Odisha news

ବିଜେଡ଼ି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ନାମଙ୍କନ ପତ୍ର ଦାଖଲ

0

ବାଲେଶ୍ୱର : ପାର୍ଥୀତ୍ୱକୁ ନେଇ ବିଜେଡ଼ିରେ ଲାଗି ରହିଥିବା ତିକ୍ତତା ଶେଷରେ ଅବସାନ ଘଟିଛି । ଆଜି ଦଳୀୟ ପ୍ରାର୍ଥୀ ଭାବରେ ସ୍ୱରୂପ ଦାସ ବିଧିବଦ୍ଧ ଭାବରେ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଶ୍ରୀ ଦାସ ଆଜି ପୂର୍ବାହ୍ନରେ ସହରର ବିଭିନ୍ନ ମନ୍ଦିର, ଦରଘା,ଚର୍ଚ୍ଚରେ ପୂଜାଚ୍ଚର୍ନା କରି ସହରର ପ୍ରମୁଖ ସ୍ଥାନ ମାନଙ୍କରେ ଥିବା ବ୍ୟାସକବି ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ବିଜୁ ପଟ୍ଟନାୟକ, ସମରେନ୍ଦ୍ର କୁଣ୍ଡୁ ପ୍ରମୁଖଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ଶୋଭାଯାତ୍ରାରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କ ଗହଣରେ ଆସି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏହି ଶୋଭାଯାତ୍ରାରେ ଜିଲ୍ଲା ବିଜେଡ଼ି ସଭାପତି ରବିନ୍ଦ୍ର କୁମାର ଜେନା, ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରତାପ ଜେନା, ପ୍ରାକ୍ତନ ବିଧାୟକ ଜୀବନପ୍ରଦୀପ ଦାଶ, ରାଜ୍ୟ ମୁଖପାତ୍ର ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଶିକ୍ଷାମନ୍ତ୍ରୀ ସମୀର ଦାସ, ବିଧାୟକ ସର୍ବଶ୍ରୀ ବ୍ରହ୍ମକେଶ ରାୟ, ସୁଧୀର ସାମଲ,ପ୍ରଣବ ବଳବନ୍ତ ରାୟ, ସଂଜୀବ ମଲ୍ଲିକ, ସଂସ୍କୃତି ମଲ୍ଲିକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ ରବି ସାମଲ, ଅସିତ ପଟ୍ଟନାୟକ, ଚିନ୍ମୟ ସାହୁ, ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ସ୍ୱରୂପ ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ ପରେ ବେଶ୍ କିଛିଦିନ ଧରି ବିଜେଡ଼ିରେ ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଥିବା ଅସନ୍ତୋଷର ଆପାତତଃ ଅବସାନ ଘଟିଥିବା କୁହାଯାଉଛି

Leave A Reply