ନିରାକାରପୁର, ୪/୪: ଖରା ଯେତିକି ବଢୁଛି ନଈ,ପୋଖରୀ କୂଅ ଶୁଖିବାକୁ ବସିବାରେ ଲାଗିଛି। କିଛି କିଛି ଜାଗାରେ ବୋରୱଲେ ରୁ ପାଣି ପ୍ରଜ୍ୟାପ୍ତ ପରିମାଣର ହେଉ ନ ଥିବା କାରଣରୁ ଲୋକମାନଙ୍କୁ ପିଇବା ପାଣି ସଠିକ୍ ଭାବେ ଯୋଗାଇବାରେ ବିଭାଗ ବିଫଳ ହେଉଥିବା ଲକ୍ଷ୍ୟ କରାଯାଉଛି। ବର୍ତମାନ ଓଳସିଂହପଞ୍ଚାୟତର ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି।ଲୋକେ ଦୁଇ ତିନିରେ ଥରେ ପାଇପ ଯୋଗେ ପାନୀୟ ଜଳ ପାଉ ଥିବାରୁ ଅନ୍ୟ ସମୟରେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପ୍ରିଲ ମାସ ଆରମ୍ଭରୁ ଏହି ପଞ୍ଚାୟତର ମୁଖ୍ୟତଃ ଡମଣଭୂମି ଓ ଓଳସିଂହ ଗ୍ରାମରେ ପାନୀୟ ଜଳର ସମସ୍ୟା ବଢ଼ି ଚାଲିଛି।ଜଳସ୍ତର କମିଯିବାରୁ ପାଣି ଟାଙ୍କି କୁ ପାଣି ଉଠୁ ନ ଥିବାରୁ ଦୈନଦିନ ଜଳ ଯୋଗାଣ ସମ୍ଭବ ହେଇ ନାହିଁ ବୋଲି ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ଭୋଳ ଜଣାଇ ଥିବାବେଳେ ଗୟାବନ୍ଧ ଗ୍ରାମର ଟାଙ୍ଗୀ ଉପର ସାହିକୁ ଜଳ ପାଇପ୍ ଯୋଗେ ଯାଇ ପାରୁନାହିଁ। ଗୋଟିଏ ନଳକୂଅ ଥିବାବେଳେ ତାହା କାର୍ଯ୍ୟକ୍ଷମ କରୁ ନାହିଁ ଆଜି ଏହାର ମରାମତି ପାଇଁ ସରପଂଚ ଯାଇଛନ୍ତି ବୋଲି କହିଥିଲେ। ଟାଙ୍ଗୀ ଉପର ସାହିରେ ଥିବା ପ୍ରାୟେ ୧୦ ଟି ପରିବାର ପାନୀୟ ଜଳ ପାଇଁ ହଇରାଣ ହେଉଥିବାବେଳେ ଗରା,ମାଠିଆ ଓ ବାଲ୍ଟି ଧରି ପାଣି ମୂନ୍ଦେ ପାଇଁ ୧ କିଲୋମିଟର ଚାଲି ଚାଲି ଯାଇ ନିକଟରେ ଥିବା ବନ ବିଭାଗ ବିଟ ହାଉସ ମଧ୍ୟରୁ ପାଣି ନେଉ ଥିବା ଲକ୍ଷ୍ୟ କରାଯାଉଛି। ଟାଙ୍ଗୀ ଉପର ସାହିରେ ଥିବା ଅଚଳ ନଳକୂଅ ମରାମତି ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ସେ ଆଜି ଏହାକୁ ମରାମତି କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେଣୁ ପାନୀୟ ଜଳ ର ଅସୁବିଧା ଦୂର କରିବା ପାଇଁ ପଞ୍ଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଗଲେ ଭଲ ହୋଇ ପାରନ୍ତା।
