Odisha news

ବିରିଡି : ସରକାରୀ ବିହନ ଗଜା ହେଉନଥିବା ଅଭିଯୋଗ

0

ବିରିଡି  ; ସରକାରଙ୍କ ତରଫରୁ ସମବାୟ ସମିତି ମାଧ୍ୟମରେ ଚାର୍ଷିଙ୍କୁ ଯୋଗାଇ ଦିଆଯାଇଥିବା ଧାନ ବିହନ ଗଜା ହେଉନଥିବା ଅଭିଯୋଗ ହୋଇଛି । ଏହି ଭଳି ଅଭିଯୋଗ ବଡଖଣ୍ଡାଇତା କିଛି ଚାଷୀ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଅଲାଣ୍ଡୋ କୃଷି ସମବାୟ ସମିତିରୁ ତଳି ପକାଇବା ପାଇଁ ଗୋବିନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ସମେତ ଅନ୍ୟ କେତେକ ଚାଷୀ ପୂଜା ବିହନ ନେଇଥିଲେ ।

ଧାନ ବିହନକୁ ପାଣିରେ ପକାଇବା ପରେ ତଳି ପଟାଳି କରି ପକାଇଥିଲେ । ପ୍ରାୟ ଷ୍ଣ ଦିନ ହେବ ତଳି ପକାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଥିରୁ ଗଜା ବାହାରୁ ନଥିବା ଅଭିଯୋଗ ଦେଇଛନ୍ତି । ତେବେ ସରକାରୀ ବିହନ କିଣି ପକାଇବାକୁ ନିର୍ଭର କରୁଥିବା ଚାଷୀ ଗଜା ନ ହେବାରୁ ବ୍ୟାପକ କ୍ଷତି ସହିବାକୁ ଯାଉଛନ୍ତି । ତେଣୁ ସେମାନଙ୍କୁ ଉନ୍ନତ ମାନର ଧାନ ବିହନ ତୁରନ୍ତ ଯୋଗାଇ ଦେବାକୁ ଦାବି କରିଛଣ୍ତି ।

Nalco
Leave A Reply