ନନ୍ଦନକାନନ ୧୦/୧ : ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ରାଜନୀତିକ ଉଷ୍ମତା ଦେଖାଦେଇଛି।ଏହି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଙ୍କ ଶୁଭେଚ୍ଛୁ ଓ ସମର୍ଥକ ମାନେ ୫ପଞ୍ଚାୟତର ଗଣ୍ଡରପୁର ଖେଳ ପଡିଆରେ ବୁଧବାର ଦିନ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଆୟୋଜନ କରାଯାଇଥିଲା ଏହି ଅବସରରେ ଶତାଧିକ କର୍ମୀ ଓ ସମର୍ଥକ,ଶୁଭେଛୁଙ୍କ ସମାବେଶ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।ଅନେକ ଦିନ ଧରି ନୀରବ ଥିବା ପୂର୍ବତନ ବିଧାୟକ ଶ୍ରୀ ମିଶ୍ର ହଠାତ୍ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ୫ପଞ୍ଚାୟତର ମୁରବି,ବିଜେଡି କର୍ମୀ,ମହିଳା,ଯୁବକ ଓ ଛାତ୍ରଙ୍କୁ ନେଇ ବନ୍ଧୁ ମିଳନ ଅବସରରେ ଏକତ୍ର ହୋଇଥିଲା।ପୂର୍ବତନ ଜିଲ୍ଲାପରିଷଦ କୁନାଲ ରାଉତଙ୍କ ଆବାହକତ୍ବରେ ଅନୁଷ୍ଟିତ ଏହି ସମାବେଶ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ସମେତ ବହୁ ଜନପ୍ରତିନିଧିଙ୍କୁ ଦେଖିବାକୁ ମିଳିଥିଲା।ବିଧାୟକଙ୍କ ସପକ୍ଷରେ ଅନେକ ସମର୍ଥକ ମଧ୍ୟ ଏହି ବନ୍ଧୁ ମିଳନରେ ସାମିଲ ଥିଲେ।ବନ୍ଧୁ ମିଳନ ଅବସରରେ ଶ୍ରୀ ମିଶ୍ର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ବୋଲି ୫ପଞ୍ଚାୟତର ଅନେକ ରାଜନୀତି ବିଶେଷଜ୍ଞ କହିଛନ୍ତି।ତେବେ ଶ୍ରୀମିଶ୍ର ପୁଣି ନିର୍ବାଚନମଣ୍ଡଳୀରେ ସକ୍ରିୟ ହେବା ଘଟଣା ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ କମ୍ପନ ସୃଷ୍ଟି କରିଛି।ଶ୍ରୀମିଶ୍ରଙ୍କୁ ଗଣ୍ଡରପୁର ହାଇସ୍କୁଲ ଛକରୁ ଏକ ବିରାଟ ମୋଟରସାଇକେଲ ଶୋଭାଯାତ୍ରାରେ ଶଙ୍ଖ, ସଂକୀର୍ତ୍ତନ ଓ ହୁଳହୁଳିରେ ବନ୍ଧୁ ମିଳନ ସ୍ଥଳକୁ କର୍ମୀମାନେ ପାଛୋଟି ନେଇଥିଲେ। ଏହି ବନ୍ଧୁ ମିଳନ ଉତ୍ସବରେ ପୂର୍ବତନ ସରପଞ୍ଚ ଅଜୟ ବେହେରା,ଶ୍ୟାମସୁନ୍ଦର ଟୁଡୁ,ଗଣ୍ଡରପୁର ଗ୍ରାମ ଉପସଭାପତି ଉମାକାନ୍ତ ହାତୀ, ବରିମୁଣ୍ଡ ଗ୍ରାମସଭାପତି ପବିତ୍ର ନାୟକ,ମହିଳା ସଭାନେତ୍ରୀ ବିଦ୍ୟୁଲତା ବେହେରା, ସଞୁ ଭୋଇ,ବିଜେଡି ଯୁବନେତା ସଞୟ ପତି ସମେତ ହଜାର ହଜାର ମହିଳା ଓ ପୁରୁଷ ଯୋଗଦେଇଥିଲେ।