Odisha news

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାମ ପଣ୍ଡା ଓ ଟି ଗୋପି

0
ବ୍ରହ୍ମପୁର : ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ଓ ବରିଷ୍ଠ ନେତା ଟି ଗୋପି ଆଜି ବିଜେଡି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସୂଚନା ଦେଇଛନ୍ତି। ବିଜେଡି ଆଗଭଳି ନାହିଁ। ନେତା ଓ କର୍ମୀ ମାନଙ୍କୁ ଅଣଦେଖା କରାଯାଉଛି। ଦଳୀୟ ସଂଗଠନିକ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଉ ନାହିଁ। ଦଳ ଭିତରେ ରହିଛି ବୋଲି ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଲେ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ କରିବା ପାଇଁ ବିଚାର ବିମର୍ଶ ଚାଲିଛି। ଗତକାଲି ଅନ୍ୟ ଦଳର ଆମଦାନୀ ନେତାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଗତ ୫୦ ବର୍ଷଧରି ଛାତ୍ର ଜୀବନରୁ ଜନସେବା ସେବା କରିଆସିଛି। ଛାତ୍ର ଜୀବନରେ୧୯୭୧ ମସିହାରୁ ଋଷିକୂଲ୍ଯା ବଂଚାଅ ଆନ୍ଦୋଳନ ଓ ଜଳବାୟୁ ଦୂଷିତୀ କରଣ ବିରୁଦ୍ଧରେ ଆନ୍ଦୋଳନ ଗିରଫ ହୋଇଥିଲି । ୧୯୮୫ ମସିହାରୁ ଋଷିକୂଲ୍ୟା | ମହାନଦୀ ସଂଯୋଗ ଆନ୍ଦୋଳନ ଓ ପୋଟଲାମ୍ପ ପୁର ନିକଟରେ ବ୍ୟାରେଜ ନିର୍ମାଣ ଦାବୀ ପ୍ରଭୃତିକୁ ନେଇ ଦଶନ୍ଧୀରୁ ଉର୍ଦ୍ଧ୍ବକାଳ ଜନ ଆନ୍ଦୋଳନ କରିଥିବା ନେଇ ଜାଣନ୍ତି । ଜରୁରୀ ପରିସ୍ଥିତି ପରେ ଜନତା ଦଳକୁ ସଂଗଠନ କରିବା, ବିଜୁ ବାବୁଙ୍କ ସରକାରରେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ହିସାବରେ ଜଳସେଚନର ବିକାଶ ଓ ୧୯୯୯ ମିଳିତ ସରକାରରେ ଉପବାଚସ୍ପତି ପଦରେ ଅଧିଷ୍ଠିତ ହୋଇ ଛତ୍ରପୁର ତଥା ଜିଲ୍ଲାର ବିକାଶ ଦିଗରେ ମୋର ବିଭିନ୍ନ ପ୍ରଚେଷ୍ଟା ସମ୍ପର୍କରେ ପ୍ରିୟ ଜିଲ୍ଲାବାସୀ ଅବଗତ ଅଛନ୍ତି । ବିଗତ ସାତ ବର୍ଷଧରି ବିଭିନ୍ନ ସରକାରୀ ପଦବୀରେ ରହି ଲୋକଙ୍କ ସେବା କରିବାର ମୌକା ମୋତେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗାଇଥିଲେ ଓ ମୁଁ ମଧ୍ୟ ନିଷ୍ଠାପର ସହିତ ଦାୟିତ୍ଵ ତୁଲାଇଥିଲି ଓ ନିଜସ୍ବ ପରମ୍ପରା ଅନୁଯାୟୀ ନିର୍ବାଚନ ଆଚରଣ ବିଧ‌ି ଲାଗୁହେବା ପରବର୍ତୀ ମୁହୂର୍ତ୍ତରେ ସରକାରୀ ଦାୟିତ୍ୱରୁ ଇସ୍ତଫା ଦେଇଥିବା ଶ୍ରୀ ପଣ୍ଡା କହିଛନ୍ତି। ସେହିପରି ଛାତ୍ର ରାଜନୀତି ରୁ ଆରମ୍ଭ କରି ବିଜୁବାବୁଙ୍କ ଜନତା ଦଳ ଓ ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମି ଭାବେ କାର୍ଯ୍ୟ କରି ଥିଲେ ମଧ୍ଯ ଏହି ସାଧାରଣ ନିର୍ବାଚନ ରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇ ଥିବା ପ୍ରାର୍ଥୀ ଘୋଷଣା କରିଛନ୍ତି। ଶଙ୍ଖ ଭବନରେ ଥିବା ବେଳେ ଘୋଷଣା କରାଯାଇଛି। ଯାହା ଦୁଃଖର ବିଷୟ ବୋଲି ଟି ଗୋପି କହିଥିଲେ। ଛତ୍ରପୁର ନିର୍ବାଚନ ମଣ୍ଡଳୀ ବହୁ ବିଜେଡି ର
ସରପଞ୍ଚ ସମିତି ସଭ୍ୟ ଓ ବହୁ ସଦସ୍ୟ ବିଜେଡି ଛାଡି ଦେଇ ଛନ୍ତି ବୋଲି ସେ କହିଛନ୍ତି।
Ad2
Leave A Reply