Odisha news

ବିଦୁର ନୀତି : ନିଜ ଜୀବନର ଏହି ୪ଟି ରହସ୍ୟ ଅନ୍ୟ ଆଗରେ କହିବା ଉଚିତ ନୁହେଁ

ସବୁ ମଣିଷଙ୍କ ଜୀବନରେ କିଛି ନା କିଛି ରହସ୍ୟ ରହିଥାଏ l କିନ୍ତୁ ଆମେ ଜାଣି ରଖିବା ଆବଶ୍ୟକ ଯେ କେଉଁ ରହସ୍ୟକୁ ଅନ୍ୟ ଆଗରେ କହିବା ଓ ନକହିବା ଆବଶ୍ୟକ l କାରଣ କିଛିଟା ରହସ୍ୟ ରହିଛି ଯାହାକୁ ଆମେ ଅନ୍ୟ ଆଗରେ ଆଲୋଚନା କରିବା ଦ୍ୱାରା ନିଜର ଓଜନ ହରାଇ ଥାଉ l ନିଜର ଓଜନ ହରାଇଲେ ଅନ୍ୟ ଆଗରେ ଉପହାସ ର ପତ୍ର ହୋଇଥାଉ l ତେଣୁ ଜୀବନରେ ସେଥିପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ l ଆସନ୍ତୁ ଜାଣିବା –

* ଆର୍ଥିକ ଅସୁବିଧା – ନୀତିଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ଆର୍ଥିକ କ୍ଷତି କିମ୍ବା ଅସୁବିଧା ଦେଇ ଗତି କରି ଥାଆନ୍ତି ସେମାନେ ଅନ୍ୟ ମାନଙ୍କ ନିକଟରେ ଏହି ବିଷୟରେ କହିବା ପୂର୍ବରୁ ଚିନ୍ତା କରିବା ଆବଶ୍ୟକ l କାରଣ ଆମେ ଯଦି ନିଜର ଅସୁବିଧା ବିଷୟରେ ଅନ୍ୟ ଆଗରେ କହିବା ସାହାଯ୍ୟ ପାଇବା ବଦଳରେ ନିରାଶ ଲାଭ କରିବା l ମଣିଷ ଚାହିଁଲେ କିମ୍ବା ଚେଷ୍ଟା କଲେ ନିଜକୁ ଖରାପ ସମୟରୁ ଉଦ୍ଧାର କରିପାରିବ l ଆଜିର ସମୟରେ ଆମ ଅସୁବିଧା ଜାଣିଲେ ଲୋକମାନେ ଆମ ଠାରୁ ଦୁରେଇ ଯିବେ l

* ବୈବାହିକ ଜୀବନରେ ଅସୁବିଧା – ନୀତି ଶାସ୍ତ୍ର ଅନୁସାରେ ମଣିଷ ନିଜ ଜୀବନ ସାଥି ସହିତ ଯୋଡି ହୋଇଥିବା କଥାକୁ ମଧ୍ୟ ଗୁପ୍ତ ରଖିବା ଆବଶ୍ୟକ l କାରଣ ଏହାକୁ ଆପଣ ଅନ୍ୟ ଆଗରେ କହିବା ଦ୍ୱାରା ଅନ୍ୟମାନେ ଆପଣଙ୍କ ପଛରେ ସମାଲୋଚନା କରିବେ ଓ ଭବିଷ୍ୟତରେ ଆପଣ ସେମାନଙ୍କ ଆଲୋଚନା ର ପତ୍ର ହେବେ l ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମତାନ୍ତର ଓ ମନାନ୍ତର ଘରର ଚାରିକାନ୍ଥ ଭିତରେ ରହିବା ଉଚିତ l

* ନିଜ ଚିନ୍ତାକୁ ନିଜ ଭିତରେ ରଖନ୍ତୁ – କିଛି ଲୋକ ଆମ ଜୀବନରେ ଆସି ଥାଆନ୍ତି ଯେଉଁମାନେ ଆମ ଆଗରେ ମିଠା କଥା କହି ଥାଆନ୍ତି ,ଯାହାଦ୍ୱାରା ଆମେ ତାଙ୍କୁ ବିଶ୍ୱାସ କରିଥାଉ l କିନ୍ତୁ ଏହି ଲୋକମାନେ ଆପଣଙ୍କ ଅସୁବିଧା ଜାଣିବା ପରେ ଅନ୍ୟ ମାନଙ୍କ ନିକଟରେ ଆପଣଙ୍କର ମଜାକ ଉଡାଇ ଥାଆନ୍ତି l ସେଥିପାଇଁ ଶାସ୍ତ୍ର ଅନୁସାରେ ନିଜର ଅସୁବିଧା ଅନ୍ୟ ନିକଟରେ କହିଲେ ଲାଭ ପରିବର୍ତେ କ୍ଷତି ହୋଇଥାଏ l

* ନିଜ ଅପମାନ ଅନ୍ୟ ଆଗରେ ଚର୍ଚ୍ଚା କରନ୍ତୁ ନାହିଁ – ଶାସ୍ତ୍ର ଅନୁସାରେ ଯଦି କେହି ଆପଣଙ୍କର ଅପମାନ କରିଛି ତେବେ ତାହାକୁ ନିଜ ଭିତରେ ସୀମିତ ରଖନ୍ତୁ l ଅନ୍ୟ ଆଗରେ କହିବା ଦ୍ୱାରା ଆପଣ ନିଜର ଅପମାନ ନିଜେ କରୁଛନ୍ତି ବୋଲି ଜାଣି ରଖିବେ l

Comments are closed.