Odisha news

ଆଜି ହେଉଛି ଜାତୀୟ ଯୁବ ଦିବସ : ପଢନ୍ତୁ ସ୍ୱାମୀ ବିବେକାନନ୍ଦ ଙ୍କର ୧୦ଟି ଅମୃତବାଣୀ

0

ଭାରତ ହେଉଛି ମହାପୁରୁଷ ଙ୍କ ଭୂମି l ଏହି ଭୂମି ରେ ଅନେକ ମହାପୁରୁଷ ଜନ୍ମ ଜନ୍ମ ନେଇଛନ୍ତି, ସେହି ମହାନ ଆତ୍ମା ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ l ସ୍ୱାମୀ ବିବେକାନନ୍ଦ ୧୮୬୩ ରେ କୋଲକାତା ରେ ଜନ୍ମ ନେଇଥିଲେ l ସ୍ୱାମୀ ବିବେକାନନ୍ଦ ଙ୍କ ର ଏଭଳି କିଛି ବାଣୀ ରହିଛି ଯାହା ଆଜିର ଯୁବ ସମାଜ ଙ୍କ ପାଇଁ ଗୋଲଡେନ୍ ରୁଲ ସହିତ ସମାନ l

୧) ଉଠ ଜାଗ୍ରତ ହୁଅ ସେତେବେଳ ପର୍ଯ୍ୟନ୍ତ କାର୍ଯ୍ୟ କର ଯେତେବେଳ ପର୍ଯ୍ୟନ୍ତ ନିଜ ଲକ୍ଷ ପ୍ରାପ୍ତି ନକରିଛ l

୨) ନିଜକୁ କଦାପି ଦୁର୍ବଳ ଭାବନ୍ତୁ ନାହିଁ କିମ୍ବା ନିଜ ମନକୁ ଦୁର୍ବଳ କରନ୍ତୁ ନାହିଁ l

୩) ମଣିଷ ନିଜକୁ ନିଜେ ତିଆରି କରିବା ଜରୁରୀ l ନିଜ ଆତ୍ମା ଠାରୁ କେହି ବଡ଼ ଶିକ୍ଷକ ନୁହେଁ l

୪) ସତ୍ୟ ହଜାରେ ଉପାୟ ରେ ଜାଣି ହୁଏ , ତଥାପି ପ୍ରତ୍ୟେକ ତଥ୍ୟ ସତ୍ୟ ହୋଇଥାଏ l

୫) ମଣିଷ ନିଜର ବାହାର ସ୍ଵଭାଵ ଅପେକ୍ଷା ନିଜ ଭିତର ସ୍ଵଭାଵ କୁ ପରଖିବା ଜରୁରୀ l

୬) ବ୍ରହ୍ମାଣ୍ଡ ର ସମସ୍ତ ଶକ୍ତି ଆମ ମଧ୍ୟରେ ରହିଛି , କିନ୍ତୁ ଆମେ ତାହାକୁ ଜାଣି ପରି ନଥାଉ l

୭) ଏହି ବିଶ୍ୱ ଗୋଟିଏ ବିଶାଳ ବ୍ୟାୟାମ ଶାଳା ଯେଉଁଠି ଆମେ ନିଜକୁ ନିଜେ ମଜବୁତ୍ କରିଥାଉ l

୮) ନିଜ ମଧ୍ୟରେ ରହିଥିବା ଲୁକୟିତ ଶକ୍ତି କୁ ଖୋଜି ବାହାର କରିବା ପ୍ରତ୍ୟେକ ବ୍ୟକ୍ତି ଆବଶ୍ୟକ l

୯) ଯେତେବେଳେ ଜୀବନ ରେ କୌଣସି ସମସ୍ୟା ଆସିବ ନାହିଁ , ଆପଣ ନଶ୍ଚିନ୍ତ ହୋଇ ଜାଣିବେ ଯେ ଆପଣଙ୍କ ଜୀବନ ଭୁଲ ମାର୍ଗ ରେ ଚାଲିଛି l

୧୦) ସର୍ବଦା ଯିଏ ଅନ୍ୟାୟ କୁ ମୁଣ୍ଡ ପାତି ସହିଥାଏ , ସେ ସହନଶୀଳତା ର ପରିଚୟ ଦେଇଥାଏ l କିନ୍ତୁ ଯିଏ ଅନ୍ୟାୟ କୁ ଦେଖି ଚୁପ ରହିଥାଏ ସେ ସବୁଠୁ ବଡ଼ ଅନ୍ୟାୟୀ l

Leave A Reply