Odisha news

ଡ୍ରେନେଜ ବିଭାଗର ବେପରୁଆ କାମ ଯୋଗୁଁ ଚାଷୀ ସମସ୍ୟାରେ : ଖାଲୁଆ ଜମିରୁ ପାଣି ନିଷ୍କାସନ ହେଉନି

0

ବିରିଡି, ୨୬ା୦୮ ; ବିରିଡି ବ୍ଲକର ଦଲେଇଘାଇ, କଇଜଙ୍ଗା, ମଧ୍ୟଶାସନ, ଗୋସାଣୀଦେଇପୁର, ଅଲାଣ୍ଡୋ, ରାଣିପଡା, ମହାତୋଳ, କୁଳକଇଜଙ୍ଗା, ତଳପାଟକ, ବରାହପୁର, ଅଢଙ୍ଗମଜୁରାଇ, ଆମ୍ବୁଲ ସାହି, ଶଙ୍କର ପୁର, ଶିବପୁର ମୌଜାରେ ଥିବା ସହ ଶହ ହେକ୍ଟର ଖାଲୁଆ ଜମିକୁ ଉଦବୃତ ବର୍ଷା ଜଳ ନିଷ୍କାସନ ହେବାା ପାାଇଁ ସରକାରଙ୍କ ଡ୍ରେନେଜ ବିଭାଗ ଅଧିନରରେ କଇଜଙ୍ଗା ଠାରୁ ବାହାରୀଥିବା ମହାତୋଳ ଡ୍ରେନେଜ କଟ ହଂସୁଆ ଘୋର ପର୍ଯ୍ୟନ୍ତ ରହିଛି ।

ଚଳିତ ବର୍ଷ ଡ୍ରେନେଜ ବିଭାଗ ଡ୍ରେନେଜେ କଟ ବା (ଯୋରର) ଶର୍ଯ୍ୟା ଖୋଳା କାମ ଖରା ଦିନେ କରିବା ବଦଳରେ ଜୁଲାଇ ମାସରେ କରିଥିଲା । ଏହି କାର୍ଯ୍ୟ କରିବା ବେଳେ ବନ୍ଧରେ ଥିବା ବେଣା ବୁଦା ଓ ଅନ୍ୟାନ୍ୟ ଅନାବନା ଗଛ ଲତାକୁ ସଫା କରାଯାଇନଥିଲା କିମ୍ବା ଜମିରୁ ବର୍ଷା ଜଳ ନିଷ୍କାସନ ର କୌଣସି ବ୍ୟବସ୍ଥା କରାଗଲା ନାହିଁ ଫଳରେ ବର୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷାର ଜଳ ନିଷ୍କାସନ ହୋଇନପାରି ଜମିରେ ୪ ଫୁଟର ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ଡ୍ରେନେଜ ବିଭାଗର ବେପରୁଆ କାମ ଯୋଗୁଁ ତେବେ ଏଥିପାଇଁ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କ ହିତରେ ଲାଗୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଡ୍ରେନେଜ ବିଭାଗର ବେପରୁଆ ଓ ଚାଷୀ ମାରଣ ନିତୀ ଯୋଗୁଁ ବର୍ତମାନ ଚାଷୀ ଘୋର ସମସ୍ୟା ଦେଇ ଗତି କରୁଛନ୍ତି । ଯଦି ବର୍ଷା ଏମିତି ଲାଗି ରହେ ତେବେ ଖାଲୁଆ ଜମିରେ ରୁଆ ଯାଇଥିବା ଧାନ ପାଣିରେ ଲିନ ହୋଇଯିବାର ସମ୍ଭାବନା ଦେଖାଯିବ ।

ତେବେ ଖରାଦିନେ କାମ ନ କରିବା, ବର୍ଷା ସମୟରେ କାମ କରିବା ପଛରେ କଣ ଡ୍ରେନେଜ ବିଭାଗର ଅବିସନ୍ଧି ରହିଛି ତାହା ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି । ସେହିପରି ୨୨ ମୌଜାର ଗାଇଚରା ରାଇଟ ଡ୍ରେନେଜ ସଫା କାମରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି ।

ଏହି କାମ କରିବା ବେଳେ ଡ୍ରେନେଜ ସମ୍ପୁର୍ନ୍ଣ ଦଳ କଢା ନଯାଇ ସ୍ଥାନେ ସ୍ଥାନେ ନା କୁ ମାତ୍ର ଅଳ୍ପ କିଛି ଦଳ କାଢି ଡ୍ରେନେଜ ବିଭାଗ ଦ୍ୱାରା ସରକାରୀ ଅର୍ଥ ହରିଲୁଟ କରାଯାଇଥିବା ବେଳେ ବର୍ତମାନ କଲିକତି ଦଳ ବିଭିନ୍ନ ପୋଲ ମାନଙ୍କରେ ଲାଗି ରହି ପାଣି ନିଷ୍କାସନ ପାଇଁ ଧା ସୃହ୍ଠି କରୁଥିବାରୁ ୨୨ ମୌଜାର ବହୁ ଚାଷୀ ଜମି ବୁଡି ରହିଛି ଫଳରେ ସେଠାକାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯଦି ଦିନେ ୨ ଦିନ ମଧ୍ୟରେ ପାଣି ନିଷ୍କାସନ ହୋଇନପାରେ ତେବେ ଚାଷ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି । ତେଣୁ ଯଥା ଶିଘ୍ର ଦଳ ସଫା କରି ପାଣି ନିଷ୍କାସନ କରିବା ପାଇଁ ସେଠାକର ଚାଷୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଶଣ କରିଛନ୍ତି ।

Leave A Reply