ବିରିଡି ; ଆଉ ମାତ୍ର ୫ ଦିନ ରହିଲା ତିର୍ତୋଲ ଉପନିର୍ବାଚନର ଭୋଟ ଗ୍ରହଣ । ଏଥିପାଇଁ ମୁଖ୍ୟତ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ଏହି ପରିପେକ୍ଷିରେ ଶାସକ ଦଳ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ପାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସଙ୍କ ପାଇଁ ବିଶେଷ କରି ବିରିଡି ବ୍ଲକର ନିର୍ବାଚନ ପରିଚାଳନା ଓ ବିଜୟ ଶଙ୍କରଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ତୁଷାର କାନ୍ତି ବେହେରା, ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଚନ୍ଦ୍ର ସାରଥି ବେହେରା, କାଜୁ ନିଗମ ଅଦକ୍ଷ ଅମରେନ୍ଦ୍ର ଦାସ, ସିନେ ତାରକା ଅରିନ୍ଦମ ରାୟ, ସ୍ୱାଧିନ ନାୟକ ଓ ସାଂସଦ ଡା ରାଜଶ୍ରୀ ମଲ୍ଲିକ ।
ଏହି ଉପନିର୍ବାଚନରେ ଦଳୀୟ ପାର୍ଥୀଙ୍କୁ ବହୁ ଅଧିକ ଭୋଟ ଅର୍ଥାତ ଗତ ନିର୍ବାଚନ ଅପେକ୍ଷା ୧୦ ରୁ ୨୦ ହଜାର ଅଧିକ ଭୋଟ ହାତେଇବା ପାଇଁ ଏମାନେ ବିରିଡି ବ୍ଲକରେ ଡେରା ପକାଇବା ସହ ବ୍ଲକ ନେତୃ ମଣ୍ଡଳୀ ଓ କର୍ମିମାନଙ୍କ ସହିତ ତୁହାକୁ ତୁହା ବୈଠକମାନ କରି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ବର୍ଷଶାସନରେ ରାଜ୍ୟରେ କିଭଳି ସବୁ କ୍ଷେତ୍ରରେ ଅର୍ଭୂତ ବିକାଶ ଘଟିଛି ।
ସେ ସମ୍ପର୍କରେ ବୁଝାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ବିଜାୟ ରଖିବା ପାଇଁ ଦଳୀୟ ପାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଏହି ଅବସରରେ ବିରିଡିରେ ପ୍ରଚାର ପାଇଁ ଉପସ୍ଥିତ ରହୁଥିବା ମନ୍ତ୍ରୀ ବିଧାୟକ ଓ ଅନ୍ୟ ନେତୃ ମଣ୍ଡଳୀମାନେ ବାସନ୍ଦରା ପଂଚାୟତରେ ଶିବ ପ୍ରସାଦ ଜେନାଙ୍କ ଅଧକ୍ଷତାରେ ଆୟୋଜିତ କର୍ମି ସମ୍ମିଳନୀରେ ଯୋଗ ଦେଇଥିଲେ । ସେହିପରି ମଙ୍ଗୁଲି ପଂଚାୟତରେ ଅନୁଷ୍ଠିତ ବୈଠକରେ ପଂଚାୟତ ସଭାପତି ଅଧକ୍ଷତା କରିଥିଲେ । ହାଜିପୁର ପଂଚାୟତରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ଅଧକ୍ଷତା କରିଥିବା ବେଳେ ଉତରଶାସନ ପଂଚାୟତ କର୍ମି ସମ୍ମିଳନୀରେ ପିତାମ୍ବର ମହାପାତ୍ର ଅଧକ୍ଷତା କରିଥିଲେ । କୂଳକଇଜଙ୍ଗା ପଂଚାୟତରେ ପ୍ରଦିପ୍ତ ଭୂୟାଁ ସଭାପତିତ୍ୱ କରିଥିଲେ ।
ଅନୁଷ୍ଠିତ ବୈଠକରେ ରାଜ୍ୟ ମହିଳା ଓ ବ୍ଲକ ସ୍ତରିୟ ମହିଳା ନେତୃ ମଣ୍ଡଳୀମାନେ ଯୋଗ ଦେଇଥିବା ବେଳେ ବ୍ଲକ ସଭାପତି ରବିନ୍ଦ୍ର କୁମାର ରାଉଳ, ନୃଶିଂହ କୁମାର ଦାଶ, ନେତ୍ରାନନ୍ଦ ପାତ୍ର, ରାସ ବିହାରୀ ଦାସ, ପୁଷ୍ପ ପ୍ରକାଶ ପ୍ରଧାନ, ପ୍ରତାପ ବେହେରା, ରମାକାନ୍ତ ଭୋଇ, ଗୟାଧର ମହାନ୍ତି, ପ୍ରଦିପ୍ତ ଭୂୟାଁ, ମିର ଆଜମିର ଅଲ୍ଲି, ରବିନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପଂଚାୟତ ମାନଙ୍କରେ ଶୁକାନ୍ତ ବାରିକ, ବିମ୍ବାଧି ଦାସ, ସୁଦର୍ଶନ ବେହେରା, ମିହିର ପଟ୍ଟନାୟକ, ପ୍ରକାଶ ଦାସ, ହେମନ୍ତ ମଲ୍ଲିକ, କୃପାସିନ୍ଧୁ ଭୋଇ, ମିତାଂଜଳୀ ଭୋଇ, ସୁଭଦ୍ରା ଭୋଇ ସେହିପରି ବିଭୂତି ରାୟ, ଲକ୍ଷ୍ମିିଧର ଭୋଇ, ଜ୍ଞାନ ରଂଜନ ଜେନା, ପ୍ରଶାନ୍ତ ଜେନା, ମିନତି ମଲ୍ଲିକ, ବୈଜୟନ୍ତି ମହାନ୍ତି ପରିଚାଳନା କରିଥିବା ବେଳେ କେଦାର ନାଥ ସାହୁ, ସୁକାସ ନାୟକ, ସନ୍ତୋଷ ରାଉତରାୟ ଓ ଅନ୍ୟମାନେ ପରିଚାଳନା କରିଥିଲେ ।