Odisha news

ଆଠଗଡ଼ ବିଜୁଜନତା ଦଳ ପକ୍ଷରୁ ବ୍ଲକ୍ ଅଫିସ୍ ଆଗରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ସହିତ ପ୍ରତିବାଦ ଓ ବିକ୍ଷୋଭ।

0

ଆଠଗଡ଼ ତା ୧୬/୨/୨୩ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ  ଗୁରୁବାର ଦିନ ଆଠଗଡ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭାରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଗରିବଙ୍କ ମୁହଁରୁ ଖାଦ୍ୟ ଛଡାଇ ନେଇଛି। ବିକାଶ ର ଦ୍ୱାହି ଦେଇ ଗରିବ ଲୋକଙ୍କୁ ଶୋଷଣ କରୁଛି। ଓଡ଼ିଶା ବାସୀଙ୍କୁ ସବୁବେଳେ କେନ୍ଦ୍ର ସରକାର ଅଣଦେଖା କରୁଥିବାରୁ ରାଜ୍ୟବାସୀ ଙ୍କ ସହ ବିଜେଡି ଛିଡ଼ା ହୋଇଛି ଓ ଭବିଷ୍ୟତରେ ଛିଡ଼ା ହେବ। କେନ୍ଦ୍ର ସରକାରଙ୍କର କୃଷି ମାରଣ ନିତି ଓ ଗରିବ ହିତାଧିକାରୀଙ୍କ ୫ କେଜି ଚାଉଳ କାଟକୁ ଯୋଗୁ ୩.୨୫ କୋଟି ଲୋକ ପ୍ରଭାବିତ ହେବେ ।

ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କୃଷି ବଜେଟରେ ୨୦.୦୦୦ କୋଟି ହାସ କରିବା ସହିତ ଖାଦ୍ୟ ସବସିଡ୍ ବାବଦକୁ ୭୧.୦୦୦ କୋଟି ଟଙ୍କା ହାସ କରିଛନ୍ତି। ଆମ ରାଜ୍ୟ ରୁ ଉଷୁନା ଚାଉଳ ଉଠାଇବା ବନ୍ଦ କରିବା ଦ୍ୱାରା ଗରିବ କୃଷକମାନଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରିଛି। ଧାନର ଏମ ଏସ ପିକୁ ୨୯୩୦ ଟଙ୍କା ପାଇଁ ଓଡ଼ିଶା ବିଧାନ ସଭାରେ ସଂକ୍ଲପ ପାରିତ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଏହାକୁ ପାଳନ କରିନାହାନ୍ତି।

ଏଣୁ ଖାଦ୍ୟ ସୁରକ୍ଷା ଆଇନରେ ୫ କିଲୋ ଚାଉଳ ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୫ କିଲୋ ଚାଉଳ ପୁନର୍ବାର ଯୋଗାଇ ଦେବାକୁ ବିଜୁଜନତା ଦଳ ଦାବି କରିବା ସହିତ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଆଠଗଡ଼ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ଙ୍କ ସଭାପତିତ୍ବରେ ନୃସିଂହ ଚରଣ ମହାପାତ୍ର, ସୁନିଲ ପରିଡ଼ା, ଅଶାନ୍ତି ବେହେରା, ରଞ୍ଜନ ଆଚାର୍ଯ୍ୟ, ସସ୍ମିତା ରାଉତ, ସୁଷମା ପରିଡ଼ା, ବାସନ୍ତୀ ରାଉଳ, ଶିବଶଙ୍କର ଜେନା, ମହମ୍ମଦ ଖଲିଦ, ଶିଶିର ପ୍ରସାଦ ମାନସିଂହ, ସତ୍ୟ ପ୍ରିୟ ମହାନ୍ତି, ଙ୍କ ସମେତ  ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ , କାଉନସିଲର ଏବଂ ବହୁ ଦଳୀୟ ପଦାଧିକାରୀ ଯୋଗଦେଇଥିଲେ।

Leave A Reply