ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡରେ ଜଣେ ହୀତାଧିକାରୀଙ୍କ ଦେହାନ୍ତପରେ ପରିବାରକୁ ଜୀବନ ଜୋ୍ୟତୀ ବୀମା ଯୋଜନାର ୨ ଲକ୍ଷ ଟଙ୍କାର ବୀମା ରାଶୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କୋଟଗଡ ଶାଖା ପକ୍ଷରୁ ପ୍ରଦାନ କରାଯାଇଛିି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଟଗଡ ବିଡିଓ କୈଳାସଚନ୍ଦ୍ର ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଖାତାଧାରୀଙ୍କୁ ମିଳୁଥିବା ବିଭିନ୍ନ ସାମାଜିକ ବୀମା ସୁରକ୍ଷା ଯୋଜନା ଗୁଡିକ ବାବଦରେ ବୁଝାଇଥିଲେ । କୋଟଗଡ ବ୍ଳକ ଅନ୍ତର୍ଗତ ସୁଚେରୀଗୁଡା ଗ୍ରାମର ସପ୍ତେଶ୍ୱର ପ୍ରଧାନ ଗତ ବର୍ଷ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ତାଙ୍କର ବ୍ୟାଙ୍କ ଖାତା ଜରିଆରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ । ତାଙ୍କର ଦେହାନ୍ତରେ ତାଙ୍କ ପତ୍ନୀଙ୍କୁ ଏହି ବୀମା ସହାୟତାର ୨ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଏସବିଆଇ କୋଟଗଡ ଶାଖାର ପରିଚାଳକ ପଦ୍ମଲୋଚନ ଶଢଙ୍ଗୀ କାର୍ଯ୍ୟକ୍ରମର ପରିଚାଳନା କରିବା ସହିତ ଲୋକଙ୍କୁ ସେମାନଙ୍କର ବ୍ୟାଙ୍କ ଖାତା ଜରିରେ ନିଜକୁ ଏହି ସବୁ ଯୋଜନାରେ ସାମିଲ କରାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡାଟୁମ୍ ଅନୁଷ୍ଠାନର ବ୍ୟସାୟ ସଂଯୋଜକ ଅନିଲ କୁମାର ପଟ୍ଟନାୟକ ଯୋଗ ଦେଇ ଲୋକଙ୍କୁ ବୀମା ସୁବିଧା ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ସେପ୍ଟେମ୍ବର ୨୦୨୦ ରେ ସାମାଜିକ ସୁରକ୍ଷା ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିଥିବାରୁ ଥିପେଲୋସ ବଡସେଠ୍ଙ୍କ ସମେତ ଝିଲିବାଦୀ ନାୟକ ଏବଂ ନେବାଳ ବଡନାୟକଙ୍କୁ ଅକ୍ଟୋବର ମାସରେ ସେମାନେ ଅଦôକ ଲୋକଙ୍କୁ ଏଥିରେ ସାମିଲ କରିଥିବାରୁ ସେମାନଙ୍କୁ ସମ୍ମନିତ କରାଯାଇଥିଲା ।