ବାରଙ୍ଗ : ଆଜି ଠୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡିଆ ପାଣି ନେଇ ବିଭିନ୍ନ ଶୈବଠୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳଲାଗି କରିଥାନ୍ତି । ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଛିଡା ହୋଇ ରହି ବ୍ରତପାଳଣ କରିଥାନ୍ତି । ହେଲେ ଅଦୃଶ୍ୟ ମହାମାରୀ କରୋନା ଭୁତାଣୁ ସାରାଦେଶରେ କାୟା ବିସ୍ତାର କରିଚାଲିଛି । ଏହି ମହାମାରି କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ହିଁ ପ୍ରମୁଖ ଉପାୟ । ଯାହାଫଳରେ ରାଜ୍ୟ ସରକାର କରୋନାପାଇଁ ଶ୍ରାବଣମାସର ପ୍ରଥମସୋମବାର ଦିନ କଟକଣା ଲଗାଯାଇଛି । ଯାହାଫଳରେ କାଉଡିଆ ଭକ୍ତମାନଙ୍କ ମଧ୍ୟରେ ନୈରାଶଭାବ ସୃଷ୍ଟି ହୋଇଥିବା ବେଳେ ବାରଙ୍ଗ ଅଞ୍ଚଳର ଶୈବପୀଠ ଖାଁଖାଁ ଦେଖିବାକୁ ମିଳିଛି ।
ତେବେ ପୁର୍ବପ୍ରସ୍ତୁତି ମୁତାବକ ରାଜଧାନୀ ଉପକଣ୍ଠ ବାରଙ୍ଗତଥା ପଟିଆ ଅଂଚଳର ପ୍ରସିଦ୍ଧ ଶେବପୀଠ ବାବା ସୋମନାଥଙ୍କ ଉଦେ୍ଦଶ୍ୟରେ ଶ୍ରାବଣମାସ ଉପଲକ୍ଷେ ନିର୍ମିତ ହୋଇଥିବା ସୋମନାଥ ଯିବା ହେଲାଣି ଡେରି ଭିଡିଓ କ୍ୟାସେଟ ସୋମବାରଦିନ ଉନ୍ମୋଚନ ହୋଇଯାଇଛି । ନନ୍ଦନକାନନ ସହକାରୀ ନିଦେ୍ର୍ଦଶକ ଅମୁଲ୍ୟକୁମାରପରିଡା,ଶିଳ୍ପପତି ଅର୍ଜ୍ଜୁନମହାରଣା,ଆଇନଜିବୀ ସମରେନ୍ଦ୍ରସାହୁ,ଖବରଦାତା ତ୍ରିଲୋଚନରାଉତ,ନାରୀଜାଗରଣମଂଚର ସଭାନେତ୍ରୀ ଝୁନାରାଉତ ,ନନ୍ଦନକାନନଥାନା ଏସ୍ଆଇ ବିଜୟକୁମାରଦାସ,ସୋମନାଥସେନାର ଉପଦେଷ୍ଟା ଯୁଧିଷ୍ଠିର ମହାରଣା ଓ ସୁବ୍ରତକୁମାରଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହିଅବସରରେ ନାରୀଜାରରଣମଂଚ ପକ୍ଷରୁ ବାରଙ୍ଗପ୍ରେସକ୍ଲବ ଓ କଳିଙ୍ଗସାମ୍ବାଦିକସଂଘର ସଦସ୍ୟମାନଙ୍କୁ ମାନପତ୍ର ସହ ଉପଢୈକନ ପ୍ରଦାନ କରି କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା ।
