Odisha news

ଲଘୁଚାପ ଜନିତ ବର୍ଷାରେ ଅସ୍ତରଙ୍ଗ ବିପର୍ଯ୍ୟସ୍ତ , ୨୪ଘଂଟା ମଧ୍ୟରେ ଅସ୍ତରଙ୍ଗ ଓ କାକଟପୁରରେ ୨୧୮ ମି.ମି. ବର୍ଷା

0

ଅସ୍ତରଙ୍ଗ : ଲଘୁଚାପ ଜନିତ ବର୍ଷାରେ ଅସ୍ତରଙ୍ଗ ଉପକୂଳ ସମେତ କାକଟପୁର ବ୍ଲକ ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଅଛି । ବର୍ଷାପାଣି ଜମା ହୋଇ ରହିବା ଦ୍ୱାରା ତଳି ଅଂଚଳ ମାନଙ୍କରେ ଥିବା କେତେକ କର୍ଚ୍ଚା ଘରେ ପାଣି ପସିଥିବାବେଳେ, ହଜାର ହଜାର ଏକର ଚାଷ ଜମି ପଣିରେ ବୁଡି ରହିବା ଦ୍ୱାରା ପାଣି ନିସ୍କାସନ ଠିକ ହୋଇ ନପାରିବାରୁ, ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆସଙ୍କା ଦେଖାଦେଇଅଛି ।
ଏଠାରେ ଉଲ୍ଲେଖନୀୟ ଯେ, ଉକ୍ତ ଦୁଇ ଗୋଟି ବ୍ଲକ ଅଂଚଳରେ ୨୪ ଘଣ୍ଟା ମଧ୍ୟରେ ୨୧୮ ମିଲିମିଟର ବର୍ଷା ହୋଇଥିବା ସରକାରୀ ଭାବେ ଜଣାପଡିଅଛି ।

ଅପର ପକ୍ଷରେ ମହାନଦୀର ବନ୍ୟାଜଳ ଓ ବର୍ଷାଜଳ ଉଭୟ ଦେବୀ ନଦୀରେ ପ୍ରବାହିତ ହେବାଦ୍ୱାରା ଦେବୀ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଥିବା ସ୍ଥଲେ , ବାଉରିଆକଣ ଠାରେ ଦେବୀ ନଦୀ ତାର ବିପଦ ସଂକେତ ୪.୯୩ ମି.ମି. ଥିବା ସ୍ଥଳେ ବର୍ତ୍ତମାନ ପାଣି ୩.୫୦ ମି.ମି.ରେ ପ୍ରବାହିତ ହେଉଥିବା କାକଟପୁର ଜଳସଂପଦ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ ଓ ସହକାରୀ ଯନ୍ତ୍ରୀ ତପନ ନାୟକ ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ , ତହସିଲଦାର ରାଜଲକ୍ଷ୍ମୀ ନାୟକ, ଜଳମଗ୍ନ ସ୍ଥଳ ଯଥା- ଛୁରିଆନା, ଶିଶୁଅ, କୋରଣା, ଗ୍ରା.ପ. ଶହ ଛେନୁ, ତଣ୍ଡାହାର, ଉଦୟକଣି ଆଦି ଗ୍ରାମ ପରିଦର୍ଶନ କରି ଜଳ ନିସ୍କାସନ ପଥ ଅବରୋଧ କରୁଥିବା କଲେଭେଟ, ବନ୍ଧ ଆଦିକୁ ଖୋଳି ସ୍ଥାନୀୟ ଲୋକଙ୍କୁ ଲଗାଇ ପାଣି ନିସ୍କାସନ କରିଛନ୍ତି ।

Nalco
Leave A Reply