ଯାଜପୁର: ମା’ବିରଜାଙ୍କ ଶାରଦୀୟ ରଥଯାତ୍ରାକୁ କୋଭିଡ଼ ନିୟମ ଅନୁସାରେ ଆୟୋଜନ କରାଯିବ ବୋଲି ଜିଲ୍ଳାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୋମବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ପ୍ରଦାନ କରିଛନ୍ତି । ମାନ୍ୟବର ହାଇକୋର୍ଟଙ୍କର ଜିଲ୍ଲାପଳଙ୍କୁ ରଥଯାତ୍ରା ସଂପର୍କରେ ନିଦେ୍ର୍ଦଶ ଓ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ କୌଣସି ସାଧାରଣ ଲୋକଙ୍କୁ ସାମିଲ ନ କରାଯାଇ କେବଳ ସେବାୟତ ମାନଙ୍କ ଦ୍ୱାରା ରଥଟଣା ଓ ପାରମ୍ପରିକ ରିତୀନିତୀ ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ରାଠୋର ସେବା ଓ ନୀତିକାନ୍ତିରେ ନିୟୋଜିତ ପ୍ରତ୍ୟେକ ସେବାୟୁତ ମାନଙ୍କର ତାଲିକା ମଙ୍ଗଳବାର ଦିବା ୧୨ ଘଟିକା ସୁଦ୍ଧା ପ୍ରଦାନ ପାଇଁ ଉପଜିଲ୍ଲାପାଳକୁ ପରାମର୍ଶ ଦେଇଥିଲେ । ଏହି ତାଲିକା ଅନୁସାରେ କୋଭିଡ଼ ପରୀକ୍ଷା କରାଯାଇ ନେଗେଟିଭ୍ ଥିବା ସେବାୟତ ମାନଙ୍କ ଦ୍ୱାରା ରଥଯାତ୍ରା କରାଯିବ ।
ଚଳିତ ମାସ ୧୨, ୧୯ ଓ ୨୨ ତାରିଖରେ ତିନି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ । ତେବେ ସେବାରେ ରହୁଥିବା ପ୍ରତ୍ୟେକ ନିଜଘରେ ସଂଗରୋଧରେ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ । ସେହିପରି ରଥ ଯାତ୍ରା ଠାରୁ ଲାଖବିନ୍ଧା ପର୍ଯ୍ୟନ୍ତ ଅର୍ଥାତ ୧୭ ରୁ ୨୪ ତାରିଖ ପର୍ଯ୍ୟନ୍ତ ମନ୍ଦିରର ତିନି ପାଶ୍ୱର୍ରେ ୧୪୪ଧାରା ଜାରିକରାଯିବ । ସେହିପରି ମନ୍ଦିର ପଛପାଶ୍ୱର୍ରେ ବିଞ୍ଝାରପୁର ରାସ୍ତାକୁ ଅପରାହ୍ନ ୩ ଘଟିକା ୩୦ ମିଟ୍ ଠାରୁ ୬.୩୦ ମି ପର୍ଯ୍ୟନ୍ତ ଏହି ସମୟରେ ୧୪୪ ଧାରା ଲଗା କରାଯିବ । ତେବେ ମନ୍ଦିର ପାଶ୍ୱର୍ରେ ମେଡ଼ିସିନ ଦୋକାନ ଅନ୍ୟ ସମୟରେ ଖୋଲା ରହିଲେ ମଧ୍ୟ ରଥଟଣା ସମୟରେ ଅର୍ଥାତ୍ ଅପରାହ୍ନ ୩.୩୦ ମି ସଂଧ୍ୟା ୬.୩୦ ମି ପର୍ଯ୍ୟନ୍ତ ବନ୍ଦ ରହିବ । ମନ୍ଦିର ପାଶ୍ୱର୍ରେ ରହୁଥିବା ପରିବାରକୁ ମଧ୍ୟ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ କରାଯିବ, ଯାହା ଫଳରେ ଅଯଥା ବ୍ୟକ୍ତିମାନେ ସେଠାରେ ରହି ପାରିବେ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରି ଦେଇଛନ୍ତି । ଏସ୍.ପି. ଚରଣ ସିଂ ମିନା ସମସ୍ତଙ୍କ ସହଯୋଗରେ ରଥଯାତ୍ରା ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟ ବର୍ଷ ଠାରୁ ଚଳିତ ବର୍ଷର ପରିସ୍ଥିତି ଭିନ୍ନ । ପୋଲିସ୍, ମାଜିଷ୍ଟ୍ରେଟ୍ ମୁତୟନ, ଆଇନ ଶୃଙ୍ଖଳା ଟ୍ରାଫିକ୍ ବ୍ୟବସ୍ଥା ଆବଶ୍ୟକ ସ୍ଥଳେ ରଥ ଟଣା ସମୟରେ ରାସ୍ତାକୁ ସିଲ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଉପ-ଜିଲ୍ଲାପାଳ ତଥା ମନ୍ଦିରର ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ସେବାୟତ ମାନେ ସମସ୍ତ ସହଯୋଗ ଯୋଗାଇଦେବା ସହ ଯେପରି ସୁ·ରୁରୂପେ ବିଧି ମୁତାବକ ରଥଯାତ୍ରା ଓ ଲାଖବିନ୍ଧା ସଂପନ୍ନ ହେବ ସେଥିପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଅନୁରୋଧ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଆଇ.ଏ.ଏସ୍ ପ୍ରୋବେସନ ସଚିନ ପାୱାର ଉପଖଣ୍ଡ ଆରକ୍ଷୀ ଅଧିକାରୀ କେ.ସି. ବାରିକ, ଯାଜପୁର ଥାନା ଅଧିକାରୀ ମାନସ ଚକ୍ର, ସହକାରୀ ଜିଲ୍ଲାପାଳ ଅନୁପ କୁମାର ବେହେରା, ମନ୍ଦିର ପୁରୋଧା ଡ଼ଃ. ଜ୍ଞାନରଞ୍ଜନ ପତି, ସରୋଜ କୁମାର ପତି, ମୁକ୍ତିମଣ୍ଡପ ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣି ଅନ୍ୟାନ୍ୟ ସେବାୟତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଚଳିତ ବର୍ଷରେ ସାଧାରଣ ଲୋକଙ୍କ ସାମିଲରେ କଟକଣା ଥିବାରୁ ବୈଦୁତିକ ଗଣମାଧ୍ୟରେ ସିଧାସଳଖ ମା’ଙ୍କ ରଥଯାତ୍ରାର ପ୍ରସାରଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଯାହାଫଳରେ ଲୋକମାନେ ଘରେ ବସି ମା’ଙ୍କ ରଥଯାତ୍ରା ଦେଖିପାରିବେ ।