Odisha news

ବିଦୁରଙ୍କ ନୀତି ଅନୁସାରେ : ଜ୍ଞାନୀ ଓ ଅଜ୍ଞାନୀ ମାନେ କେଉଁଠାରେ ପୂଜା ପାଇଥାନ୍ତି

ମହାତ୍ମା ବିଦୁରଙ୍କର ଅନେକ ମହତ୍ୱ ହିନ୍ଦୁ ଧର୍ମରେ ରହିଛି l ମହାଭାରତ ଯୁଗରୁ ତାଙ୍କୁ ଜଣେ ଜ୍ଞାନୀ ଓ ମହାତ୍ମା ପୁରୁଷ ଭାବରେ ସମସ୍ତେ ସମ୍ମାନ ଦେଇ ଆସୁଛନ୍ତି l ଆମ ଦୈନଦିନ ଜୀବନରେ ଶାସ୍ତ୍ର ଓ ନୀତିର ଅନେକ ମହତ୍ୱ ରହିଛି l ବିଦୁର ଜ୍ଞାନୀ ହେବ ସହିତ ଜଣେ ନ୍ୟାୟାଵାନ ପୁରୁଷ ମଧ୍ୟ ଥିଲେ l ଆଜିର ବିଦୁର ନୀତିରେ ଅଜ୍ଞାନତା ବିଷୟରେ କୁହାଯାଇଛି l ସେ କହିଛନ୍ତି ଯେଭଳି ଜ୍ଞାନୀ ବ୍ୟକ୍ତି ନିଜର ଲକ୍ଷଣ ଛାଡି ଯାଇଥାଏ ,ସେହିଭଳି ଅଜ୍ଞାନୀ ମଣିଷ ମଧ୍ୟ ନିଜର ପରିଚୟ ଛାଡି ଯାଇଥାଏ l

* ବିଦୁରଙ୍କ ମତରେ ଯେଉଁ ଲୋକମାନେ ନିଜ ବୁଦ୍ଧିର ପ୍ରୟୋଗ କରନ୍ତି ନାହିଁ ଓ ସମୟ ଆସିଲେ ମୁର୍ଖତା ପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି ଏଭଳି ବ୍ୟକ୍ତି ମାନେ ପଶୁ ସମାନ ଅଟନ୍ତି l କାରଣ ସେମାନେ ଚିନ୍ତା କରିବାର ଶକ୍ତିକୁ ପ୍ରୟୋଗ କରନ୍ତି ନାହିଁ ତେଣୁ ଏହିଭଳି ଲୋକଙ୍କ ସହିତ ଦୂରତା ରଖିବା ବଶ୍ୟକ l

* ବିଦୁରଙ୍କ ନୀତିରେ ଯେଉଁ ସ୍ଥାନରେ ଜ୍ଞାନୀ ମାନଙ୍କୁ ସମ୍ମାନ କରାଯାଏ ନାହିଁ ଓ ପ୍ରଶଂସା ଶୁଣିବା ପାଇଁ  ଲୋକମାନେ ମୂର୍ଖଙ୍କ ସେରବ କରି ଥାନ୍ତି ସେଠାରେ ଧନର ଅଭାବ ରହିଥାଏ l କାରଣ ଗୋଟିଏ ଜ୍ଞାନୀ ବ୍ୟକ୍ତି ସର୍ବଦା ନିଜର ମହତ୍ୱ ଅନ୍ୟମାନଙ୍କ ଆଗରେ ଜାହିର କରେ ନାହିଁ ସେ ଏହାକୁ ନିଜର ଅପମାନ ବୋଲି ଭାବିଥାଏ l ତେଣୁ ମୁର୍ଖକୁ ପୂଜା କରିବା ବଦଳରେ ଜ୍ଞାନିକୁ ସମ୍ମାନ କରନ୍ତୁ l

* ମହାତ୍ମା ବିଦୁରଙ୍କ ନୀତି ଅନୁସାରେ ମୁର୍ଖତା ମଣିଷ ମନର ଗୋଟିଏ ନିଜ ଭିତରର କଷ୍ଟ ଅଟେ l ଖାଲି ଶାସ୍ତ୍ର ବିଦ୍ୟାରେ କେହି ପରାଗମ ହୋଇ ଜ୍ଞାନୀ ହୋଇଯାଏ ନାହିଁ ,ଯେଉଁ ବ୍ୟକ୍ତି ସଦାଚାର ,ସଂସ୍କାର ଓ ବିନା ଛଳ କପଟ ଦ୍ୱାରା ନିର୍ଣ୍ଣୟ ନେଇ ସମସ୍ୟାର ସମାଧାନ କଲା ସେହିଁ ପ୍ରକୃତ ଜ୍ଞାନୀ ଅଟେ l

* ବିଦୁର କହିଛନ୍ତି ଜ୍ଞାନର ଆଲୋକରେ ବିଶ୍ୱକୁ ଆଲୋକିତ କରୁଥିବା ବ୍ୟକ୍ତି ଅନ୍ୟ ମାନଙ୍କ ନିକଟରେ ଦେବତା ଭଳି ପୂଜା ପାଏ ,କାରଣ ବିଦ୍ୟା ମଣିଷକୁ ଭୁଲ ଠିକର ରାସ୍ତା ଦେଖାଇଥାଏ l ବିନା ସତ୍ୟର ଜ୍ଞାନରେ  ବିଦ୍ୟାର କୌଣସି ମହତ୍ୱ ନାହିଁ l ଜ୍ଞାନୀ ବ୍ୟକ୍ତି ସବୁଠାରେ ପ୍ରଶଂସା ପାଇଥାଏ ଓ ବିଦ୍ୟା ସବୁଠାରେ ପୂଜା ପାଇଥାଏ l

Comments are closed.