ପ୍ରାକ୍ତନ କାଉନସିଲର ସ୍ୱରୂପ ଦାସଙ୍କୁ ମିଳିଲା ବିଜେଡ଼ି ଟିକଟ : ପ୍ରତିବାଦରେ ବହୁ ନେତାଙ୍କ ଇସ୍ତଫା, ଦଳୀୟ କନ୍ଦଳ ପଦାରେ ପଡ଼ିଲା
ବାଲେଶ୍ୱର : ଆଜି ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବରେ ସ୍ୱରୂପ ଦାସଙ୍କ ନାମକୁ ବିଧିବଦ୍ଧ ଭାବରେ ଘୋଷଣା କରାଯିବା ପରେ ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଶ୍ରୀ ଦାସ ବାଲେଶ୍ୱରର ପ୍ରାକ୍ତନ ପୌରପାଳ ୰ ଅନୁପ ଦାସଙ୍କର ଭାଇ ହୋଇଥିବା ବେଳେ ବିଗତ ପୌରସଭାରେ ୫ନମ୍ବର ୱାର୍ଡର କାଉନ୍ସିଲର ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନର ଭିତ୍ତି ପକାଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ବାଲେଶ୍ୱରର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ଇଂ ରବିନ୍ଦ୍ର କୁମାର ଜେନା କିମ୍ବା ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ଦଳୀୟ ପ୍ରାର୍ଥୀ ହେବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାରେ ପହଞ୍ଚôଥିଲା । ତେବେ ଦଳର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ସ୍ୱରୂପ୍ ଦାସଙ୍କ ନାମ ନଥିଲାବେଳେ ତାଙ୍କୁୁ ପ୍ରାର୍ଥୀଭାବରେ ବିଜେଡ଼ି ଘୋଷଣା କରିବା ଘଟଣା ବିଜେଡ଼ି ଦଳର ନେତା ଓ କର୍ମୀଙ୍କୁ ବିସ୍ମିତ କରିଛି ।
ବିଜେଡ଼ିର ଜିଲ୍ଲା ସଭାପତି ତଥା ପ୍ରାକ୍ତନ ସାଂସଦ ଇଂ ଶ୍ରୀ ଜେନା ଏହି ଟିକଟ ଘଟଣା ପରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ପହଞ୍ଚôବାପରେ ତାଙ୍କ କାର୍ଯ୍ୟାଳୟ ପାଖରେ ହଜାର ହଜାର କର୍ମୀ ଓ ସମର୍ଥକ ରୁଣ୍ଡ ହୋଇ ଶ୍ରୀ ଜେନାଙ୍କ ପ୍ରତି ସମର୍ଥନ ଜ୍ଞାପନ କରିବା ସଂଗେ ସଂଗେ ଜିନ୍ଦାବାଦ୍ ଧ୍ୱନିରେ ସମସ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ସେମାନେ ଖୋଲାଖୋଲି ଭାବରେ ଶ୍ରୀ ଜେନା କିମ୍ବା ତାଙ୍କ ପତ୍ନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ସଂଗେ ସଂଗେ ଟିକଟ ପାଇଥିବା ଶ୍ରୀ ଦାସଙ୍କ ପାଇଁ କାର୍ଯ୍ୟ କରିବେ ନାହିଁ ବୋଲି କହୁଥିବା ଶୁଣାଯାଉଛି ।
ଏହାର ପ୍ରତିବାଦରେ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ତଥା ଯୁବ ନେତା ସାଇରୁଲ୍ ହକ୍ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ ମଧ୍ୟ କରିଛନ୍ତି । ଟିକଟ ପ୍ରଦାନ କରିବା ଦଳର ସୁପି୍ରମୋ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟ ସେ ସମ୍ପର୍କରେ ସେ କିଛି କହିବେ ନାହିଁ ତେବେ ଆସନ୍ତା କାଲି ଏବାବଦରେ ନିଜର ମତ ପ୍ରଦାନ କରିବେ ବୋଲି ଗଣମାଧ୍ୟମକୁ ଶ୍ରୀ ଜେନା ସୂଚନା ଦେଇଥିଲେ । ସେ ଯାହା ହେଉ ସ୍ୱରୂପ ଦାସଙ୍କୁ ଟିକଟ ପ୍ରଦାନ ପରେ ବିଜେଡ଼ିରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଏଭଳି ଅସନ୍ତୋଷକୁ ନେଇ ବିଜେଡ଼ି କିଭଳି ଉପନିର୍ବାଚନ ବୈତରଣୀ ପାରି ହେବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତ ପୋଷଣ କରିଥିଲେ