍ରମଣି ବେହେରା, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର ପ୍ରମୂଖ ମଂଚାସୀନ ଥିଲେ ।
ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ବିଜେଡି ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ଲୋକାଭିମୂଖୀ କାର୍ଯ୍ୟ ତଥା ବିଜେଡି ସଭାପତି ନବିନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ନିର୍ମଳ ଭାବମୂର୍ତୀ ପାଇଁ ଦୀର୍ଘ ୨୦ ବର୍ଷ ହେଲା ଜନସାଧାରଣ ବିଜେଡିକୁ ସରକାରରେ ରଖିଥିବା ପ୍ରକାଶ କରିଥିଲେ । ହିନେ୍ଦାଳ ବିଧାୟୀକା ଶ୍ରୀମତୀ ନାଏକ ସମସ୍ତେ ଏକଜୁଟ ହୋଇ ଦଳର ସଭାପତି ତଥା ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ହାତମୁଠାକୁ ସୁଦୃଢ କରିପାରିଲେ ଏହା ସୁନ୍ଦର ଓଡିଶା ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ । ବିଧାୟକ ଶ୍ରୀ ସାହୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଗଠିତ ଦଳ ଆଜି ଲୋକାଭିମୂଖୀ ହୋଇପାରିଥିବା ବେଳେ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ହେଉଥିବା ଲୋକାଭିମୂଖୀ ଯୋଜନା ଲୋକଙ୍କୁ ଦାରିଦ୍ର୍ୟର ରସାତଳରୁ ରକ୍ଷା କରିବାରେ ସହାୟକ ହୋଇଛି ।
ବିଜେଡି ସରକାରଙ୍କ ଦ୍ୱାରା ହୋଇଥିବା ସମସ୍ତ ଲୋକାଭିମୂଖୀ ଯୋଜନା ଓ କାର୍ଯ୍ୟର ଆଲୋକପାତ କରିଥିବା ବେଳେ ବିଜୁ ବାବୁଙ୍କ ଜୀବନୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ରାଜ୍ୟ ସରକାରଙ୍କ ଦ୍ୱାରା କରା ଯାଉଥିବା ଲୋକାଭିମୂଖୀ ଯୋଜନାକୁ ଲୋକମାନଙ୍କ ନିକଟରେ ପହଁଚାଇବାକୁ କର୍ମୀମାନେ ଯତ୍ନବାନ ହେବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସାଂସଦ ଶ୍ରୀ ସାହୁ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା ସହ ଏକଜୁଟ ହୋଇ ଦଳକୁ ସଙ୍ଗଠିତ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଭାରୀ ଶ୍ରୀ ନାୟକ ଯୁବକମାନେ ସଂଗଠିତ ହୋଇ କାର୍ଯ୍ୟ କରିବା ସହ ଦଳକୁ ମଜବୁତ୍ କରି ନବିନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ମାନେ ରାଜ୍ୟ ସରକାରଙ୍କର ଗୁଣଗାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନ ବ୍ଳକ ବିଜୁ ଜନତାଦଳ ସଭାପତି ରମେଶ ସାହୁ, ପରଜଙ୍ଗ ବ୍ଳକ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, କଙ୍କଡାହାଡ ବ୍ଳକ ସଭାପତି ରମେଶ ସାହୁ, କାମାକ୍ଷାନଗର ବ୍ଳକ ସଭାପତି ଲଳିତ ସାହୁ,ସଦର ବ୍ଲକ ସଭାପତି ବିଭୁପ୍ରସାଦ ଦେହୁରୀ, ହିନେ୍ଦାଳ ବ୍ଳକ ସଭାପତି ବରୁଣ କୁମାର ସର,ହିନେ୍ଦାଳ ଏନଏସି ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ଓଡାପଡା ବ୍ଳକ ସଭାପତି ଚିତରଂଜନ ନାଥ,କାମାକ୍ଷାନଗର ଏନଏସି ସଭାପତି ଆଦିତ୍ୟ ଆଚ୍ଚାର୍ଯ୍ୟ ପ୍ରମୂଖ ଉଦବୋଧନ ଦେଇ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେବା ସହ ଦଳକୁ ସଙ୍ଗଠିତ କରିବା ପାଇଁ କହିଥିଲେ । ଏହି ଅବସରରେ ବିଜେପିର ପୂର୍ବତନ ନଗରପାଳ ସୁଧାଂଶୁ କୁମାର ଦଳେଇ, ବିଜେପି ଉପସଭାପତି ରମେଶ ସାମଲ, ପୂର୍ବତନ କାଉନସିଲର ଚାନ ଖାଁ, ବାପୁଜୀ ମଲ୍ଲିକ, କର୍ମୀ ଅବଜଲ ଖାଁ, ପ୍ରତାପ ନାଏକ,କଂଗ୍ରେସର ପୂର୍ବତନ କାଉନସିଲର ଦିପ୍ତୀମୟ ସେଠୀ, କାଉନସିଲର ପ୍ରାର୍ଥୀ ଅଭିମନୁ୍ୟ ବେହେରା,୧୩ ନଂ.ୱାର୍ଡର ହୃଦାନନ୍ଦ ବେହେରା ପ୍ରମୂଖଙ୍କ ସମେତ ବିଜେପି ଓ କଂଗ୍ରେସ ଛାଡି ଶତାଧିକ ତୁଙ୍ଗନେତା ନବିନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାାଣିତ ହୋଇ ବାଜିଚୌକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଟାଉନ ହଲ ଠାରେ ଜିଲ୍ଲା ସଭାପତି ଶ୍ରୀ ମଲ୍ଲିକଙ୍କ ନିକଟରେ ବିଜେଡିରେ ଯୋଗ ଦେଇଥିଲେ ।
ପ୍ରାରମ୍ଭରେ ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ସୁଶୀଲ ଗୋଚ୍ଛାୟତ, ଶଶିକାନ୍ତ ମିଶ୍ର, ସୋନୁରାମ ସିଂ, ଅଭିଳାଷ ସାହୁ ପ୍ରମୂଖ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ବିଧାୟକଙ୍କ ପ୍ରତିନିଧି ଦେବାଶିଷ ମିଶ୍ର ସଂଯୋଜନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ବିଜୁ ଜନତା ଦଳ କର୍ମୀ ଓ ଯୁବ ବିଜେଡି କାର୍ଯ୍ୟକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।