Odisha news

ବିରଳ ବଜ୍ରକାପ୍ତା ଉଦ୍ଧାର : ୧୨ କି.ଗ୍ରା. ଓଜନର ବଜ୍ରକାପ୍ତା ସହ ଅଭିଯୁକ୍ତ ଗିରଫ

0

ନୀଳଗିରି -୨୨/୧୦  : ବାଲେଶ୍ୱର ଜିଲ୍ଲାର ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ରହି ଆସୁଥିବା ବଜ୍ରକାପ୍ତା ର୍ୟାକେଟ୍ ସକ୍ରୀୟ ହୋଇ ପଡ଼ୁଥିବା ବେଳେ କିଛି ଦିନ ପୂର୍ବରୁ ଔପଦା ଅଞ୍ଚଳରେ ବନ ବିଭାଗ ଦ୍ୱାରା ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ଘଟଣାକୁ ବାଲେଶ୍ୱର ଡି.ଏଫ୍.ଓ. ବିଶ୍ୱରାଜ ପଣ୍ଡା ଗୁରୁତ୍ୱ ଦେବା ସହ ଜନୈକ ବ୍ୟକ୍ତିଙ୍କ ଘରେ ଏକ ବଜ୍ରକାପ୍ତା ଥିବାର ବିଶେଷ ସୂତ୍ରରୁ ଖବର ପାଇଲା ପରେ ସୋର ରେଞ୍ଜ୍, ନୀଳଗିରି ରେଞ୍ଜ ଓ କୁଲଡିହା ରେଞ୍ଜ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେବା ପରେ ଗୁରୁବାର ଦିନ ପ୍ରାୟ ଦିନ ୧୧.୩୦ମିନିଟ୍ ସମୟରେ ଏ.ସି.ଏଫ୍. ତପନ କୁମାର ପରିଡ଼ା, ଏ.ସି.ଏଫ୍. ସମୀର କୁମାର ସାହୁଙ୍କ ନେତୃତ୍ୱରେ ସୋର ରେଞ୍ଜର ବବିତା ସରେନ୍, ଫରେଷ୍ଟର ଗଣେଶ ପ୍ରସାଦ ଲେଙ୍କା, କିଶୋର ଚନ୍ଦ୍ର ଭୂୟାଁ, ଗାର୍ଡ଼ ପଦ୍ମଲୋଚନ ପାତ୍ର, କୁଳଡିହା ରେଞ୍ଜର ହାତୀଖୁଲିଆ ବିଟ୍ର ବିଜୟ କୁମାର ସାହୁ, ନୀଳଗିରି ରେଞ୍ଜର ମନ୍ୱାର୍ ଖାଁଙ୍କ ସମେତ ସବୁଜ ବାହିନୀ ସୋର ଥାନା ଅଧିନସ୍ଥ ମହୁମୁହାଣ ଗ୍ରାମର ବଜ୍ର କିଶୋର ନାୟକର ପୁଅ ସୁଦର୍ଶନ ନାୟକ (୫୫)ଙ୍କ ଘରେ ଅଚାନକ ଚଢ଼ାଉ କରି ତାଙ୍କ ଘରୁ ୧୨ କି.ଗ୍ରା. ଓଜନର ଜୀବନ୍ତ ମାଈ ବଜ୍ରକାପ୍ତା ଉଦ୍ଧାର କରିବା ସହ ସୁଦର୍ଶନକୁ ଗିରଫ କରି କୁଳଡିହା ଅଫିସ୍କୁ ଅଣି ।

ଏ ନେଇ ୩୩ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୁକ୍ତ ଜଣକ ଗତ୨୦ତାରିଖ ଦିନ ବିଲକୁ ଯାଇଥିବା ବେଳେ ବଜ୍ରକାପ୍ତା ପାଇ ପାଳିବା ଉଦେ୍ଦଶ୍ୟରେ ଘରେ ରଖିଥିବାର ସୂଚନା ଦେଉ ଥିବା ବେଳେ କଣ ପାଇଁ ସୁଦର୍ଶନ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରି ନଥିଲେ ? ମାତ୍ର ବନ ବିଭାଗ ଏହା ବଜ୍ରକାପ୍ତା ର୍ୟାକେଟ୍ କି ନୁହଁ ଏନେଇ ଗୁରୁତର ସହ ତଦନ୍ତ କରାଯିବ ବୋଲି ଏ.ସି.ଏଫ୍. ତପନ କୁମାର ପରିଡ଼ା ସୂଚନା ଦେଇଛନ୍ତି । ତେବେ ଜବଦ୍ ହୋଇଥିବା ବଜ୍ରକାପ୍ତାର ମୂଲ୍ୟ ଆର୍ନ୍ତଜାତୀୟ ବଜାରରେ ୧୦ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି

Leave A Reply